Below header

ମାଂସ ବଦଳରେ କୁକୁରକୁ ତରଭୁଜ ଖାଇବାକୁ ଦେଲେ ମାଲିକ, ଦେଖନ୍ତୁ ତା’ପରେ କି ଅବସ୍ଥା ହେଲା

ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ମଜାଦାର ଭିଡିଓ ପ୍ରାୟତଃ ଭାଇରାଲ ହୋଇଥାଏ, ଯାହାକୁ ୟୁଜର୍ସ ବି ବେଶ୍‌ ପସନ୍ଦ କରିଥାନ୍ତି। ଏବେ ସେମିତି ଏକ କୁକୁରର ଭିଡିଓ ଚର୍ଚ୍ଚାରେ ରହିଛି। ମାଲିକ ପ୍ରଥମ ଥର ପାଇଁ ନିଜ କୁକୁରକୁ ତରଭୁଜ ଖୁଆଇବା ପରେ ତା’ର କି ରିଆକ୍ସନ୍‌ ଥିଲା ତାହା ଭିଡିଓରେ ଦେଖିବାକୁ ମିଳିଛି। ଲୋକଙ୍କୁ କୁକୁରର ରିଆକ୍ସନ୍‌ ଖୁବ୍‌ ଭଲ ଲାଗିଛି।

ଦେଖନ୍ତୁ ଭିଡିଓ:

 

View this post on Instagram

 

dis is my first time having a joosy pupsicle or whatever da heck dis is🥺🍉

A post shared by Honeydew the Dachshund (@honeydewthedachshund) on

ଭିଡିଓରେ ଦେଖାଯାଇଛି ଯେ ଏକ ଛୋଟ ବିଦେଶୀ କୁକୁରକୁ ମାଲିକ ତରଭୁଜ ଖଣ୍ଡ ଖାଇବାକୁ ଦେଉଛନ୍ତି। କୁକୁରଟି ପ୍ରଥମେ ତରଭୁଜକୁ ଚାଟୁଛି। ତା ପରେ ସେ ତରଭୁଜକୁ ଖାଉଛି। ତରଭୁଜ ତାଙ୍କୁ ଏତେ ପସନ୍ଦ ଆସିଲା ଯେ ସେ ତରତର ହୋଇ ତାହାକୁ ଖାଇ ଦେଉଛି। କୁକୁରଟି ଯେଉଁ ଢଙ୍ଗରେ ତରଭୁଜକୁ ଖାଉଛି, ତାହାକୁ ୟୁଜର୍ସ ଖୁବ୍‌ ପସନ୍ଦ କରୁଛନ୍ତି।

Can Dogs Eat Watermelon? Is Watermelon Safe For Dogs? - Dogtime

ଭିଡିଓକୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରାଯାଇଛି। ହନି ଡ୍ୟୁ ଦ ଡକ୍ସହଣ୍ଡ ନାମକ ଏକ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଏହି ଭିଡିଓଟି ପୋଷ୍ଟ କରାଯାଇଛି। ଜୁନ୍‌ ୧୭ରେ ପୋଷ୍ଟ କରାଯାଇଥିବା ଏହି ଭିଡିଓକୁ ଏବେ ଯାଏଁ ୪୦ ହଜାରରୁ ଅଧିକ ଥର ଦେଖାସରିଲାଣି। ଜଣେ ୟୁଜର ଲେଖିଛନ୍ତି ଏହି କୁକୁର କେତେ କ୍ୟୁଟ୍‌ ହେଇଛି। ସେହିଭଳି ଆଉ ଜଣେ କହିଛନ୍ତି ମନ ହେଉଛି ଭିଡିଓଟିକୁ ବାରମ୍ବାର ଦେଖିବି। ମୁଁ ତାକୁ ବାରମ୍ବାର ତରଭୁଜ ଖୁଆଇବାକୁ ପସନ୍ଦ କରିବି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.