Below header

କଟକ ପେଟିନ ସାହିର ପୁଷ୍ପଙ୍କର ବାନାର୍ଜୀ, ଯାହାଙ୍କ ପରିବାର ସଦସ୍ୟ ପାଲଟିଛନ୍ତି ଦେଶୀ ବୁଲା କୁକୁର

ପାଖରେ ବସୁଛନ୍ତି, ଖଟରେ ଶୋଉଛନ୍ତି, ପ୍ରତିଦିନ ଚିକେନ ଖାଉଛନ୍ତି । ଟୀକାକରଣ ସାଙ୍ଗକୁ ଚାଲିଛି ସମସ୍ତଙ୍କର ଡ଼ାକ୍ତରୀ ଚିକିତ୍ସା । ଯେଉଁଠି ଲୋକେ ବାଟରେ ଘାଟରେ କୁକୁରକୁ ଦେଖିବା ମାତ୍ରକେ ଟେକା ପଥର ମାରିଥାନ୍ତି, ସେଇଠି କଟକର ଜଣେ ବ୍ୟକ୍ତି ଯିଏ ଦୀର୍ଘ ୧୬ ବର୍ଷ ହେବ ବୁଲା କୁକୁରଙ୍କର ନେଉଛନ୍ତି ଯତ୍ନ ।

କଟକ(କେନ୍ୟୁଜ୍‌): ପାଖରେ ବସୁଛନ୍ତି, ଖଟରେ ଶୋଉଛନ୍ତି, ପ୍ରତିଦିନ ଚିକେନ ଖାଉଛନ୍ତି । ଟୀକାକରଣ ସାଙ୍ଗକୁ ଚାଲିଛି ସମସ୍ତଙ୍କର ଡ଼ାକ୍ତରୀ ଚିକିତ୍ସା । ଯେଉଁଠି ଲୋକେ ବାଟରେ ଘାଟରେ କୁକୁରକୁ ଦେଖିବା ମାତ୍ରକେ ଟେକା ପଥର ମାରିଥାନ୍ତି, ସେଇଠି କଟକର ଜଣେ ବ୍ୟକ୍ତି ଯିଏ ଦୀର୍ଘ ୧୬ ବର୍ଷ ହେବ ବୁଲା କୁକୁରଙ୍କର ନେଉଛନ୍ତି ଯତ୍ନ ।

ଆଜ୍ଞା ହଁ ମଣିଷ ଓ ପଶୁ ମଧ୍ୟରେ ଅନାବିଳ ସମ୍ପର୍କ । ବୁଲା କୁକୁର ପ୍ରେମରେ ବନ୍ଧା ପଡ଼ିଛନ୍ତି ଏହି ବ୍ୟକ୍ତି । ବୁଲା କୁକୁରଙ୍କ ସହ ତାଙ୍କର ଏପହି ନିଆରା କାହାଣୀ ଏବେ ଚର୍ଚ୍ଚାରେ । ବସିଲେ କି ଉଠିଲେ କିମ୍ବା ଯୁଆଡେ ଗଲେ ଆପଣାର ଲୋକ ପରି ତାଙ୍କ ପଛରେ ଦଳ ଦଳ ହୋଇ ଦୌଡ଼ନ୍ତି ଏହି କୁକୁରମାନେ । ପ୍ରତିଦିନ ତାଙ୍କ ବାଟ ଚାହିଁ ବସିଥାଆନ୍ତି ।

କଟକ ପେଟିନ ସାହିର ପୁଷ୍ପଙ୍କର ବାନାର୍ଜୀ । ଯାହାଙ୍କ ଘରେ ଛଅ, ସାତ ବର୍ଷ ତଳେ ଗୋଟିଏ ଦେଶୀ କୁକୁର ଛୁଆ ଦେଇଥିଲା । ସେବେ ଠାରୁ ଆଜି ପର୍ଯ୍ୟନ୍ତ ସେହି କୁକୁର ଏବଂ ତାର ଛୁଆ ମାନଙ୍କର ଯତ୍ନ ନେଇ ଆସୁଛନ୍ତି ପୁଷ୍ପଙ୍କର ବାନାର୍ଜୀ ଏବଂ ତାଙ୍କ ପରିବାର । ଏହା ସହ ଘର ବାହାରେ ବୁଲୁଥିବା କୁକୁର ମାନଙ୍କୁ ନିଜର ପେଟକୁ କାଟି ସେ ସବୁଦିନ ଖାଇବାକୁ ଦେଇଥାନ୍ତି।

man

ଏମିତିକି ପୁଷ୍ପଙ୍କର କହିବା କଥା, ତାଙ୍କ ଝିଅ ବାଙ୍ଗାଲୋରରେ ରୁହନ୍ତି । ଆଉ ଭିଡିଓ କଲ୍ ହେଉ ଅବା ଫୋନ୍ କଲେ କୁକୁରଙ୍କର ନାଁ ଧରି ଡ଼ାକିଦେଲା ମାତ୍ରକେ କୁକୁରମାନେ ତାହାର ପ୍ରତି ଉତ୍ତରରେ କାନ ଦୁଇଟି ପାରି ଲାଞ୍ଜକୁ ହଲାଇଥାନ୍ତି । କୁକୁର ମାନଙ୍କ ପାଇଁ ପୁଷ୍ପଙ୍କର ଏକ ସ୍ୱତନ୍ତ୍ର ବେଡରୁମ୍ କରିବା ସହ ଦିନରେ ଚିକେନ୍ ଭାତ ସାଙ୍ଗକୁ ରାତିରେ ଚୁଡ଼ା,ମଟନ୍ ଛିଞ୍ଚଡା ଏବଂ କଲିଜା ଖାଇବାକୁ ଦିଅନ୍ତି ।

ଖାଲି ସେତିକି ନୁହେଁ, କୁକୁର ମାନେ ଏତେ ବିଶ୍ଵସ୍ତ ଯେ ପୁଷ୍ପଙ୍କର ଘର ଆଗରେ ଏକ ପୋଖରୀ ରହିଛି ଯାହା ଭିତରୁ ବର୍ଷା ଦିନେ ଛୋଟ ଛୋଟ ସାପ ଆସିଲେ କୁକୁରମାନେ ତାଙ୍କ ଘର ପରିସର ମଧ୍ୟକୁ ପଶିବାକୁ ଦିଅନ୍ତି ନାହିଁ । ଦେଖିବା ମାତ୍ରକେ ମାରିଦେଇଥାନ୍ତି ।

ତେବେ ଆମ ସମାଜରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁ ମାନେ ନିଜ ସୌଖ୍ ପାଇଁ କୁକୁର ପୋଷିଥାନ୍ତି ଏବଂ ପରେ ପରିଣତ ବୟସରେ ସେମାନଙ୍କୁ ଅସହାୟ
ଅବସ୍ଥାରେ ରାସ୍ତାରେ ଛାଡ଼ି ଦେଇଥାନ୍ତି , ହେଲେ ପୁଷ୍ପଙ୍କର କିନ୍ତୁ ବୁଲା କୁକୁରଙ୍କ ପ୍ରତି ଏହି ଭଳି ଭଲ ପାଇବା ନିହାତି ଭାବରେ ଏକ ଉଦାହରଣ ପାଲଟିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.