Below header

ମା ଶାରଳା ମନ୍ଦିର ହୁଣ୍ଡି ଲୁଟ୍‌ ଘଟଣା, ଚୋରି କରିଥିବା ଅଭିଯୁକ୍ତ ଗିରଫ

ମା ଶାରଳା ମନ୍ଦିର ହୁଣ୍ଡି ଭାଙ୍ଗି ଚୋରି କରିଥିବା ଅଭିଯୁକ୍ତ ଗିରଫ। ଅଭିଯୁକ୍ତ ନିକଟରୁ ନଗଦ ୧ଲକ୍ଷ ୮୫ହଜାର ୧୯୬ଟଙ୍କା, ଦୁଇଟି ମୋବାଇଲ ଓ ମା ଶାରଳାଙ୍କ ଏକ ଶାଢ଼ୀ ଜବତ ହୋଇଛି ।

ଜଗତସିଂହପୁର: ମା ଶାରଳା ମନ୍ଦିର ହୁଣ୍ଡି ଭାଙ୍ଗି ଚୋରି କରିଥିବା ଅଭିଯୁକ୍ତ ଗିରଫ। ଅଭିଯୁକ୍ତ ନିକଟରୁ ନଗଦ ୧ଲକ୍ଷ ୮୫ହଜାର ୧୯୬ଟଙ୍କା, ଦୁଇଟି ମୋବାଇଲ ଓ ମା ଶାରଳାଙ୍କ ଏକ ଶାଢ଼ୀ ଜବତ ହୋଇଛି। ଅଭିଯୁକ୍ତ ଜଣକ କେନ୍ଦୁଝର ସଦର ଥାନା କେରୀ ଗାଁର ଋଷି ମହାନ୍ତ। ଗତ ୧୪ ତାରିଖ ରାତିରେ ଇଲେକ୍ଟ୍ରି କଟର ଓ ରେଞ୍ଚି ବ୍ୟବହାର କରି ହୁଣ୍ଡି ଭାଙ୍ଗି ଚୋରି କରି ଫେରାର ହୋଇ ଯାଇଥିଲା।

ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଘଟଣାରେ ଏସପିଙ୍କ ନିର୍ଦ୍ଦେଶରେ ପୋଲିସ ଏକ ସ୍ବତନ୍ତ୍ର ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। କିଛି ବ୍ୟକ୍ତିଙ୍କ ମୋବାଇଲ ନମ୍ବରର ଡାଟା ଆନାଲିସିସ କରି ଋଷିର ଠିକଣା ପାଇଥିଲା ପୋଲିସ। ଅଭିଯୁକ୍ତକୁ କରଞ୍ଜିଆର ଏକ ହୋଟେଲରୁ ଗିରଫ କରାଯାଇଛି। ଶାରଳା ମନ୍ଦିରରୁ ଚୋରି କରିବାକୁ ଅଭିଯୁକ୍ତ ୧୧ତାରିଖରୁ ଜଗତସିଂହପୁର ଆସିଥିଲା। ପୂର୍ବରୁ ଏହି ମାମଲାରେ ବାଟରେ ପଡିଥିବା ଟଙ୍କା ପାଇଥିବା ୩ଜଣଙ୍କୁ ଅଟକ ରଖା ଯାଇଥିବା ବେଳେ ସେମାନେ ଏଥିରେ ସମ୍ପୃକ୍ତ ନଥିବା ପୋଲିସ କହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.