Below header

ଇଏ ସରକାରୀ ବାବୁଙ୍କ ଅବହେଳା ନୁହେଁ ତ ଆଉ କ’ଣ? ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

ବଞ୍ଚି ଥାଉ ଥାଉ ଶବ ପରି ଟ୍ରଲିରେ ୮୦ରୁ ଊର୍ଧ୍ଵ ବୟସ୍କା ବୃଦ୍ଧାଙ୍କୁ ବୋହି ଆଣିଲେ ପରିବାର ଲୋକେ। ହେଲେ କାରଣ ଜାଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ ଆଜ୍ଞା । ବାର୍ଦ୍ଧକ୍ୟ ଭତ୍ତା ପାଇଁ ଟ୍ରଲିରେ ବୁହା ହୋଇ ଆସିଲେ ଏହି ବୃଦ୍ଧା ଜଣଙ୍କ ।

ଗଜପତି(କେନ୍ୟୁଜ୍): ବଡ଼ କଷ୍ଟ ଏ ଜୀବନ । ଓହ୍ଲାଇ ଆସିଛି ବୟସର ଅପରାହ୍ନ। ବୟସାଧିକ କାରଣରୁ ଚାଲିବାକୁ ଅକ୍ଷମ ।  କଥା କହିବାକୁ ଟିକେ ବି ଶକ୍ତି ନାହିଁ। ତଥାପି ପେଟକୁ ଦିମୁଠା ଆହାର ପାଇଁ ଏତେ ସବୁ ପାଲା କରିବାକୁ ପଡୁଛି ।

କହିବାକୁ ଗଲେ ରାଜ୍ୟ ସରକାର ମହିଳାଙ୍କୁ ଅନେକ ଯୋଜନା ମାଧ୍ୟମରେ ସଶକ୍ତ କରାଇବା ସହିତ ସମାଜରେ କିଭଳି ଆତ୍ମନିର୍ଭରଶୀଳ ହୋଇ ସମ୍ମାନର ସହ ବଞ୍ଚିବେ ସେଥିପାଇଁ ଅଣ୍ଟା ଭିଡିଛନ୍ତି। କିନ୍ତୁ କିଛି ସରକାରୀ ଅଧିକାରୀଙ୍କ ଅବହେଳା ଓ ଖାମଖିଆଲି ମନୋଭାବ ତଥା ଅତ୍ୟଧିକ ଅଫିସରଗିରି ଲାଗି ସରକାରଙ୍କ ସବୁ ଯୋଜନା ଥାଇ ବି ଫେଲ୍ ମାରୁଛି ଅନେକ ସ୍ଥାନରେ । ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ କିଛିସମୟ ପାଇଁ ବ୍ୟତିବ୍ୟସ୍ତ କରିଦେବ ।

ବଞ୍ଚି ଥାଉ ଥାଉ ଶବ ପରି ମାଲବୁହା ରିକ୍ସା ବା ଟ୍ରଲିରେ ୮୦ରୁ ଊର୍ଧ୍ଵ ବୟସ୍କା ବୃଦ୍ଧାଙ୍କୁ ବୋହି ଆଣିଲେ ପରିବାର ଲୋକେ। ହେଲେ କାରଣ ଜାଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ । ଆଜ୍ଞା ବାର୍ଦ୍ଧକ୍ୟ ଭତ୍ତା ପାଇଁ ଟ୍ରଲିରେ ବୁହା ହୋଇ ଆସିଲେ ଏହି ବୃଦ୍ଧା ଜଣଙ୍କ । ମାତ୍ର ୫ ଶହ ଟଙ୍କା ଭତ୍ତା ପାଇଁ ୮୦ ବର୍ଷର ବୃଦ୍ଧାଙ୍କୁ ଟ୍ରଲିରେ ବୋହି ଆଣିଲେ ପରିବାର ଲୋକ । ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

office

ଗତ ୩ ମାସ ହେଲା ଭତ୍ତା ପାଇନଥିଲେ ୧୨ ନମ୍ବର ୱାର୍ଡର ବୃଦ୍ଧା ଲବଙ୍ଗ ଗୟା । ପ୍ରଥମେ ବ୍ୟାଙ୍କ ଏବଂ ପରେ ପାରଳାଖେମୁଣ୍ଡି ପୌରପରିଷଦ କାର୍ଯ୍ୟାଳୟକୁ ଆଣିବା ପରେ ତାଙ୍କୁ୩ ମାସର ଭତ୍ତା ମିଳିଛି । ଏପଟେ ବିଶେଷ କରି ବୃଦ୍ଧ ବୟସ୍କ ଲୋକଙ୍କ ପାଇଁ ସବୁ ପ୍ରକାର ଯୋଜନା ରହିଛି ସରକାରଙ୍କର । ଏପରିକି ବାର୍ଦ୍ଧକ୍ୟ ଭତ୍ତା ଘରେ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ବି ଦେଇଛନ୍ତି ସରକାର । ହେଲେ କିଛି ସରକାରୀ ଅଧିକାରୀଙ୍କ ଚରମ ଅବହେଳା ବାସ୍ତବ ସ୍ଥିତିକୁ କେବଳ ଅଲଗା କରିନାହିଁ, ବରଂ ସରକାରଙ୍କୁ କଟାକ୍ଷର ଶୀକାର କରାଉଛି । ମାତ୍ର ୫୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ପାଇଁ ୮୦ ବର୍ଷରୁ ଉର୍ଦ୍ଧର ଜଣେ ବୟସ୍କ ବୃଦ୍ଧାଙ୍କୁ ମାଲବୁହା ରିକ୍ସାରେ ବୋହି ହୋଇ ପୌରପାଳିକା କାର୍ଯ୍ୟାଳୟକୁ ଆସିବାକୁ ପଡ଼ିଛି ।

ସୂଚନା ଥାଉକି, ନଚାଲି ପାରୁଥିବା କାରଣରୁ ଗତ ତିନି ମାସ ହେଲା ଲବଙ୍ଗ ଗୟାଙ୍କୁ ସମ୍ପର୍କୀୟ ମାନେ ଏକ ମାଲବୁହା ରିକ୍ସାରେ ବୋହି ବୋହି ପ୍ରଥମେ ବ୍ୟାଙ୍କ ଓ ପରେ ପୌରପରିଷଦର କାର୍ଯ୍ୟାଳୟକୁ ଆଣିଥିଲେ । ଏହାପରେ ତାଭ୍କୁ ଯାଇଁ ମିଳିଥିଲା ତିନି ମାସର ଭତ୍ତା । ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଘଟଣାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପାରଳାଖେମୁଣ୍ଡି ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ।

ଅପରପକ୍ଷରେ ଏଭଳି ଅସହାୟ ବୃଦ୍ଧାଙ୍କୁ ଘରେ ଆଣି ସମସ୍ତ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଥିବାବେଳେ,ଆଜିର ଏହି ଘଟଣାର ତୁରନ୍ତ ତଦନ୍ତ ସହ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଯାଇଁ ସରକାରୀ ଯୋଜନାର ସଫଳ ରୂପାୟନ ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.