ଖୋର୍ଦ୍ଧା: ଟାଙ୍ଗୀ ହରିପୁରରେ ଅଘଟଣ, ଗ୍ୟାସ ଟାଙ୍କି ଫାଟି ଦମ୍ପତି ଗୁରୁତର

ଟାଙ୍ଗୀ(କେନ୍ୟୁଜ୍): ଖୋର୍ଦ୍ଧା ଜିଲ୍ଲା ଟଙ୍ଗୀ ଥାନା ହରିପୁର ପଞ୍ଚାୟତ ମାଝୀ ସାହିରେ ଗତ କାଲି ବିଳମ୍ବିତ ରାତ୍ରୀରେ ଗ୍ୟାସ ଟାଙ୍କି ଫାଟି ସ୍ବାମୀ ଓ ସ୍ତ୍ରୀ ଗୁରୁତର ହୋଇପଡିଛନ୍ତି। ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ମିଳିଥିବା  ସୂଚନା ମୁତାବକ ମାଝୀ ସାହିର ଗାଣ୍ଡୁ ପ୍ରଧାନଙ୍କ ସ୍ତ୍ରୀ ଗୀତାଞ୍ଜଳି ରୋଷେଇ ସାରି ସୋଇଯାଇଥିଲେ। ହେଲେ  ରାତିରେ କୌଣସି କରଣରୁ ଗ୍ୟାସ ଲିକ ହୋଇ ଘରସାରା ବ୍ୟାପି ଯାଇଥିଲା। ଶୋଇଥିବା ଅବସ୍ଥାରେ ଗନ୍ଧ ବାରିବାରୁ ଗୀତାଞ୍ଜଳି ଉଠି ରୋଷେଇ ଘର ଲାଇଟି ଲାଗାଇଥିଲେ । ଲାଇଟ ସୁଇଚ୍ ମାରିବା କ୍ଷଣେ ଟାଙ୍କିଟିରେ ନିଆଁ ଲାଗିଯାଇଥିଲା। କିଛି କରିବା ପୂର୍ବରୁ ନିଆଁ ଘର ସାରା ବ୍ୟାପି ଅଣାୟତ୍ତ  ହୋଇଯାଇଥିଲା। ପରେ ଟାଙ୍କି ଫାଟି ଘରର ଆସବାବ ପତ୍ର ଉଡିଯାଇଥିଲା। ନିଆଁର ଆଘାତ ପାଇ ଉଭୟ  ସ୍ବାମୀ  ସ୍ତ୍ରୀ ଗୁରୁତର ହୋଇପଡିଥିଲେ। ଏହି ଘଟଣା ପରେ ସ୍ଥାନୀୟ ବାସିନ୍ଦା ନିଆଁକୁ ଆୟତ୍ତ କରିବା ସହ ସ୍ବାମୀ ସ୍ତ୍ରୀଙ୍କୁ ଉଦ୍ଧାର କରି ଡାକ୍ତରଖାନକୁ ନିକଟସ୍ଥ ଡାକ୍ତରଖାନା ନେଇ ଥିଲେ। ପରେ ସେଠାରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.