ମାଲକାନଗିରିରେ ଡ୍ରଗ୍ସ ରାକେଟ : ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

ମାଲକାନଗିରିରୁ ଜବତ ହେଲା ଧଳା ଜହର। ପୋଲିସ କବଜାରେ ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ l ମାଲକାନଗିରି ଜିଲ୍ଲାରେ ପ୍ରଥମ ଥର ଦେଖିବାରେ ମିଳିଛି ଡ୍ରଗ୍ସ ରାକେଟ ।ଏହି ମାମଲାରେ ଗିରଫ ୬ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତଙ୍କ ଠାରୁ ୧.୬ ଗ୍ରାମ ବ୍ରାଉନସୁଗାର, ୫୦ କିଲୋଗ୍ରାମ ଗଞ୍ଜେଇ ସହ ୨ଟି କାର ଜବତ କରିଛି କାଲିମେଳା ପୋଲିସ ।

କାଲିମେଳା (କେନ୍ୟୁଜ): ମାଲକାନଗିରିରୁ ଜବତ ହେଲା ଧଳା ଜହର। ପୋଲିସ କବଜାରେ ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ । ମାଲକାନଗିରି ଜିଲ୍ଲାରେ ପ୍ରଥମ ଥର ଦେଖିବାରେ ମିଳିଛି ଡ୍ରଗ୍ସ ରାକେଟ। ଏହି ମାମଲାରେ ଗିରଫ ୬ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତଙ୍କ ଠାରୁ ୧.୬ ଗ୍ରାମ ବ୍ରାଉନସୁଗାର, ୫୦ କିଲୋଗ୍ରାମ ଗଞ୍ଜେଇ ସହ ୨ଟି କାର ଜବତ କରିଛି କାଲିମେଳା ପୋଲିସ ।

ସୂଚନା ଅନୁସାରେ କାଲିମେଳା ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥ ପୁଲିମେଟଲା ଛକରେ ପେଟ୍ରୋଲିଂ କରିବା ସମୟରେ ଅଭିଯୁକ୍ତଙ୍କୁ ଧରିଲା ପୋଲିସ । ଉପକୂଳ ଓଡିଶା ପରେ ଏବେ ମାଲକାନଗିରରେ ବ୍ରାଉନସୁଗାର ବେପାର ପାଇଁ ଡ୍ରଗ୍ସ ମାଫିଆ ଯୋଜନା କରୁଥିବା ଅନୁମାନ କରାଯାଉଛି । ତେଣୁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ବ୍ରାଉନସୁଗାର ରାକେଟର ମୂଳରେ ପହଞ୍ଚିବାକୁ ପୋଲିସ ଚେଷ୍ଟା କରିବ ଏଏସପି ରାହୁଲ ଗୋଏଲ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ମଧ୍ୟରୁ ୫ ଜଣ ବାହାର ରାଜ୍ୟର ରହିଥିବା ବେଳେ ଜଣେ କାଲିମେଳା ଏମ୍. ଭି-୬୬ ଗ୍ରାମର l ଅଭିଯୁକ୍ତ ମାନେ ହେଲେ ମହାରାଷ୍ଟ୍ର ରାଜ୍ୟର ହ୍ୟାସ ଗାଇକୱାଦ,ୟୁବରାଜ ଶେମ ମାନି,ରାହୁଲ କାଶବେ,ସତୀଶ ଦିଲ୍ଲୀପ,ସୋନ୍ତସ ସୂର୍ଯ୍ୟ ଓ କାଲିମେଳା ଏମ:ଭି:୬୬ ଗାଁର ଶଙ୍କର ବୈଶନବ ଏହି ୬ ଜଣକୁ ଗତକାଲି କୋର୍ଟ ଚାଲାଣ କରିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.