Below header

ସଡ଼କ ଦୁର୍ଘଟଣାରେ ୫ ମୃତ ଘଟଣା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶୋକାକୁଳ ପରିବେଶ

ତିନିଟି ଘରୁ ଉଠିଛି ୫ଟି ଶବ। ରବିବାର ଦିନ ହାଇୱା ନେଇଗଲା ୫ ଜଣଙ୍କ ଜୀବନ। ଗତକାଲି ଦୁର୍ଘଟଣାର ଦୃଶ୍ୟ ଯେତିକି ହୃଦୟ ବିଦାରକ ଥିଲା ତା ଠାରୁ ବଳି ଯାଇଛି ଆଜିର ଘଟଣା। ଶୋକାକୁଳ ପରିବେଶ ମଧ୍ୟରେ ୫ ଜଣଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ସୁନ୍ଦରଗଡ଼: ରାସ୍ତାଘାଟ ଲୋକାରଣ୍ୟ । କାନ୍ଧରେ ଯାଉଛି ଶବାଧାର । ଶୋକରେ ଡୁବିଛନ୍ତି ସମସ୍ତେ। ରବିବାର ଦିନ ହାଇୱା ନେଇଗଲା ୫ ଜଣଙ୍କ ଜୀବନ। ସୁନ୍ଦରଗଡ଼ ରିଜେଣ୍ଟ ମାର୍କେଟ ବଗିଚାପଡ଼ା ଅଞ୍ଚଳ। ତିନିଟି ଘରୁ ଉଠିଛି ୫ଟି ଶବ। ମହମ୍ମଦ ସଜ୍ଜାଦ, ମୁନସନ ଖାତୁନ, ମୁସ୍କାନ ଖାତୁନ, ଇଶରତ ବାନୋ, ଇନାୟତ ଖାତୁନ। ଏମାନେ ହାଇୱା ଧକ୍କାରେ ପ୍ରାଣ ହରାଇଥିଲେ । ଜଣେ ଶିଶୁ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଥିଲା । ଗତକାଲି ଦୁର୍ଘଟଣାର ଦୃଶ୍ୟ ଯେତିକି ହୃଦୟ ବିଦାରକ ଥିଲା ତା ଠାରୁ ବଳି ଯାଇଛି ଆଜିର ଘଟଣା। ଶୋକାକୁଳ ପରିବେଶ ମଧ୍ୟରେ ୫ ଜଣଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ବଗିଚପଡ଼ା ଘରୁ ଏକା ସାଙ୍ଗରେ ଶହ ଶହ ଲୋକଙ୍କ ଗହଳିରେ ୫ଜଣଙ୍କ ମୃତଦେହକୁ ପ୍ରଥମେ ସଦର ମସଜିଦକୁ ନିଆଯାଇଥିଲା । ସେଠାରେ ନମାଜ ପାଠ ପରେ ସଦର କବରସ୍ତାନରେ କବର ଦିଆଯାଇଥିଲା।

ଏପଟେ ଏହି ମର୍ମନ୍ତୁଦ ଦୁର୍ଘଟଣାର ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଲେ ରାଜ୍ୟ ପରିବହନ ବିଭାଗର ଏକ୍ସପର୍ଟ ଟିମ । କେମିତି ଓ କାହିଁକି ହେଲା ଦୁର୍ଘଟଣା ସେ ନେଇ ତଦନ୍ତ କରି ରିପୋର୍ଟ ଦାଖଲ କରିବ ଟିମ । ଟିମ ରେ ସାମିଲ ଦୁଇ ଜଣ ଅଧିକାରୀ ରାଜ୍ୟ ପରିବହନ ବିଭାଗ ସଡକ ସୁରକ୍ଷା ସେଲ । ସାଥିରେ ସୁନ୍ଦରଗଡ଼ ପରିବହନ ଅଧିକାରୀ, ଏମ ଭି ଆଇ, ପୂର୍ତ୍ତ ବିଭାଗ SDO ଏବଂ ସଦର ଥାନା ପୋଲିସ ଟିମ ମଧ୍ୟ ଥିଲେ ।

ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ତେଲେନଡିହି ଛକ ଠାରେ ଘଟି ଥିଲା ଏହି ଅଭାବନୀୟ ସଡକ ଦୁର୍ଘଟଣା।ସୁନ୍ଦରଗଡ଼ ବଗିଚା ପଡ଼ାର ତିନୋଟି ମୁସଲିମ ପରିବାର ଡ୍ରାଇଭର ସମେତ ମୋଟ ୭ ଜଣ ନିଜ ସମ୍ପର୍କୀୟଙ୍କ ଘରକୁ କୌଣସି କାମରେ ଆସି ଫେରୁଥିଲେ । ତେଲେନ ଡିହି ଛକଠାରେ ଏକ ବାଲି ବୋଝେଇ ହାଇୱା ସହ ମୁହମୁହିଁ ଧକ୍କା ହୋଇଥିଲା । ଫଳରେ ଦୁଇଟି ଯାକ ଗାଡ଼ି ୧୫ ଫୁଟ ତଳକୁ ଧାନ ବିଲରେ ଖସି ପଡ଼ି ଥିଲା । ଅଟୋରେ ଥିବା ଲୋକଙ୍କୁ ଚାପି ଦେଇଥିଲା ହାଇଓ୍ଵା। ରାସ୍ତା ଅବରୋଧ ପରେ ମୃତକଙ୍କ ପରିବାରକୁ ଜଣକ ପିଛା ୩ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରାଯାଇଥିଲା । ଶୁଦ୍ଧିକ୍ରିୟା ପାଇଁ ଅଲଗା ୩୦ ହଜାର ଟଙ୍କା ଲେଖାଏଁ ଦିଆଯିବ ବୋଲି ଉପଜିଲ୍ଲାପାଳ ଘୋଷଣା କରିଥିଲେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.