ସାବଧାନ! ଅଧିକ ବୟସରେ ମା’ ହେବାକୁ ଯାଉଥିଲେ ଏହି ବିଷୟ ପ୍ରତି ନିଶ୍ଚୟ ଦିଅନ୍ତୁ ଧ୍ୟାନ

ଅଧିକ ବୟସରେ ମା’ହେବା ଦ୍ୱାରା ଏହାର ସିଧାସଳଖ ପ୍ରଭାବ ଶିଶୁ ଉପରେ ପଡ଼ିଥାଏ। ପିଲାଙ୍କ ହାର୍ଟ ଉପରେ ଏହା କୁପ୍ରଭାବ ପକାଇଥାଏ। ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାଯାଇଛି ଯେ ବୟସ୍କା ମହିଳାଙ୍କଠାରୁ ଜନ୍ମ ନେଇଥିବା ପୁତ୍ର ସନ୍ତାନଠାରେ ହାର୍ଟ ରୋଗର ସମ୍ଭାବନା ଅଧିକ ରହିଥାଏ। ୟୁନିଭର୍ସିଟି ଅଫ୍‌ କେମ୍ବ୍ରିଜ୍‌ ତରଫରୁ କରାଯାଇଥିବା ରିସର୍ଚ୍ଚରେ ଜଣାଯାଇଛି ଯେ ଅଧିକ ବୟସ୍କ ମା’ଙ୍କ ଗର୍ଭନଳୀ(root canal)ରେ ହେଉଥିବା ପରିବର୍ତ୍ତନ ଯୋଗୁ ସେମାନଙ୍କଠାରୁ ଜନ୍ମିତ ଶିଶୁର ସ୍ୱାସ୍ଥ୍ୟ ଭବିଷ୍ୟତରେ କୁପ୍ରଭାବ ପଡ଼ିଥାଏ।

୩୫ ବର୍ଷ ପରେ ମା’ହେବା ଦ୍ୱାରା ଆସିପାରେ ସମସ୍ୟା:

ରିସର୍ଚ୍ଚରୁ ଜଣାପଡ଼ିଛି ଯେ, ୩୫ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ବୟସରେ ସନ୍ତାନ ଜନ୍ମ ଦେଉଥିବା ମହିଳା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ସେମାନଙ୍କଠାରୁ ଜନ୍ମିତ ପୁତ୍ରସନ୍ତାନ ଶରୀରରେ ହୃଦ୍‌ରୋଗ ଦେଖାଯିବା ଆଶଙ୍କା ଅଧିକ ରହିଥାଏ। ଡେରିରେ ମା’ ହେଉଥିବା ମହିଳାଙ୍କ ପୁଅଙ୍କୁ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିବା ବେଳେ ଝିଅମାନଙ୍କ କ୍ଷେତ୍ରରେ କିନ୍ତୁ ଏଭଳି ସମସ୍ୟା ଦେଖାଦେଇନଥାଏ। ବରଂ ଝିଅମାନଙ୍କୁ ବିଭିନ୍ନ ଫାଇଦା ହୋଇଥାଏ। ବୈଜ୍ଞାନିକଙ୍କ କହିବାନୁସାରେ ମା’ଙ୍କ ବୟସ ଅଧିକ ହେଲେ ଗର୍ଭନଳୀର ପୋଷଣ ଓ ଅକ୍ସିଜେନ୍‌ ଧାରଣ କ୍ଷମତା କମିଯାଏ। ଏହାର ସିଧାସଳଖ ପ୍ରଭାବ ଛୁଆ ଉପରେ ପଡ଼ିଥାଏ।

ଏହାସହ ପଢ଼ନ୍ତୁ:  ଏଚ୍‌ଆଇଭି ରୋଗୀ ନିଜ ଡାଏଟ୍‌ରେ ସାମିଲ କରନ୍ତୁ ଏସବୁ ଖାଦ୍ୟ, ବଢ଼ିବ ଇମ୍ୟୁନିଟି ପାଓ୍ଵାର

ଡାକ୍ତର ଅମାଣ୍ଡା ପେରୀଙ୍କ କହିବାନୁସାରେ ମହିଳାମାନେ ପ୍ରଥମ ଗର୍ଭଧାରଣ କରିବା ବୟସ ଧୀରେ ଧୀରେ ବଢ଼ାଇଚାଲୁଛନ୍ତି। ଫଳରେ ଏହାର ପ୍ରଭାବ ଉଭୟ ମା’ ଓ ଛୁଆ ଉପରେ ପଡ଼ୁଛି। ମା’ମାନେ ନିଜ ବୟସ ଓ ପିଲାର ବୟସ ଭିତରେ ଅତ୍ୟଧିକ ବ୍ୟବଧାନ ରଖିବା ଦ୍ୱାରା ଶିଶୁର ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.