ଆଜିଠୁ ଭାରତ-ଆୟର୍ଲାଣ୍ଡ T20 ମୁକାବିଲା: ଯଶପ୍ରୀତ ବୁମରାଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

ଆଜିଠୁ ଭାରତ-ଆୟର୍ଲାଣ୍ଡ T20 ମୁକାବିଲା । ଆୟରଲାଣ୍ଡ ସହ ଭାରତ ୩ଟି ଟି-୨୦ ମ୍ୟାଚର ସିରିଜ ଖେଳିବ। ନୂଆ ପିଢ଼ିର ଖେଳାଳିଙ୍କୁ ପଡିଆକୁ ଓହ୍ଲାଇବେ ଯଶପ୍ରୀତ ବୁମରା । ଆଜି ସଂଧ୍ୟା ସାଢେ ୭ଟାରେ ଡବଲିନରେ ଖେଳାଯିବ ପ୍ରଥମ ମ୍ୟାଚ୍ ।

ଆଜିଠୁ ଭାରତ-ଆୟର୍ଲାଣ୍ଡ T20 ମୁକାବିଲା । ଆୟରଲାଣ୍ଡ ସହ ଭାରତ ୩ଟି ଟି-୨୦ ମ୍ୟାଚର ସିରିଜ ଖେଳିବ। ନୂଆ ପିଢ଼ିର ଖେଳାଳିଙ୍କୁ ପଡିଆକୁ ଓହ୍ଲାଇବେ ଯଶପ୍ରୀତ ବୁମରା । ଆଜି ସଂଧ୍ୟା ସାଢେ ୭ଟାରେ ଡବଲିନରେ ଖେଳାଯିବ ପ୍ରଥମ ମ୍ୟାଚ୍ ।

ଆୟରଲାଣ୍ଡ ବିପ କ୍ଷ ଟି-୨୦ ସିରିଜରେ ଟିମ ଇଣ୍ଡିଆର ଯୁବ ବାହିନୀଙ୍କୁ ଦେଖିବାକୁ ମିଳିବ । ଦଳର ସବୁ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବାରୁ ଯୁବ ବାହିନୀଙ୍କ କାନ୍ଧରେ ଗୁରୁ ଦାୟିତ୍ୱ ରହିଛି । ଆହତ କାରଣରୁ ଦୀର୍ଘ ୧୧ ମାସ ଧରି ପଡିଆ ବାହାରେ ରହିବା ପରେ ବୁମରା ଭାରତର ନେତୃତ୍ୱ ନେଇ ଫେରିବାକୁ ଯାଉଥିବାରୁ ତାଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ଦିନିକିଆ ବିଶ୍ୱକପ ପୂର୍ବରୁ ବୁମରାଙ୍କ ପାଇଁ ଏହି ଶୃଙ୍ଖଳା ମଧ୍ୟ ଫିଟନେସ ଓ ଲୟର ବଡ ପରୀକ୍ଷା ହେବ ।

ଆଇପିଏଲ୍ ପ୍ରଦର୍ଶନ ପରେ ଏହି ପରବର୍ତ୍ତୀ ପିଢ଼ିର କ୍ରିକେଟ୍ରଙ୍କ ମଧ୍ୟରେ ରହିଛନ୍ତି ଋତୁରାଜ ଗାଏକ୍ବାଡ୍, ରିକୁଂ ସିଂହ, ଜିତେଶ ଶର୍ମା। ୨୯ ବର୍ଷୀୟ ବୁମରା ନିଜ ପିଠିର ନିମ୍ନଭାଗରେ ଅସ୍ତ୍ରୋପଚାର କରାଇବା ପରେ ଫେରିଛନ୍ତି। ଗତବର୍ଷ T20 ବିଶ୍ବକପ୍ ପୂର୍ବରୁ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଶୃଙ୍ଖଳାରେ ସେ ଆହତ ହୋଇ କ୍ରିକେଟରୁ ଦୂରେଇ ରହିଥିଲେ। ବୁମରାଙ୍କ ଫିଟନେସ୍ କିଭଳି ରହୁଛି ତା ଉପରେ ସମସ୍ତଙ୍କ ନଜର ।

 

 

Leave A Reply

Your email address will not be published.