ଆଖି ପାଖର ଏହି ସ୍ଥାନରେ ତିଳ ଚିହ୍ନ ଥିଲେ, ହୋଇଥାନ୍ତି ଏପରି ବ୍ୟକ୍ତିତ୍ୱ, ଜାଣନ୍ତୁ କ’ଣ କହୁଛି ଶାସ୍ତ୍ର

ମନୁଷ୍ୟ ଶରୀରରେ କିଛି ଏଭଳି ଚିହ୍ନ ରହିଥାଏ ଯାହା ତାକୁ ଭାଗ୍ୟଶାଳୀ ବନାଇଥାଏ। ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ, ଶରୀରରେ ଥିବା ଚିହ୍ନ, କଳାଜାଇ ଏବଂ ଅଙ୍ଗର ଗଠନଶୈଳୀରୁ ବ୍ୟକ୍ତିର ଜୀବନ ସମ୍ପର୍କରେ ଜଣାପଡେ। ଏଥିରୁ ବ୍ୟକ୍ତି ଭାଗ୍ୟଶାଳୀ କି ନୁହେଁ ତାହା ସମ୍ପର୍କରେ ମଧ୍ୟ ଜଣାପଡେ। ତିଳ ଚିହ୍ନ ଶରୀରର କୌଣସି ବି ସ୍ଥାନରେ ଦେଖାଯାଇପାରେ । ତେବେ ଆପଣ ଜାଣନ୍ତି କି ଆପଣଙ୍କ ଶରୀରରେ ଥିବା ଏହି ତିଳ ଚହ୍ନ ସହ ଯୋଡ଼ି ହୋଇ ରହିଛି ଆପଣଙ୍କ ସ୍ୱଭାବ ଓ ସମ୍ପର୍କର ଅନେକ ଗଭୀର ତଥ୍ୟ । ଆସନ୍ତୁ ଜାଣିବା ଶରୀରର ଆଖି ପାଖର ଏହି ସ୍ଥାନରେ ତିଳ ଥିଲେ କ’ଣ କହେ ।

ଆଖି ପାଖର ଏହି ସ୍ଥାନରେ ତିଳ ଚିହ୍ନ ଥିଲେ-

ଯଦି କୌଣସି ବ୍ୟକ୍ତିଙ୍କ ଡାହାଣ ଆଖିର ଭୃଲତା ଉପରେ ତିଳି ଚିହ୍ନ ଥାଏ ତ ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ସେ ବ୍ୟକ୍ତି ବହୁତ ବୁଦ୍ଧିମାନ ହୋଇଥାନ୍ତି । ଏମାନଙ୍କର ସ୍ୱଭାବ ବହୁତ ଭାବାତ୍ମକ ହୋଇଥାଏ । ହେଲେ ଏମାନେ ଜୀବନର ଅନେକ ନିଷ୍ପତ୍ତି ମସ୍ତିସ୍କରେ ନେଇଥାନ୍ତି ।

ଯେଉଁ ବ୍ୟକ୍ତିଙ୍କ ବାମ ଆଖିର କାନ ପାଖରେ ତିଳ ଚିହ୍ନ ଥାଏ, ତେବେ ଏହି ବ୍ୟକ୍ତି ନିଜ ପ୍ରେମୀକୁ ବହୁତ ପ୍ରେମ କରିଥାନ୍ତି । ନିଜେ ପ୍ରେମ ପାଇବାକୁ ମଧ୍ୟ ଲଢ଼ିଥାନ୍ତି ।

ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ, ଯେଉଁ ଲୋକଙ୍କ ବାମ ଆଖି ତଳେ ଓ ନାକ ପାଖରେ ତିଳ ଚିହ୍ନ ଥାଏ । ଏମାନଙ୍କ ବିଷୟରେ କୁହାଯାଇଥାଏ ଯେ ଏହି ବ୍ୟକ୍ତି କେବଳ ନିଜ କାମ ବିଷୟରେ ଚିନ୍ତା କରିଥାନ୍ତି ଓ ଏମାନଙ୍କ ସ୍ୱଭାବ ଇର୍ଷାଯୁକ୍ତ ହୋଇଥାଏ । ଅର୍ଥାତ ଅନ୍ୟ ଲୋକଙ୍କ ଉପରେ ଏମାନଙ୍କ ଇର୍ଷା ଅଧିକ ହୋଇଥାଏ ।

You might also like