ଦୋଷୀଙ୍କୁ ମଝି ରାସ୍ତାରେ ଉଠ ବସ୍‌ କରାଇଲା ପୋଲିସ୍‌, ଦୃଶ୍ୟ ଦେଖି ତାଳି ମାରିଲେ ଲୋକେ ଦେଖନ୍ତୁ ଭିଡିଓ

ପୁଣି ଚର୍ଚ୍ଚାରେ ଇନ୍ଦୋର ପୁଲିସ । ଆମ ଦେଶରେ ଅନେକ ଯାଗରେ ଅପରାଧି ମାନଙ୍କୁ ଦଣ୍ଡ ମିଳିବା ତ ଦୂରର କଥା ସେମାନେ ଓଲଟା ଖୋଲା ଆକାଶ ତଳେ ଆରାମରେ ବୁଲୁଛନ୍ତି ଏହି ସମୟରେ ମଧ୍ୟପ୍ରଦେଶରେ ଇନ୍ଦୋର ପୁଲିସ ଏମିତି ଏକ କାମ କରିଛନ୍ତି ଯେଉଁଥିପାଇଁ ତାଙ୍କୁ ଲୋକଙ୍କ ଠାରୁ ଅନେକ ପ୍ରଶଂସା ମିଳୁଛି ।

ଇନ୍ଦୋର ପୁଲିସ ଅନେକ ଥର ଅପରାଧୀଙ୍କର ଶୋଭାଯାତ୍ରା ବାହାର କରିଥାନ୍ତି ଓ ତାଙ୍କୁ ଅନ୍ୟ ଲୋକଙ୍କ ପାଖକୁ ନେଇ କ୍ଷମା ମଧ୍ୟ ମଗାଇଥାନ୍ତି । ତେବେ ନିକଟରେ ଇନ୍ଦୋର ପୁଲିସଙ୍କର ଏମିତି ଅନ୍ୟ ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓଟିରେ ସେମାନେ ଅପରାଧୀଙ୍କୁ ମଝି ରାସ୍ତାରେ ନେଇ ଲୋକଙ୍କ ଆଗରେ ଉଠ ବସ କରାଉଛନ୍ତି ଓ ଅପରାଧୀ ମାନେ ତଳେ ଶୋଇ ଜନସାଧାରଣଙ୍କୁ କ୍ଷମା ମଧ୍ୟ ମାଗୁଛନ୍ତି । ଏହି ଦୃଶ ଦେଖି ଲୋକମାନେ ତାଙ୍କ ବାଲକୋନିରୁ ବାହାରି ତାଳି ବଜାଉଛନ୍ତି ।

ଏହି ଭାଇରାଲ ଭିଡିଓଟି ଅଗଷ୍ଟ ୨୧ରେ ନ୍ୟୁଜ ଏଜେନ୍ସି ଏଏନଆଇ ଦ୍ୱାରା ସେୟାର କରାଯାଇଥିଲା । ଏହି ଭିଡିଓଟିରେ ଅପରାଧୀ ଦୁଇ ଜଣ ଲୋକଙ୍କ ଘର ସାମ୍ନାକୁ ଯାଇ ଉଠ ବସ କରୁଛନ୍ତି ଓ ଭୂମି ଉପରେ ନଇଁ ତାଙ୍କୁ କ୍ଷମା ମାଗୁଛନ୍ତି । ଏହି ଭିଡିଓଟି ସେୟାର ହେବାର ଏକ ଘଣ୍ଟା ମଧ୍ୟରେ ୬ ହଜାର ଲୋକ ଏହାକୁ ଦେଖିବା ସହିତ ୪୦୦ରୁ ବି ଅଧିକ ଲାଇକ ମଧ୍ୟ କରିଛନ୍ତି । ଇନ୍ଦୋର ପୁଲିସଙ୍କର ଏହି ପ୍ରଶଂସନୀୟ କାର୍ଯ୍ୟକୁ ଦେଖି ଅନେକ ଲୋକ ତାଙ୍କୁ ପ୍ରଶଂସାର ବାର୍ତ୍ତା ମଧ୍ୟ ପଠାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.