Below header

ସୂର୍ଯ୍ୟୋପରାଗ ବେଳେ ଗର୍ଭବତୀ ଆଦୌ କରନ୍ତୁନି ଏହି କାମ, ଶିଶୁର ଜୀବନ ପ୍ରତି ଆସିପାରେ ବିପଦ

ଆସନ୍ତାକାଲି ଆଷାଢ଼ କୃଷ୍ଣ ଅମାବାସ୍ୟାରେ ଦୃଶ୍ୟମାନ ହେବାକୁ ଯାଉଛି ଆଉ ଏକ ସୂର୍ଯ୍ୟୋପରାଗ। ଏହି ପରାଗ ମୃଗଶିରା ନକ୍ଷତ୍ର ଏବଂ ମିଥୁନ ରାଶିରେ ହେବ। ଭାରତୀୟ ସମୟ ଅନୁସାରେ ଏହି ପରାଗର ଅବଧି ୩ ଘଣ୍ଟା ୩୨ ମିନିଟ୍‌ ରହିବ। ରବିବାର ଦିନ ୧୦.୩୮ରେ ପରାଗ ସ୍ପର୍ଶ ହେବ। ମଧ୍ୟାହ୍ନ ୧୨.୨୫ରେ ପରାଗ ମଧ୍ୟ ଓ ଅପରାହ୍ନ ୨.୧୦ରେ ପରାଗ ମୋକ୍ଷ ବା ଶେଷ ହେବ। ଏଥିପାଇଁ ଶନିବାର ରାତି ୧୦.୩୮ରୁ ପାକତ୍ୟାଗ, ଅନ୍ନ ଭୋଜନ ଓ ଦେବନୀତି ନିଷେଧ କରାଯାଇଛି।

solar

ଜ୍ୟୋତିର୍ବିଦ୍‌ଙ୍କ କହିବାନୁସାରେ ସୂର୍ଯ୍ୟୋପରାଗ ସମୟରେ ଗର୍ଭବତୀ ମହିଳା କେତେକ ସାବଧାନତା ଅବଲମ୍ବନ କରିବା ଉଚିତ। ଏହା ଦ୍ୱାରା ଉଭୟ ମା’ ଓ ଗର୍ଭସ୍ଥ ଶିଶୁ ସୁରକ୍ଷିତ ରହିବେ। ବାସ୍ତୁବିତ୍‌ଙ୍କ ମତରେ ସୂର୍ଯ୍ୟୋପରାଗ ବେଳେ ଗର୍ଭବତୀ ମହିଳା ଚୁଟିରେ କୌଣସି ପିନ୍‌ ଲଗାନ୍ତୁନାହିଁ। ଏହି ସମୟରେ ମହିଳାମାନେ ନିଜ ପାଖରେ କୌଣସି ଧାରୁଆ ଜିନିଷ ରଖନ୍ତୁ ନାହିଁ। ପରାଗ ସମୟରେ ଗଳାରେ ତୁଳସୀ ମାଳ ଓ କେଶରେ କୁଶ ଧାରଣ କରନ୍ତୁ। ପରାଗ ସମୟରେ ଗର୍ଭବତୀ ଛୁରୀ, କଇଁଚି, ପେନ୍‌, ପେନ୍‌ସିଲ୍‌ ଭଳି ଧାରୁଆ ଜିନିଷ ବ୍ୟବହାର କରନ୍ତୁ ନାହିଁ। ଏହି ସମୟରେ ଛୁଞ୍ଚି ବ୍ୟବହାର କରିବା ଅଶୁଭ ହୋଇପାରେ। ପରାଗ ବେଳେ ଲୁହାର ଜିନିଷ, କବାଟର ହ୍ୟାଣ୍ଡେଲ ଆଦିକୁ ସ୍ପର୍ଶ କରନ୍ତୁ ନାହିଁ। ପରାଗ ଲାଗିବା ବେଳେ ସିଲେଇ, ବୁଣାବୁଣି, ପରିବା କାଟିବା, ଘରୁ ବାହାରିବା ଆଦି ଠାରୁ ଦୂରେଇ ରୁହନ୍ତୁ।

Parentune - Is Solar Eclipse Harmful During Pregnancy? Take ...

ଗର୍ଭବତୀ ସୂର୍ଯ୍ୟୋପରାଗ ବେଳେ ନିଜ କୋଳରେ ଏକ ଶୁଖିଲା ନଡ଼ିଆ ଧରି ବସନ୍ତୁ। ପରାଗ ସରିବା ପରେ ସେହି ନଡ଼ିଆକୁ ନିକଟସ୍ଥ ନଦୀ କିମ୍ବା ଅଗ୍ନିରେ ସମର୍ପିତ କରନ୍ତୁ। ପରାଗ ପୂର୍ବରୁ ଦେଶୀ ଗାଈର ଗୋବର ଓ ତୁଳସୀ ରସକୁ ମିଶାଇ ପେଟରେ ଲେପ କରନ୍ତୁ। ଗୋବର ସ୍ଥାନରେ ଆପଣ ଗେରୁମାଟି ବ୍ୟବହାର କରିପାରିବେ। ଏହା ଦ୍ୱାରା ଗର୍ଭସ୍ଥ ସନ୍ତାନ ସୁସ୍ଥ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.