ନିଶାରେ ମାତାଲ୍‌ ପୋଲିସ୍‌ ବାବୁ, ଭିଡିଓ ହେଉଛି ଭାଇରାଲ୍‌

ଜନପଦ ସହରର କୋତବାଲି ଅଞ୍ଚଳର ରମଇପଟ୍ଟି ମହଲ ନିକଟରେ ଜଣେ ପୋଲିସ କର୍ମଚାରୀ ନିଶାରେ ଚୁର୍‌ ଥିବା ବେଳେ ରାସ୍ତାରେ ଟଳମଳ ହୋଇ ଚାଲୁଛନ୍ତି। ସେ ପୁଣି ପଡ଼ିଯାଉଥିବା ବେଳେ ଉଠି ବସୁଛନ୍ତି । ଯେଉଁ ଦୃଶ୍ୟ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି । ଆଉ ପୋଲିସ ବାବୁଙ୍କ ଏଭଳି କାର୍ଯ୍ୟକଳାପ ଦେଖିବାକୁ ରାସ୍ତାରେ ଲୋକଙ୍କର ଭିଡ଼ ଜମିଛି ।

ଆରେ ଆରେ ଏ କଣ ? ପୋଲିସ ବାବୁ ଜଣଙ୍କ ରାସ୍ତାରେ ଆସୁ ଆସୁ ତଳେ କଣ ପଡ଼ିଗଲେ । କଣ ତାଙ୍କ ଦେହ ଭଲ ନାହିଁ କି ? ନାଁ ଖରାରେ ଅସୁସ୍ଥ ହୋଇପଡ଼ିଲେ। ହେଲେ ଏ ରାସ୍ତାରେ ଖୋଜୁଛନ୍ତି ସେ କଣ ? ଟିକିଏ ଉଠି ବସୁଥିବା ବେଳେ ପୁଣି ତଳେ ପଡ଼ିଯାଉଛନ୍ତି । ଏ ପୋଲିସ ବାବୁଙ୍କର ହୋଇଛି କଣ? ଏପରି କାହିଁକି ହେଉଛନ୍ତି ସେ। ଲାଗୁଛି ଫୁଲ୍‌ ଡ୍ୟୁଟିରେ ଅଛନ୍ତି ବାବୁ ଜଣକ । କିନ୍ତୁ ସେ ରାସ୍ତାରେ ଯେପରି ଯାଉଛନ୍ତି ଡ୍ୟୁଟିର ଚିନ୍ତା ଥିବା ପରି ବିଲକୁଲ୍‌ ଲାଗୁ ନାହାନ୍ତି । ପାଦ ତାଙ୍କର ରାସ୍ତାର ଗୋଟିଏ ପାର୍ଶ୍ୱରେ ପଡ଼ୁଛି ତ ଆଉ ଗୋଟିଏ ପାର୍ଶ୍ୱରେ ଟଳ ମଳ ହୋଇ ପାଦ ପଡ଼ୁଛି । ଚାଲୁ ଚାଲୁ ପଡ଼ି ଯାଉଛନ୍ତି ତ ପୁଣି ଉଠି ବସି ପଡ଼ୁଛନ୍ତି ।

ହଁ ଆଜ୍ଞା, ଏ ଦୃଶ୍ୟ ଦେଖି ଆପଣ ଯେମିତି ଆଶ୍ଚର୍ଯ୍ୟ ହେଉଛନ୍ତି ଆମେ ମଧ୍ୟ ଆଶ୍ଚର୍ଯ୍ୟ ହେଉଛୁ । କାରଣ ଖାକିରେ ପୁଣି ଲାଗିଛି ଦାଗ । ଜଣେ ପୋଲିସ କର୍ମଚାରୀଙ୍କ ରାସ୍ତା ମଝିରେ ଏପରି ବ୍ୟବହାର ଲୋକଙ୍କୁ ଚକିତ କରିଛି । ଜନପଦ ସହରର କୋତବାଲି ଅଞ୍ଚଳର ରମଇପଟ୍ଟି ମହଲ ନିକଟରେ ଜଣେ ପୋଲିସ କର୍ମଚାରୀ ନିଶାରେ ଚୁର୍‌ ଥିବା ବେଳେ ରାସ୍ତାରେ ଟଳମଳ ହୋଇ ଚାଲୁଛନ୍ତି। ସେ ପୁଣି ପଡ଼ିଯାଉଥିବା ବେଳେ ଉଠି ବସୁଛନ୍ତି । ଯେଉଁ ଦୃଶ୍ୟ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି । ଆଉ ପୋଲିସ ବାବୁଙ୍କ ଏଭଳି କାର୍ଯ୍ୟକଳାପ ଦେଖିବାକୁ ରାସ୍ତାରେ ଲୋକଙ୍କର ଭିଡ଼ ଜମିଛି ।

ସେଠାରେ ଉପସ୍ଥିତ କିଛି ଲୋକ ପୋଲିସ ବାବୁଙ୍କର ଏପରି କାର୍ଯ୍ୟକୁ ଭିଡିଓ କରୁଥିବା ବେଳେ ଅନ୍ୟ କିଛି ଲୋକ ପୋଲିସ ବାବୁଙ୍କୁ ଦେଖି ହସିବାରେ ଲାଗିଥାଆନ୍ତି। ପୋଲିସ ବାବୁଙ୍କର ଏହି ଭିଡିଓଟି ସୋଶିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି । ତେବେ ଏହି ପୋଲିସ ଅଫିସର ଜଣକ କୋତବାଲି ଥାନାରେ କାର୍ଯ୍ୟ କରନ୍ତି । ତାଙ୍କ ନାଁ ହେଉଛି ଗଣେଶ ଚୌହାନ । ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଥିବା ଏହି ୩୦ ସେକେଣ୍ଡର ଭିଡିଓ ମିର୍ଜାପୁର ସହରରେ ବର୍ତ୍ତମାନ ହଇଚଇ ସୃଷ୍ଟି କରିଛି । ସେପଟେ ଏହି ଭିଡିଓ ଭାଇରାଲ ହେଉଥିବା ଦେଖି ସେହି ଅଞ୍ଚଳ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ଗୁପ୍ତା କହିଛନ୍ତି ଯେ, ଏହି ଘଟଣାର ତଦନ୍ତ କରାଯିବ ଏବଂ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.