Below header

ମାସ୍କକୁ ହିନ୍ଦୀରେ କ’ଣ କୁହନ୍ତି ଜାଣିଛନ୍ତି କି! ଯଦି ଜାଣିନାହାନ୍ତି ତେବେ ଅମିତାଭଙ୍କ ଠାରୁ ଜାଣନ୍ତୁ

ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହିଥାନ୍ତି। ସେ ପ୍ରାୟତଃ ମୋଟିଭେସନାଲ ଓ ମସ୍ତିଭରା ପୋଷ୍ଟ ଫ୍ୟାନ୍‌ଙ୍କ ସହ ସେୟାର କରିଥାନ୍ତି। ଏବେ ଅମିତାଭ ଆଉ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ମାସ୍କକୁ ହିନ୍ଦୀରେ କ’ଣ କୁହନ୍ତି ତାହା କହିଛନ୍ତି। ଏଥିରେ ଅମିତାଭ ଏକ ଫଟୋ ବି ସେୟାର କରିଛନ୍ତି। ଫଟୋରେ ସେ ମାସ୍କ ପିନ୍ଧିଛନ୍ତି, ଯାହା ସାଧାରଣଠାରୁ ଅଲଗା ଲାଗୁଛି।

ଅମିତାଭ ପିନ୍ଧିଥିବା ମାସ୍କରେ ଫିଲ୍ମ ଗୁଲାବୋ ସିତାବୋର ପୋଷ୍ଟର ରହିଛି। ଫଟୋ ସେୟାର କରି ଅମିତାଭ ଲେଖିଛନ୍ତି – ‘ମିଳିଗଲା ମିଳିଗଲା ମିଳିଗଲା। ବହୁ ପରିଶ୍ରମ ପରେ ମାସ୍କର ଅନୁବାଦ ମିଳିଗଲା। ନାସିକାମୁଖସଂରକ୍ଷକ କୀଟାଣୁରୋଧକ ବାୟୁଛାଣକ ବସ୍ତ୍ରଡୋରୀଯୁକ୍ତପଟ୍ଟିକା। ଅମିତାଭଙ୍କ ଏହି ପୋଷ୍ଟକୁ ଲୋକମାନେ ଖୁବ୍‌ ପସନ୍ଦ କରୁଛନ୍ତି’।

ସୂଚନାଯୋଗ୍ୟ ଯେ ପ୍ରାୟତଃ ବିଗ୍‌ ବି ମଜାଳିଆ ପୋଷ୍ଟ କରିଥାନ୍ତି। ତାଙ୍କର ସବୁ ପୋଷ୍ଟ ମଜାଳିଆ ହୋଇଥାଏ। କିଛି ସମୟ ପୂର୍ବରୁ ଅମିତାଭ ସୂଚନା ଦେଇ କହିଥିଲେ ଯେ ତାଙ୍କ ବଙ୍ଗଳା ଜଲସାର ଏକ ରୁମ୍‌ ଭିତରକୁ ଏକ ବାଦୁଡ଼ି ପଶିଆସିଥିଲା। ବାଦୁଡ଼ିକୁ ବାହାରକୁ ବାହାର କରିବାକୁ ତାଙ୍କୁ ବହୁ କଷ୍ଟ କରିବାକୁ ପଡ଼ିଥିଲା। ସେ ଏନେଇ ଟ୍ଵିଟ୍‌ କରି କହିଥିଲେ।

Amitabh Bachchan Upset By A Bat And He Write Post On Instagram ...

ତେବେ ଫିଲ୍ମ ଗୁଲାବୋ ସିତାବୋ ବିଷୟରେ କହିବାକୁ ଗଲେ ଏଥିରେ ଅମିତାଭଙ୍କ ବ୍ୟତୀତ ଆୟୁଷ୍ମାନ୍‌ ଖୁରାନା ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଫିଲ୍ମକୁ ଆମାଜନ ପ୍ରାଇମ୍‌ରେ ରିଲିଜ୍‌ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.