Below header

ଏହି ବେଙ୍ଗ ମାତ୍ର ୩ ମିନିଟରେ ନେଇପାରେ ୧୦ ଜଣଙ୍କ ଜୀବନ, ରୁହନ୍ତୁ ସତର୍କ

ଦୁନିଆରେ ପ୍ରାୟ ଅନେକ ପ୍ରକାର ଜୀବ ଜନ୍ତୁ ରହୁଛନ୍ତି। ସେମାନଙ୍କ ମଧ୍ୟରୁ କିଛି ପ୍ରାଣୀ ବିଷାକ୍ତ ଅଛନ୍ତି ତ ଆଉ କିଛି ପ୍ରାଣୀଙ୍କର ବିଷ ନାହିଁ। ଆମେ ରହୁଥିବା ପରିବେଶରେ ସବୁବେଳେ ବେଙ୍ଗ ଦେଖୁ। ଯାହାକି ଉଭୟ ଜଳରେ ଓ ସ୍ଥଳ ଭାଗରେ ରହିପାରେ। ହେଲେ ଆମେ ଦେଖୁଥିବା ବେଙ୍ଗ କଣ କୌଣସି ମଣିଷର ଜୀବନ ନେଇ ପାରେ କି? ହୁଏତ ଆପଣ କହିବେ ନା। କିନ୍ତୁ ଦୁନିଆରେ ଏମିତି ବି ଏକ ପ୍ରଜାତିର ବେଙ୍ଗ ରହିଛି ଯାହା ପ୍ରାୟ ୩ ମିନିଟରେ ନେଇପାରେ ୧୦ ଜଣ ଲୋକଙ୍କ ଜୀବନ। ହୁଏତ ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲଗୁଥିବ କିନ୍ତୁ ଏହା ସତ।

ଗୋଲ୍ଡେନ ପଏଜନ୍ ଡାର୍ଟ ପ୍ରଜାତିର ବେଙ୍ଗ ବା ମେଣ୍ଡକ୍ ବେଙ୍ଗ ମଧ୍ୟରୁ ସବୁଠୁ ବିଷାକ୍ତ ଓ ଭୟଂକର ଜୀବ। ଏହି ବେଙ୍ଗ କେବଳ ଦୁଇ ଇଞ୍ଚର ହୋଇଥାଏ। ପୁଣି ଏହି ବେଙ୍ଗର ମାତ୍ର ଦୁଇ ବୁନ୍ଦା ବିଷରେ କାହାର ବି ମୃତ୍ୟୁ ହୋଇପାରେ। ଏମିତିକି ବୈଜ୍ଞାନିକମାନେ ମଧ୍ୟ ଏହି ବେଙ୍ଗକୁ ଦୁନିଆର ସବୁଠାରୁ ବିଷାକ୍ତ ଜୀବରେ ଗଣନ୍ତି। ଏହି ବେଙ୍ଗ ଦେଖିବାକୁ ଖୁବ୍ ଆକର୍ଷଣୀୟ। ସୁନା ଭଳି ଚମକୁ ଥାଏ। ଏମିତିକି କିଛି ସଂପୂର୍ଣ୍ଣ ସବୁଜ ରଙ୍ଗ ଓ କମଳା ରଙ୍ଗର ହୋଇଥାନ୍ତି। ଏହି ପ୍ରଜାତିର ବେଙ୍ଗ କଲୋମ୍ବିଆର ରେନ୍ ଫରେଷ୍ଟ ବା ବର୍ଷା ହେଉଥିବା ଜଙ୍ଗଲରେ ପେଶିଫିକ କୋଷ୍ଟ ଅଞ୍ଚଳରେ ଦେଖା ଯାଆନ୍ତି।

ଏହାକୁ ଗୋଲ୍ଡେନ ପଏଜନ୍ ଆରୋ ଫ୍ରଗ୍ ମଧ୍ୟ କୁହାଯାଏ। ଏହାର ସାଇଜ ଯେତେ ଛୋଟୋ ଏହା ତା ଠାରୁ ଅଧିକ ବିଷାକ୍ତ। ଏହି ବେଙ୍ଗର ଚମଡାରେ ବିଷାକ୍ତ ଟକ୍ସିନ ଥାଏ ଏବଂ ଏହା ସମୟେ ସମୟେ ତା ଶରୀରରୁ ବୋହୁଥାଏ। ଏମାନେ ବର୍ଷା ଦିନରେ ବଂଶ ବିସ୍ତାର କରନ୍ତି। କିଛି ପ୍ରଜାତିରେ ଗୋଲ୍ଡେନ ରଙ୍ଗ ଥାଇ କଳା ରଙ୍ଗର ଛିଟ ପଡ଼ିଥାଏ। ଏମାନଙ୍କ ରଙ୍ଗ ହୁଏତ ଦେଖିବାକୁ ଅଧିକ ମନୋଲୋଭା କିନ୍ତୁ ଏମାନେ ବହୁତ୍ ବିଷାକ୍ତ। କୌଣସି ଜୀବ ଦେହରେ ଲାଗି ଗଲେ ତାର ମୃତ୍ୟୁ ନିଶ୍ଚିତ। ସେଥିପାଇଁ ଏମାନଙ୍କୁ ସାପ ମଧ୍ୟ ଖାଏନି। ତେବେ ଭାରତରେ ଏହି ପ୍ରଜାତି ପ୍ରାୟତ ଦେଖିବାକୁ ମିଳନ୍ତି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.