ସ୍ପଷ୍ଟ ଦିବାଲୋକରେ ଶିବସେନା ନେତାଙ୍କୁ ଗୁଳି! ଅଳିଆ ଗଦାରୁ ଭଗବାନଙ୍କ ମୂର୍ତ୍ତି ମିଳିବା ବିରୋଧରେ ଦେଇଥିଲେ ଧାରଣା

ଅମୃତସରରେ ଶିବସେନା ନେତା ସୁଧୀର ସୁରୀଙ୍କୁ ଦିନ ଦ୍ୱିପ୍ରହରରେ ଗୁଳିମାଡ଼ ହୋଇଛି। ଗୋପାଳ ମନ୍ଦିର ବାହାରେ ଅଳିଆ ଗଦାରୁ ଭଗବାନଙ୍କ ମୂର୍ତ୍ତି ମିଳିବା ବିରୋଧରେ ସୁରୀ ଏଠାରେ ଧାରଣାରେ ବସିଥିଲେ। ଏହି ସମୟରେ ଭିଡ଼ ଭିତରୁ କେହି ଜଣେ ତାଙ୍କ ଉପରରୁ ଗୁଳି କରିଥିଲା। ଘଟଣାର ତୁରନ୍ତ ପରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲ ନିଆଯାଇଥିଲା। ଏବେ ତାଙ୍କ ଅବସ୍ଥା ଗମ୍ଭୀର ଥିବା କୁହାଯାଉଛି।

ସେପଟେ ପୋଲିସ ଆକ୍ରମଣକାରୀଙ୍କୁ ଧରିବା ପାଇଁ ଅବରୋଧ ଆରମ୍ଭ କରି ଦେଇଛି। କହି ରଖୁଛୁ, କିଛି ଦିନ ତଳେ ସୁଧୀର ସୁରୀଙ୍କ ଉପରେ ଆକ୍ରମଣ କରାଯିବାକୁ ନେଇ ଯୋଜନା ପ୍ରସ୍ତୁତ ହୋଇଥିଲା। ପୋଲିସ ଗତ ମାସରେ କିଛି ଗ୍ୟାଙ୍ଗଷ୍ଟାରଙ୍କୁ ଗିରଫ କରିଥିଲା। ପଚରାଉଚରା ସମୟରେ ଅଭିଯୁକ୍ତମାନେ ହିଁ ଏ ନେଇ ଖୁଲାସା କରିଥିଲେ।

ପଞ୍ଜାବରେ ଏସ୍‌ଟିଏଫ୍‌ ଏବଂ ଅମୃତସର ପୋଲିସର ମିଳିତ ଉଦ୍ୟମରେ ଗତ ମାସରେ ୪ ଗ୍ୟାଙ୍ଗ୍‌ଷ୍ଟାରଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କୁ ପଚରାଉଚରା ବେଳେ ଏହି ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଥିଲା।ଗିରଫ ହୋଇଥିବା ଗ୍ୟାଙ୍ଗ୍‌ଷ୍ଟାରମାନେ ଶିବସେନା ନେତା ସୁଧୀର ସୁରୀଙ୍କ ଉପରେ ଆକ୍ରମଣର ଷଡ଼ଯନ୍ତ୍ର ରଚିଥିଲେ। ଏଥିପାଇଁ ସେମାନେ ପ୍ରସ୍ତୁତ ମଧ୍ୟ ହୋଇ ସାରିଥିଲେ। ତେବେ କିଛି ଘଟିବା ଆଗରୁ ପୋଲିସ ଓ ଏସ୍‌ଟିଏଫ୍‌ ୪ ଜଣଙ୍କୁ ଧରି ନେଇଥିଲା। ଅଭିଯୁକ୍ତମାନେ ମାନିଥିଲେ କି, ଦୀପାବଳି ପୂର୍ବରୁ ସେମାନେ ସୁରୀଙ୍କ ଉପରେ ବଡ଼ ଧରଣର ଆକ୍ରମଣ କରି ଥାଆନ୍ତେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.