ଫିଲ୍ମ ‘ଲିଓ’ର ଟିଜର ରିଲିଜ, ସାମ୍ନାକୁ ଆସିଲା ସଞ୍ଜୁ ବାବାଙ୍କ ଲୁକ୍‌

ଫିଲ୍ମ ‘ଲିଓ’ରେ ସଞ୍ଜୟ ଦତ୍ତଙ୍କ ଫାଷ୍ଟ ଲୁକ୍‌ ନଜର ଆସିଛି । ସଞ୍ଜୟ ଲୁକ୍‌କୁ ଫ୍ୟାନ୍ସ ବେଶ ପ୍ରଶଂସା କରିଛନ୍ତି । ସଞ୍ଜୟଙ୍କ ୬୪ ତମ ଜନ୍ମଦିନରେ ନିର୍ଦ୍ଦେଶକ ସରପ୍ରାଇଜ ଦେଇଛନ୍ତି ।

ବଲିଉଡର ବାବା ସଞ୍ଜୟ ଦତ୍ତଙ୍କ ଅପକମିଂ ଫିଲ୍ମ ଲିଓ ଖୁବଶୀଘ୍ର ରିଲିଜ ହେବ । ଫିଲ୍ମରେ ସଞ୍ଜୟ ଦତ୍ତଙ୍କ ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଛି । ଫ୍ୟାନ୍ସ ସଞ୍ଜୟ ଦତ୍ତଙ୍କ ଏଭଳି ଲୁକ୍‌ ଦେଖି ଫ୍ୟାନ୍ସ ପ୍ରଶଂସା କରୁଛନ୍ତି । ଜନ୍ମଦିନ ଅବସରରେ ଫିଲ୍ମ ନିର୍ଦ୍ଦେଶକ ଲୋକେଶ କନଗରାଜ ସଞ୍ଜୟ ଦତ୍ତଙ୍କୁ ସରପ୍ରାଇଜ ଦେଇଛନ୍ତି ।

‘ଲିଓ’ ଫିଲ୍ମରେ ସଞ୍ଜୟ ଦତ୍ତଙ୍କ ଫାଷ୍ଟ ଲୁକ୍‌ ଦେଖି ଫ୍ୟାନ୍ସ ଚକିତ ହୋଇଛନ୍ତି । ତାମିଲ ସୁପରଷ୍ଟାର ଥଲାପତି ବିଜୟଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମର ଟିଜର ଲୋକେଶ କନଗରାଜ ସେୟାର କରିଛନ୍ତି । ଫିଲ୍ମରେ ସଞ୍ଜୟ ଦତ୍ତ ଏଣ୍ଟନୀ ଦାସ ଚରିତ୍ରରେ ନଜର ଆସିବେ । ଫିଲ୍ମର ପ୍ରଥମ ଝଲକରେ ସଞ୍ଜୟ ଦତ୍ତ ଏକ ବିଶାଳ ସଭା ଦେଇ ଯାଇଥିବାରୁ ଦେଖିବାକୁ ମିଳିଛି । ସଞ୍ଜୟଙ୍କ ଦାଢି ମୁଛ ଥିବା ଆଗ୍ରେସିଭ ଲୁକ୍‌ ଦେଖିବାକୁ ମିଳିଛି ।

ଟିଜର ସଞ୍ଜୟ ଦତ୍ତଙ୍କ ୬୪ତମ ଜନ୍ମଦିନରେ ଆଉଟ ହୋଇଛି । ଏହା ସଞ୍ଜୟ ଦତ୍ତଙ୍କ ଦ୍ୱିତୀୟ ସାଉଥ ଫିଲ୍ମ । ଏହାପୂର୍ବରୁ କେଜିଏଫ ୨ରେ ନଜର ଆସିଥିଲେ ସଞ୍ଜୟ । ସଞ୍ଜୟ ଦତ୍ତଙ୍କ ଲୁକକୁ ଫ୍ୟାନ୍ସ ପ୍ରଶଂସା କରିଛନ୍ତି । ଫ୍ୟାନ୍ସ ଏହାକୁ ନେଇ ବିଭିନ୍ନ ପ୍ରକାର କମେଣ୍ଟ ମଧ୍ୟ କରୁଛନ୍ତି ।

ତେବେ ଜନ୍ମଦିନ ଅବସରରେ ଫିଲ୍ମର ଟିଜର ରିଲିଜ ହୋଇଥିବା ଯୋଗୁଁ ଫିଲ୍ମ ଟିମକୁ ଧନ୍ୟବାଦ ଜଣାଇଛନ୍ତି ସଞ୍ଜୟ ଦତ୍ତ । ଫିଲ୍ମରେ ସଞ୍ଜୟ ଦତ୍ତଙ୍କ ଛଡା ଥଲାପତି ବିଜୟ, ତ୍ରିଷା କ୍ରିଷ୍ଣନ, ଅର୍ଜୁନ ସରଜା, ମନସୁର ଅଲ୍ଲୀ ଖାନ, ପ୍ରିୟା ଆନନ୍ଦ ଭଳି କଳାକାର ନଜର ଆସିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.