Below header

ହାଡ ପାଇଁ ବହୁତ କ୍ଷତିକାରକ ତମାଖୁ ଏବଂ ଧୂମପାନର ଅଭ୍ୟାସ, ଜଲଦି କରନ୍ତୁ ପରିବର୍ତ୍ତନ

ତମାଖୁ ଚୋବାଉଥିବା ଲୋକଙ୍କ ଠାରେ ହାଡ ଦୁର୍ବଳ ହେବାର ଗମ୍ଭୀର ରୋଗ ଦେଖିବାକୁ ମିଳେ। ମାରାତ୍ମକ ରୋଗ ଅଷ୍ଟିୟୋପୋରୋସିସର ଭୟ ଦେଖିବାକୁ ମିଳେ ଯେଉଁମାନେ ଅଧିକ ତମାଖୁ ଚୋବାଇଥାନ୍ତି। ଏହି ରୋଗ ହେବା ଦ୍ୱାରା ହାଡର ଘନତ୍ୱ କମ୍‌ ହୋଇଯାଇଥାଏ।

ଆଜିର ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟରେ ଖାଦ୍ୟପେୟରେ ଅବହେଳା ଯୋଗୁଁ ସ୍ବାସ୍ଥ୍ୟ ଉପରେ ବିଶେଷ ପ୍ରଭାବ ପଡୁଛି। ବିଭିନ୍ନ ପ୍ରକାର ରୋଗ ସହ ଶରୀରର ବିଭିନ୍ନ ଅଙ୍ଗ ଉପରେ ଏହାର ପ୍ରଭାବ ପଡୁଛି।

ଆଜିକାଲି ତ କମ୍ ବୟସର ଲୋକଙ୍କୁ ମଧ୍ୟ ହାଡ଼ଜନିତ ସମସ୍ୟାର ସାମ୍ନା କରିବାକୁ ପଡୁଛି। ହାଡ଼ ଦୁର୍ବଳ ହେବା ଦ୍ବାରା ଆଣ୍ଠୁ ଏବଂ ମାଂସପେଶୀରେ ଯନ୍ତ୍ରଣା ହୋଇଥାଏ । କିନ୍ତୁହାଡ ପାଇଁ ବହୁତ କ୍ଷତିକାରକ ତମ୍ବାକୁ ଏବଂ ଧୂମପାନର ଅଭ୍ୟାସ।

ତମାଖୁ ଚୋବାଇବା କାରଣରୁ ନୂଆ ହାଡ ତିଆରି କରୁଥିବା କୋଶିକାର ଉତ୍ପାଦନ କମ୍‌ ହୋଇଯାଇଥାଏ। ହାଡର ଏହି ସମସ୍ୟା ଜୀବନର ଗୁଣବତ୍ତାକୁ ପ୍ରଭାବିତ କରିଦେଇଥାଏ। ଏମିତିରେ ଅଷ୍ଟିୟୋପୋରୋସିନ୍‌ ଠାରୁ ନିଜକୁ ଦୂରେଇ ରଖିବା ଆବଶ୍ୟକ।

ଧୂମପାନ କାରଣରୁ ରୁମେଟିଇଡ ଆର୍ଥରାଇଟିସ ଏବଂ ଅଷ୍ଟିୟୋପୋରୋସିସ୍‌ ସହିତ ପ୍ରତିରକ୍ଷା ପ୍ରଣାଳୀ ସମସ୍ୟା ବଢ଼ି ଯାଇଥାଏ। ସୁସ୍ଥ ଜୀବନଶୈଳୀକୁ ସର୍ବଦା ରଖିବାକୁ ହେଲେ ଧୂମପାନ ଏବଂ ତମାଖୁ ଛାଡିବା ଦ୍ୱାରା ଅଷ୍ଟିୟୋପୋରୋସିସ ଏବଂ ହାଡ ଓ ଫୁସଫୁସର ଅନେକ ରୋଗକୁ ରୋକାଯାଇହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.