ଘରେ କେବେ ବି ଲଗାନ୍ତୁ ନାହିଁ ଏହି ଗଛ, ଘରର ସୁଖ ଶାନ୍ତି ହୋଇଯିବ ବରବାଦ

ଗଛ ଲତା କେବଳ ଆମର ବାତାବରଣ ପାଇଁ ଜରୁରୀ ହୋଇନଥାଏ,ଏହା ବାସ୍ତୁ ଶାସ୍ତ୍ରରେ ମଧ୍ୟ ମହତ୍ୱ ଦିଆଯାଇଛି । ବାସ୍ତୁଶାସ୍ତ୍ରରେ ଏମିତି କିଛି ଗଛ ବିଷୟରେ କୁହାଯାଇଛି,ଯାହାକୁ ଘରେ ଲଗାଇବା ଦ୍ୱାରା ବାତାବରଣ ଶୁଦ୍ଧ ହେବା ସହ ଗରେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ । ସେହିପରି କିଛି ଏମିତି ଗଛ ଅଛି ଯାହାକୁ ଘରେ ଲଗାଇବା ଦ୍ୱାରା ଘରର ବହୁତ କ୍ଷତି ହୋଇଥାଏ । ଏହି ସବୁ ଗଛକୁ ଘରେ ଲଗାଇବା ଦ୍ୱାରା ଘରର ସୁଖ ଶାନ୍ତି ନଷ୍ଟ ହେବା ସହ ଘରେ ଖରାପ ପ୍ରଭାବ ପକାଇଥାଏ । ଆସନ୍ତୁ ଜାଣିବା କ’ଣ ସେହି ଗଛ,ଯାହାକୁ ଘରେ ଲଗାଇବା କଥା ନୁହେଁ ।

ତେନ୍ତୁଳି ଗଛ

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ତେନ୍ତୁଳି ଗଛ ଲଗାଇବା ଶୁଭ ମନାଯାଇ ନଥାଏ । ମାନ୍ୟତା ରହିଛି ଯେ ଏହି ଗଛ ଘରେ ଲଗାଇବା ଦ୍ୱାରା ନକରାତ୍ମକ ଶକ୍ତି ବଢ଼ିଥାଏ । ଘରେ ପରିବାର ମଧ୍ୟରେ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥାଏ । ତେଣୁ ତେନ୍ତୁଳି ଗଛ କେବେ ବି କୌଣସି ସମ୍ପର୍କୀୟଙ୍କୁ ଗିପ୍ଟ ଦିଅନ୍ତୁ ନାହିଁ ।

ମେହେନ୍ଦି ଗଛ

ଯେଉଁଠି ପୂଜା ପାଠରେ ମେହେନ୍ଦିର ବହୁତ ଶୁଭ ମନାଯାଇଥାଏ । ହେଲେ ଘରେ ମେହେନ୍ଦି ଗଛ ଲଗାଇବା ଦ୍ୱାରା ଅଶୁଭ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଏହାକୁ ଘରେ ଲଗାଯାଏ ଆଖପାଖରେ ନକରାତ୍ମକ ଶକ୍ତି ସୃଷ୍ଟି ହୋଇ ସମସ୍ୟା ସୃଷ୍ଟି କରିଥାଏ ।

କାକ୍‌ଟସ ଗଛ

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ କାକ୍ଟସ ଗଛ ଲଗାଇବା ବି ଅଶୁଭ ମନାଯାଇଥାଏ । ଏଥିସହିତ ଅଫିସର ଆଖପାଖରେ ମଧ୍ୟ କଣ୍ଟାଯୁକ୍ତ ଗଛ ଲଗାଇବା କଥା ନୁହେଁ । କୁହାଯାଏ ଏହାଦ୍ୱାରା କାର୍ଯ୍ୟରେ ବାଧା ଉତ୍ପନ୍ନ ହୋଇଥାଏ ଓ ଆର୍ଥିକ ସ୍ଥିତି ଉପରେ ମଧ୍ୟ ନକରାତ୍ମକ ପ୍ରଭାବ ପକାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.