Below header

ସତରେ କଣ ମାନବିକତା ବଞ୍ଚିଛି? ପରିତ୍ୟକ୍ତ ଘରେ ପଡିରହିଛନ୍ତି ବସ୍ତ୍ରହୀନ ମହିଳା, ସବୁ ଜାଣି ବି ପ୍ରଶାସନ ଚୁପ୍

ପରିତ୍ୟକ୍ତ ଘରେ ବସ୍ତ୍ରହୀନ ମହିଳା । କିଏ ଏ ମହିଳା? କେଉଁଠୁ ଆସିଛନ୍ତି, ତାଙ୍କ ପରିଚୟ କଣ? ଏସବୁ ଏବେବି ଏବେବି ରହସ୍ୟ । କିନ୍ତୁ ସିଏ ଏବେ ଅଲୋଡା ସମସ୍ତଙ୍କ ପାଇଁ ।

ଗଜପତି(କେନ୍ୟୁଜ୍) : ପରିତ୍ୟକ୍ତ ଘରେ ବସ୍ତ୍ରହୀନ ମହିଳା । କିଏ ଏ ମହିଳା? କେଉଁଠୁ ଆସିଛନ୍ତି, ତାଙ୍କ ପରିଚୟ କଣ? ଏସବୁ ଏବେବି ଏବେବି ରହସ୍ୟ । କିନ୍ତୁ ସିଏ ଏବେ ଅଲୋଡା ସମସ୍ତଙ୍କ ପାଇଁ । ନିଜ ମାନସିକ ଭାରସାମ୍ୟ ହରାଇ ବସିଥିବା ଏହି ମହିଳା ଜଣକ ନାଁ ନିଜ ପରିଚୟ ଦେଇପାରୁଛନ୍ତି ନା ନିଜ ଘର ଠିକଣା ଦେଇପାରୁଛନ୍ତି । ତଥାପି ବଞ୍ଚିଛନ୍ତି ନିଶ୍ୱାସ ନେଉଛନ୍ତି । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରର । ଯାହା କେବଳ ମାନବ ସମାଜ ନୁହେଁ ସମଗ୍ର ସରକାରୀ ବିଧି ବ୍ୟବସ୍ଥାକୁ ପରିବର୍ତ୍ତନର ଆହ୍ୱାନ ଦେଉଛି ।

ଏ ହେଉଛି ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ର । ଏଠାରେ ୫ଟି ରୁପାନ୍ତରୀକରଣ ପ୍ରକ୍ରୀୟାରେ ଜିଲ୍ଲାମୁଖ୍ୟ ଚିକିତ୍ସା କେନ୍ଦ୍ରର ମରାମତି, ସୌନ୍ଦର୍ଯ୍ୟକରଣ ଓ ରୂପାନ୍ତିକରଣ ପ୍ରକ୍ରୀୟା ଆରମ୍ଭ ହୋଇଛି । ନିଶ୍ଚିତ ଭାବେ ରାଜ୍ୟ ସରକାରଙ୍କ ଏହି ମହତ ଉଦ୍ଦେଶ୍ୟକୁ ସମସ୍ତେ ପ୍ରଶଂସା କରୁଛନ୍ତି । କିନ୍ତୁ ଏହି ଚିକିତ୍ସା କେନ୍ଦ୍ର ଓ ଜିଲ୍ଲା ପ୍ରଶାସନର ଅବହେଳା ସମଗ୍ର ମାନବ ଜାତୀ, ନାରୀ ଜାତିକୁ ଲଜ୍ଜୀତ କରିବା ଭଳି ଦୃଶ୍ୟ ସାମ୍ନାକୁ ଆସିଛି । ଏଠାରେ ଯେତେବେଳେ ମରାମତି କାମ ଆରମ୍ଭ ହୋଇଛି ସେତେବେଳେ ସମସ୍ତ ୱାର୍ଡ ଖାଲି କରାଯାଇ ରୋଗୀଙ୍କୁ ନୂତନ ଭାବେ ନିର୍ମିତ କୋଠାକୁ ନିଆଗଲା ।

କିନ୍ତୁ ଜଣେ ମାନସିକ ଅନଗ୍ରସର କୁହାଯାଉଥିବା ମହିଳାଙ୍କୁ ମରାମତି ହେଉଥିବା ୱାର୍ଡରେ ଚିକିତ୍ସା କେନ୍ଦ୍ର କର୍ତ୍ତୁପକ୍ଷ ଛାଡିଦେଇଗଲେ । ନା ଉକ୍ତ ମହିଳାଙ୍କ ଦେହରେ ବସ୍ତ୍ର ଅଛି, ନା ବେଡ, ନା ଖାଇବାକୁ କିଏ ଦେଉଛି ନା ଚିକିତ୍ସା । ସବୁଠାରୁ ହୃଦୟ ବିଦାରକ ଉକ୍ତ ୱାର୍ଡରେ ମହିଳା ଜଣକ ପରିଶ୍ରା, ଶୌଚ ବାରମ୍ବର କରିବା ଦ୍ୱାରା ଏକ ସେକେଣ୍ଡ ମଧ୍ୟ ସେଠାରେ ରହିବା ଅସମ୍ଭବ । କିନ୍ତୁ କୋଟି କୋଟି ଟଙ୍କା ସ୍ଵାସ୍ଥ୍ୟ ସେବାପାଇଁ ଆସିବା ସହ ସବୁ ମାଗଣା ଦେଉଛନ୍ତି ସରକାର । ସେଥିରେ ପୁଣି ମାଳ ମାଳ ସ୍ଥାୟୀ ଓ ଠିକା କର୍ମଚାରୀ ରହି ମଧ୍ୟ ନା ମାନବିକତା ଦେଖାଉଛନ୍ତି ନା ଜଣେ ନାରୀର ଲଜ୍ୟାକୁ ରକ୍ଷା କରିପାରୁଛନ୍ତି ।

ତେବେ ଘଟଣାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ର ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି । ମହିଳାଟି ମାନସିକ ରୋଗୀ, ତାଙ୍କର କିଛି ପରିଚୟ ମିଳିପାରିନାହିଁ । ତାଙ୍କର ସେବା ଚିକିତ୍ସା କେନ୍ଦ୍ର ପକ୍ଷରୁ କରାଯାଉଛି । ଘଟଣା ବିଷୟରେ ଜିଲ୍ଲାପାଳ ଓ ଏସପିଙ୍କୁ ମଧ୍ୟ ପୂର୍ବରୁ ସୂଚନା ଦିଆଯାଇଛି । ଉକ୍ତ ମହିଳାଙ୍କ ବିଷୟରେ ଜିଲ୍ଲାପାଳ ଓ ଏସପି ଅବଗତ ଥିବା ପରେ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରରେ ଏହି ମହିଳାଙ୍କୁ କଣ ପାଇଁ ଏଭଳି ଅବସ୍ଥାରେ ରଖାଯାଇଛି । ଲସବୁ ତଦନ୍ତ କେବେ ହେଉଛି ଏବଂ କେବେ ଏହି ମହିଳା ନିଜ ଅଧିକାର ସହ ନାରୀର ସମ୍ମାନ ପାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.