ଆସନ୍ତା ୧ ଅଗଷ୍ଟରୁ ଦେଶରେ ଲାଗୁ ହେବ ନୂଆ ନିୟମ, ଆୟକର ଠୁ ନେଇ ତେଲ ଦରରେ ହେବ ବଡ ପରିବର୍ତ୍ତନ

ଶେଷ ହୋଇଯିବ ଜୁଲାଇ ମାସ । ଆସନ୍ତା ଅଗଷ୍ଟ ୧ ରୁ ବଦଳିଯିବ ପୁଣି ଥରେ ପୁରୁଣା ନିୟମ । ପ୍ରତି ଥର ନୂଆ ମାସ ଆରମ୍ଭ ହେବା ସହ ଲୋକଙ୍କ ମନରେ କିଛି ଆଶା ଜାଗ୍ରତ ହୁଏ । ନୀତିଦିନିଆ ଚଳଣିରେ କିଛି ଜିନିଷ ର ଦାମ ଯେପରି କମ ହୋଇଯାଉ । ଏଥର ମଧ୍ୟ ପୁରୁଣା ନିୟମରେ କିଛି ପରିବର୍ତ୍ତନ ହେବାକୁ ଯାଉଛି । । ଏହି ପରିବର୍ତ୍ତନର ସିଧା ପ୍ରଭାବ ସାଧାରଣ ଲୋକଙ୍କ ଜୀବନ ଉପରେ ପଡିବ। ବ୍ୟାଙ୍କ ତଥା ଅନ୍ୟ କ୍ଷେତ୍ରରେ ଅଗଷ୍ଟ ମାସରେ ବଡ଼ ପରିବର୍ତ୍ତନ ହେବ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ନିୟମରେ ପରିବର୍ତ୍ତନ ହେବ ।

ଆୟକର ପୈଠର ଶେଷ ତାରିଖ ହେଉଛି ଆସନ୍ତା କାଲି ଜୁଲାଇ ୩୧ । ଏହି ତାରିଖରେ କରଦାତା ସେମାନଙ୍କ ଆୟକର ପୈଠ କରିବେ । ଯେଉଁମାନେ ନିଜ ଆୟକରର ଅଡିଟ କରିବାକୁ ଚାହୁଁନାହାନ୍ତି ସେମାନେ ଏହି ତାରିଖ କିମ୍ବା ଏହା ପୂର୍ବରୁ ସେମାନଙ୍କ କର ପୈଠ କରନ୍ତୁ । ନଚେତ ଅସୁବିଧାରେ ପଡିବେ। ଯଦି ଆପଣ ଏହି ତାରିଖ ସୁଦ୍ଧା ନିଜର ଆଇଟିଆର ଦାଖଲ କରୁ ନାହାନ୍ତି ତେବେ ଆପଣଙ୍କୁ ଜରିମାନା ଦେବାକୁ ପଡିବ । କରଦାତାଙ୍କୁ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ଅଗଷ୍ଟ ୧ରୁ ସେପ୍ଟେମ୍ବର ୩୦ ଯାଏ ବିଳମ୍ବିତ ଆଇଟିଆର ଫାଇଲିଂ ୱିଣ୍ଡୋ ଖୋଲା ରହିବ ।

ବିଗତ ଦିନରେ ଅର୍ଥ ମନ୍ତ୍ରାଳୟ ଜିଏସଟି ସମ୍ବନ୍ଧରେ ଏକ ନୂଆ ସର୍କୁଲାର ଜାରି କରିଛି । ଲିଷ୍ଟ ରୁ ଜଣ ପଡିଛି ଯେ ୫ କୋଟିରୁ ଅଧିକ ଆୟ କରୁଥିବା ବ୍ୟବସାୟୀ ଅଗଷ୍ଟ ୧ ତାରିଖରୁ E –invoice ପ୍ରସ୍ତୁତ କରିବା ପାଇଁ ବାଧ୍ୟ ହେବେ । ଆଗାମୀ ଅଗଷ୍ଟରୁ ୫ କୋଟିରୁ ଅଧିକ B 2 B ନେଣଦେଣ କରୁଥିବା କମ୍ପାନୀକୁ ଇଲେକଟ୍ରୋନିକ୍ସ କିମ୍ବା ଇ-ଚାଲାଣ ପ୍ରସ୍ତୁତ କରିବାକୁ ପଡିବ । ଯେଉଁମାନଙ୍କର ବାର୍ଷିକ ରାଜସ୍ୱ ୧୦କୋଟି କିମ୍ବା ଏହାଠାରୁ ଅଧିକ ରହିଛି ସେମାନେ B 2 B ନେଣଦେଣ ପାଇଁ ବର୍ତ୍ତମାନ ଇଲେକଟ୍ରୋନିକ୍ସ ଚାଲାଣ ପ୍ରସ୍ତୁତ କରିବେ ।

ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦରର ଦାମରେ ସବୁବେଳେ ପରିବର୍ତ୍ତନ ହୋଇଥାଏ । ତେଣୁ ଏଥିପାଇଁ ସବୁଥର ତୈଳ କମ୍ପାନୀ ଏଲପିଜି ସିଲିଣ୍ଡର ଏବଂ ସିଏନଜି ସିଲିଣ୍ଡର ଦରରେ କିଛି ପରିବର୍ତ୍ତନ କରିଥାନ୍ତି । ଅନୁମାନ କରାଯାଉଛି ଯେ ଏଲପିଜି ଦରରେ କିଛି ପରିବର୍ତ୍ତନ ହୋଇପାରେ । ମେ ଏବଂ ଅପ୍ରେଲ ମାସରେ ୧୯ କିଲୋର କମର୍ସିଆଲ ସିଲିଣ୍ଡରର ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । କିନ୍ତୁ ୧୪ କିଲୋର ଏଲପିଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନଥିଲା । ତେଣୁ ଘରୋଇ ସିଲିଣ୍ଡରର ଦରଦାମରେ କିଛି ପରିବର୍ତ୍ତନର ଏଥର ଆଶା କରାଯାଉଛି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.