ଚାଣକ୍ୟ ନୀତି : ସାରା ଜୀବନ ଯଦି ଉନ୍ନତି ଚାହୁଁଛନ୍ତି, ତେବେ କେବେ ବି ନିଅନ୍ତୁ ନାହିଁ ଏହି ଗୋଟିଏ କଥାର ସାହାଯ୍ୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ସଫଳ ଜୀବନ ପାଇଁ କେତେକ ନୀତି କହିଛନ୍ତି । ଏହି ନୀତି ଗୁଡିକ ଭିତରୁ କେତେ ନୀତି ଵା ବିଚାର ଆପଣଙ୍କୁ କଠୋର ଲାଗିପାରେ କିନ୍ତୁ ଏହି କଠୋରତା ହିଁ ଜୀବନର ସତ୍ୟ ଅଟେ । ବ୍ୟସ୍ତ ବହୁଳ ଜୀବନରେ ଆପଣ ଏହି ବିଚାରଗୁଡିକୁ ଅଣଦେଖା କରିଦେଇ ପାରନ୍ତି କିନ୍ତୁ ଏହା ଜୀବନର ପ୍ରତିଟି ଘଡ଼ିସନ୍ଧି ମୁହୁର୍ତ୍ତରେ ଆପଣଙ୍କୁ ସାହାଯ୍ୟ କରିଥାଏ ।

ଏହି ସଂସାରରେ ଜନ୍ମ ନେବା ବାଲା ପ୍ରତ୍ୟେକ ବ୍ୟକ୍ତି ଧନ, ପଦ ସମ୍ମାନ ଚାହିଁଥାନ୍ତି । ଲୋକଙ୍କ ମଧ୍ୟରେ ନିଜର ଭଲ ଭାବମୂର୍ତ୍ତି ବଜାୟ ରଖିବା ପାଇଁ ବ୍ୟକ୍ତି ସାରା ଜୀବନ ପରିଶ୍ରମ କରିଥାଏ । ଚାଣକ୍ୟ ନୀତିରେ କୁହାଯାଇଛି ଯେ ସଫଳତା ହାସଲ ପାଇଁ କେଉଁ ଜିନିଷର ସହାୟତା ନେବା ଉଚିତ ନୁହେଁ । ନଚେତ ବର୍ତ୍ତମାନ ସହ ଭବିଷ୍ୟତ ମଧ୍ୟ ଅନ୍ଧକାର ହୋଇଯିବ । ଆସନ୍ତୁ ଜାଣିବା କ’ଣ ସେହି ଜିନିଷ ।

ସଫଳତା  ପାଇଁ ନିଅନ୍ତୁ ନାହିଁ ଏହି କଥାର ସାହାଯ୍ୟ :

• ସତ୍ୟର ପଥ କଠିନ ଜରୁର,ହେଲେ ଯେଉଁ ବ୍ୟକ୍ତି ସତ୍ୟର ମାର୍ଗ ଆପଣାଇଥାନ୍ତି,ତାଙ୍କୁ ସଫଳତା ନିଶ୍ଚିତ ମିଳିଥାଏ । ମିଥ୍ୟାର ଆଶ୍ରୟ ନେଇଥିବା ବ୍ୟକ୍ତି କ୍ଷଣିକ ପାଇଁ ସୁଖ ପାଇପାରେ ହେଲେ ଯଦି ଏହା ବ୍ୟକ୍ତି ପାଇଁ ଅଭ୍ୟାସ ହୋଇଯାଏ । ତେବେ ଏହା ବର୍ତ୍ତମାନ ସହ ଭବଷ୍ୟତ ମଧ୍ୟ ଖରାପ କରିଦେଇଥାଏ । ସଫଳତା କେବେ ମିଳି ନଥାଏ ।

• ବ୍ୟକ୍ତି କୌଣସି ଜିନିଷକୁ ପାଇବା ପାଇଁ ସର୍ଟକଟ ରାସ୍ତା ଆପଣାଇ ଥାନ୍ତି । ସତକୁ ଲୁଚାଇବା ପାଇଁ ଗୋଟିଏ ପରେ ଗୋଟିଏ ମିଛ କହିଥାନ୍ତି । ଫଳରେ ମିଛର ଏହି ଚକ୍ର ବ୍ୟୁହରେ ଫସିଯାଇଥାନ୍ତି । ଫଳରେ ଏପରି ବ୍ୟକ୍ତିଙ୍କ ଛବି ଖରାପ ହୋଇଥାଏ । ଲୋକଙ୍କ ଭରଷା ଏମାନଙ୍କ ଉପରୁ ଉଠିଯାଇଥାଏ । ଫଳରେ ଯାହା ସମ୍ମାନ ପାଇଥାନ୍ତି ତାହା ବି ଚାଲିଯାଇଥାଏ ।

• ମିଛର ମୂଳଦୁଆରେ ଗଢ଼ି ଉଠିଥିବା ସମ୍ପର୍କ ଖୁବ ଶୀଘ୍ର ଭାଙ୍ଗି ଯାଇଥାଏ । ଅଳ୍ପ ସମୟ ପାଇଁ ଏହା ଖୁସୀ ଦେଇଥିଲେ ମଧ୍ୟ ଶେଷ ଦୁଃଖଦ ହୋଇଥାଏ । ମିଛ ଯେତେ ସଫେଇ ସହ କୁହାଗଲେ ବି ଏହାର ସ୍ଥାୟୀତ୍ୱ ବହୁତ କମ ହୋଇଥାଏ । କାରଣ ଯେତେବେଳେ ମିଛ ଧରାପଡେ ସବୁ କିଛି ଶେଷ ହୋଇଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.