ଓଡିଆ ପରମ୍ପରାରେ ବାରମାସରେ ତେର ପର୍ବ । ଜଗନ୍ନାଥ ସଂସ୍କୃତି ସହ ଓଡିଆ ଲୋକମାନଙ୍କ ପରମ୍ପରା ଯୋଡି ହୋଇ ରହିଛି । କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ର ରେ ରାଈଦାମୋଦର ପୂଜା କରାଯାଉଥିବା ବେଳେ ଗାଁ ଠୁ ସହର ଯାଏ ଏହି ପୂଜାକୁ ଘରେ ଘରେ ପାଳନ କରିଥାନ୍ତି। କାର୍ତ୍ତିକ ମାସ ର ଶେଷ ପାଞ୍ଚଦିନ ପଞ୍ଚୁକ କୁ ପାଞ୍ଚଦିନ ପାଳନ କରାଯାଏ। ଏହା କାର୍ତ୍ତିକ ମାସର ସର୍ବଶ୍ରେଷ୍ଠ ଦିନ ମନାଯାଏ। ଏହି ପଞ୍ଚୁକ ପାଞ୍ଚଦିନ ଓଡ଼ିଶାର ପୁର ପଲ୍ଲୀ ରେ ଦେଖିବାକୁ ମିଳିଥାଏ ଏକ ସ୍ବତନ୍ତ୍ର ପରମ୍ପରା । ଗ୍ରାମାଞ୍ଚଳ ର କୁମାରୀ ଝିଅ ମାନେ ଏହି ପଞ୍ଚୁକ ପାଞ୍ଚଦିନ ରେ ଏକ ବ୍ରତ କରିଥାନ୍ତି ।
ଓଡିଆ ପରମ୍ପରାରେ ନିଆରା ପର୍ବ ହେଉଛି ଚଉରାପୂଜା। ଓଡ଼ିଶାର ଗ୍ରାମାଞ୍ଚଳରେ କାର୍ତ୍ତିକ ମାସ ର ଶେଷ ପାଞ୍ଚଦିନ ପଞ୍ଚୁକରେ ଦାଣ୍ଡ ଓଳାଇଥାନ୍ତି ଗ୍ରାମର ଝିଅବୋହୂ । ପୌରାଣିକ କିମ୍ବାଦନ୍ତୀ ଏବ ପ୍ରାଚୀନ ସାଧବ ପୁଅ ପରମ୍ପରାକୁ କୁ ମନେ ପକାଇ ବ୍ରତ ପାଳନ କରୁଛନ୍ତି ମହିଳା ଏବ କୁମାରୀ ଝିଅ । ବିଶ୍ବାସ ରହିଛି ଏହି ବ୍ରତ ପାଳନ କଲେ ପରିବାର ରେ ମଙ୍ଗଳ ହେବ ସହ କୁମାରୀ ମାନେ ମନ ପସନ୍ଦ ର ବରପାତ୍ର ପାଇଥାନ୍ତି ।
ପଞ୍ଚୁକ ପୂର୍ବଦିନ ଗ୍ରାମର ଜଳାଶୟ ନିକଟରେ ମାଟିରେ ଚଉରା ତିଆରି କରିଥାନ୍ତି। ଚଉରା ସହିତ କୁମ୍ଭୀର ,କଇଁଛ ,ବାସୁଆ ,ଗଉରା ତିଆରି କରି ଥାନ୍ତି । ପଞ୍ଚୁକର ପ୍ରଥମ ଦିନରୁ ଭୋର ୪ ଟା ରୁ ଉଠି ଦାଣ୍ଡ ଓଳାଇଥାନ୍ତି । ଗ୍ରାମର ଗୋଟିଏ ମୁଣ୍ଡରୁ ଶେଷ ମୁଣ୍ଡ ପର୍ଜନ୍ତ କୁମାରୀ ଝିଅ ମାନଙ୍କ ସହ ସଧବା ମହିଳା ମାନେ ଗାଁ ଦାଣ୍ଡ ସହିତ ମନ୍ଦିର ପରିସର କୁ ଓଳାଇ ଥାନ୍ତି । ଏହି ଦାଣ୍ଡ ଓଳାଇବା ବେଳେ ମହିଳା ଏବମ କୁମାରୀ ଝିଅ ମାନେ ଝାଡୁ ଭାବରେ ଏକ ସ୍ବତନ୍ତ୍ର ପ୍ରକାର ଝାଟି ଗଛ କୁ ବ୍ୟବହାର କରିଥାନ୍ତି । ଦାଣ୍ଡ ଓଳାଇବା ସମୟରେ ମହିଳା ମାନେ ହୁଳହୁଳି ପକାଇବା ସହିତ ଅକାମା ବୈ ପାନ ଗୁଆ ଖାଇ ଭଳି ସ୍ବତନ୍ତ୍ର ଗୀତ କୁ ଗାଇଥାନ୍ତି । ଦାଣ୍ଡ ଅଲାଇବା ସରିଲା ପରେ ଝିଅ ମାନେ ସକାଳୁ ସ୍ନାନସାରି ଚଉରା ନିକଟ କୁ ଆସି ସେଠାରେ ମୁରୁଜ ପକାଇ ରଙ୍ଗୋଲୀ ପକାଇଥାନ୍ତି ଏବ ପରେ ଚଉରା କୁ ପୂଜାକରିଥାନ୍ତି ।
