ସବୁ ସୀମା ପାର କଲା ମଣିଷ ! ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିବା ପରେ ତଣ୍ଟି ଚିପି କଲା ହତ୍ୟା, ଅଭିଯୁକ୍ତ ଗିରଫ

କେରଳରେ ଦିନ ମଜୁରିଆ ଭାବେ କାମ କରୁଥିବା ବିହାରର ଜଣେ ବ୍ୟକ୍ତି ଏମିତି ନୃଂଶସ କାମ କରିଛି, ଯାହା ବିଷୟରେ ଜାଣିଲେ ଆପଣଙ୍କ ମୁଣ୍ଡ ଗରମ ହୋଇଯିବ । ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରିବା ପରେ ତଣ୍ଟି ଚିପି ଅଖାରେ ଭର୍ତ୍ତି କରି ପକାଇଛି ଅଭିଯୁକ୍ତ ।

ହୀନ ମାନସିକତାର ଚରମ ସୀମରେ ପହଞ୍ଚିଛି ମଣିଷ । ଆଉ ଭୁଲିଯାଉଛି ସବୁକିଛି । ୫ ବର୍ଷର କୁନି ଶିଶୁକୁ ଦୁଷ୍କର୍ମ କରିବା ପରେ ହତ୍ୟା କରିବା ଘଟଣା ସମସ୍ତଙ୍କୁ ବିଚଳିତ କରିଛି । ଏମିତି ଘଟଣା କେରଳରେ ଘଟିଛି । ଜଣେ ୫ ବର୍ଷର ଶିଶୁକୁ ଦୁଷ୍କର୍ମ କରିଛି ଦିନ ମଜୁରିଆ । ପିଲାଟିକୁ ଦୁଷ୍କର୍ମର ଶିକାର କରିବା ପରେ ପିଲାର ଗଳା ଚିପି ହତ୍ୟା କରି ଅଖାରେ ଭର୍ତ୍ତି କରି ଫିଙ୍ଗିଛି । ଶିଶୁର ମୃତଦେହ ମିଳିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି ମାମଲାରେ ତଦନ୍ତ ଆରମ୍ଭ କରିଛି ।

ଖବର ମୁତାବକ, ଶୁକ୍ରବାର ଦିନ ସଂଧ୍ୟା ୭ଟା ୧୦ ମିନିଟରୁ ପିଲାଟି ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ବିଳମ୍ବ ନ କରି ସିସିଟିଭି ଫୁଟେଜ ଚେକ୍‌ କରିବା ଆରମ୍ଭ କରିଦେଇଥିଲା । ଫୁଟେଜରେ ପିଲାଟିକୁ ଦିନ ମଜୁରିଆ ଜଣକ ଧରି ଯାଉଥିବା ଦେଖିବାକୁ ମିଳିଥିଲା । ଏହା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । କିନ୍ତୁ ସେତେବେଳେ ପିଲାଟି ଅଭିଯୁକ୍ତ ପାଖରେ ନଥିଲା । ଏହାପରେ ଲୋକଙ୍କୁ ପଚରାଉଚରା ପରେ ଶିଶୁର ଶବ ବଜାର ପଛପଟରେ ଏକ ଅଖା ଭିତରେ ପସିଥିବାର ମିଳିଥିଲା । କୋଚି ଡିଆଇଜି ଶ୍ରୀନିବାସ କହିଛନ୍ତି ଯେ, ଅଭିଯୁକ୍ତ ଜଣକ ନିଜ ଅପରାଧ ସ୍ୱୀକାର କରିଛି ।

ଶିଶୁକୁ ଦୁଷ୍କର୍ମ କରିବା ପରେ ହତ୍ୟା କରି ଅଖାରେ ଭର୍ତ୍ତି କରି ଫୋପାଡିଥିଲା ଅଭିଯୁକ୍ତ। ଅଭିଯୁକ୍ତ ଜଣକ ବିହାରର । ସେ କେରଳରେ ଦିନ ମଜୁରିଆ ଭାବେ କାମ କରୁଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.