Below header

ନାକରେ ପଶି ମାତ୍ର ୪ ଦିନରେ ହିଁ ନିଜ ସଂଖ୍ୟାକୁ କୋଟିଏ ଗୁଣ ବଢ଼ାଇପାରୁଛି କରୋନା ଭାଇରସ୍‌: ରିସର୍ଚ୍ଚ

କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। କରୋନାକୁ ଆୟତ୍ତ କରିବା ସମ୍ଭବ ହୋଇପାରୁନଥିବାରୁ ଏହାକୁ ନେଇ ପ୍ରତିଦିନ ରିସର୍ଚ୍ଚ ହେଉଛି। ତେବେ ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ କରୋନା ଭାଇରସ ଗଳା କିମ୍ବା ଫୁସ୍‌ଫୁସ୍‌ ତୁଳନାରେ ନାକର କୋଷିକାକୁ ସହଜରେ ନିଜ ଶିକାର ବନାଇଥାଏ। ନାକ ପଟେ ପ୍ରବେଶ କରି ଏହି ଭାଇରସ୍‌ ଖୁବ୍‌ ଶୀଘ୍ର ନିଜ ବଂଶ ବିସ୍ତାର କରିଥାଏ। ଏଣୁ ରିସର୍ଚ୍ଚର ପରାମର୍ଶ ଦେଇଛନ୍ତି ଯେ କରୋନା ସଂକ୍ରମଣରୁ ମୁକ୍ତି ପାଇଁ କେବଳ ଫେସ୍‌ ମାସ୍କ କିମ୍ବା ମୁହଁରେ କପଡ଼ା ବାନ୍ଧନ୍ତୁ ନାହିଁ ବରଂ ନାକକୁ ବି ଭଲ ଭାବେ ଢାଙ୍କି ରଖନ୍ତୁ।

The Great Invader: How COVID-19 Attacks Every Organ

ରିସର୍ଚ୍ଚ ଅନୁସାରେ ନୂଆ କରୋନା ଭାଇରସ୍‌ ଗଳା କିମ୍ବା ଫୁସ୍‌ଫୁସ୍‌ ତୁଳନାରେ ନାକର କୋଷିକାରୁ ସହଜରେ ଆକ୍ରମଣ କରୁଛି। ନାକରେ ପ୍ରବେଶ କରି କରୋନା ମାତ୍ର ୪ ଦିନରେ ନିଜ ସଂଖ୍ୟାକୁ କୋଟିଏ ଗୁଣ ବୃଦ୍ଧି କରିଥାଏ। ନାକପଟେ କରୋନା ଭାଇରସ୍‌ ପଶି ଧୀରେ ଧୀରେ ଶ୍ୱାସନଳୀ ରାସ୍ତାରେ ଗଳା ଓ ଫୁସ୍‌ଫୁସ୍‌କୁ ସଂକ୍ରମିତ କରିଥାଏ। ଏଣୁ କରୋନାରୁ ବର୍ତ୍ତିବା ପାଇଁ ନାକକୁ ଘୋଡ଼ାଇ ରଖିବାକୁ ରିସର୍ଚ୍ଚରେ କୁହାଯାଇଛି।

Coronavirus Questions Answered: What We Know About COVID-19 | Time

ଡା.ରିଚାର୍ଡ ଭାଉଚରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ରିସର୍ଚ୍ଚରେ କରୋନା ସଂକ୍ରମିତ ଓ ସୁସ୍ଥ ଲୋକର ଶରୀରର କୋଷିକାକୁ ଯାଞ୍ଚ କରାଯାଇଥିଲା। ସେଥିରୁ ଜଣାପଡ଼ିଥିଲା ଯେ ନୂଆ କରୋନା ମାତ୍ର ୪ ଦିନରେ ନିଜ ସଂଖ୍ୟାକୁ କୋଟିଏ ପର୍ଯ୍ୟନ୍ତ ବଢ଼ାଇବାକୁ ସକ୍ଷମ। ଏହି ଭାଇରସ୍‌ ନାସିକାରେ ଥିବା ନେସଲ ଏପିଥିଲିୟମ୍‌ ନାମକ କୋଷିକାକୁ ପ୍ରଥମ ଶିକାର ବନାଇଥାଏ। ସେଠାରେ ଫୁସ୍‌ଫୁସ୍‌ ତୁଳନାରେ ଏକ ହଜାର ଗୁଣ ଅଧିକ ଭାଇରସ୍‌ ନିଜ ବଂଶବୃଦ୍ଧି କରିଥାନ୍ତି। ଏଣୁ ସଂକ୍ରମଣରୁ ମୁକ୍ତି ପାଇବାକୁ ନାକକୁ ଘୋଡ଼ାଇ ରଖିବାକୁ ବିଶେଷଜ୍ଞ ମତ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.