ଗ୍ରାମାଞ୍ଚଳରେ ରହିଥିବା ଏହି ପରମ୍ପରା ପୌରାଣିକ କିମ୍ବଦନ୍ତୀ ଏବଂ ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ରୁ ଆସିଥିବା ଅନୁମାନ କରାଯାଏ। ପୌରାଣିକ କିମ୍ବଦନ୍ତୀ ଅନୁଯାଇ ଜଳନ୍ଧର ନାମକ ରାକ୍ଷଶ ଚାରିବେଦ କୁ ଚୋରିକରି ନେଇ ସାଗର ମଧ୍ୟରେ ଲୁଚାଇ ରଖିଥିଲା। ବେଦ କୁ ଉଦ୍ଧାର କରିବା ପାଇଁ ଭଗବାନ ବିଷ୍ଣ ଜଳନ୍ଧର ସହିତ ଘମାଘୋଟ ଯୁଧ୍ୟ କରିଥିଲେ କିନ୍ତୁ ଜଳନ୍ଧର ରାକ୍ଷଶ କୁ କୌଣସ ମତେ ପରାସ୍ତ କରିପାରି ନଥିଲେ । ଯାହାର କାରଣ ଜଳନ୍ଧର ର ସ୍ତ୍ରୀ ବୃନ୍ଦାବତୀ ସତିନାରୀ ଥିଲେ । ଜଳନ୍ଧର ବର ପାଇଥିଲା ଯେ ଯେ ପର୍ଜନ୍ତ ବୃନ୍ଦାବତୀ ସତୀ ହୋଇ ରହିଥିବେ ସେ ପର୍ଜନ୍ତ ଜଳନ୍ଧର ର ମୃତ୍ଯୁ ହେବ ନାହିଁ ।
ଭଗବାନ ଶ୍ରୀହରି ଜଳନ୍ଧର ର ରୂପଧରି ବୃନ୍ଦାବତୀ ଙ୍କର ସତୀତ୍ଵ ହରଣ କରିଥିଲେ ଏବମ ଜଳନ୍ଧର ର ମୃତ୍ଯୁ ହୋଇଥିଲା । ଶ୍ରୀହରି ଛଳନା କରି ବୃନ୍ଦାବତୀ ଙ୍କ ସତୀତ୍ଵ ହରଣ କରିଥିବା ଯୋଗୁଁ ବୃନ୍ଦାବତୀ କୁ ବର ଦେଇଥିଲେ ଯେ ପ୍ରତେକ ଯୁଗରେ ବୃନ୍ଦାବତୀ ପୂଜାପାଇବେ । ଯେଉଁ ନାରୀ ବୃନ୍ଦାବତୀ ଙ୍କୁ ପୂଜା କରିବେ ଯଶ ,ଐଶ୍ଵର୍ଜ ପାଇବା ସହ ସୌଭାଗ୍ୟବତୀ ହେବେ । ସେହିପରି ପ୍ରାଚୀନ କିମ୍ବଦନ୍ତୀ ଅନୁଯାଇ ସାଧବ ପୁଅ ମାନେ ଦୂର ଦେଶକୁ ବାଣିଜ୍ୟ କରିବାପାଇଁ ଯାଉଥିବା ସମୟରେ ସାଧବ ଘରର ଝିଅବୋହୂମାନେ ସେମାନଙ୍କର ଶୁଭମନାଶୀ ନଦୀ କୁଳ କିମ୍ବା ଜଳାଶୟ ନିକଟରେ ବୃନ୍ଦାବତୀ ଷ୍ଟପଣ କରି ପୂଜାର୍ଚନା କରୁଥିଲେ । ସେହି ପରମ୍ପରାକୁ ଆଧାର କରି ଦାଣ୍ଡ ଓଳିଆ ବା ଚଉରାପୂଜା ଓଡିଆ ଝିଅ ବୋହୂମାନେ କରିଆସୁଛନ୍ତି। ଆଧୁନିକ ର ଚାକଚକ୍ୟ ରେ ଏହିପରମ୍ପରା ଆଜି ହଜି ହଜି ଯାଉଥିବା ବେଳେ ଅସ୍ତରଙ୍ଗ ନିକଟ କୁହୁଡି ଗ୍ରାମର ଝିଅ ବୋହୁ ମାନେ ଆଜି ବି ବଞ୍ଚାଇ ରଖିଛନ୍ତି ।