ଜିନ୍ସର ଦାମ ୫ କି ୧୦ ଲକ୍ଷ ନୁହେଁ ମୂଲ୍ୟ ରହିଛି ୯୪ ଲକ୍ଷ, ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

ଏହି ଜିନ୍ସ ଏତେ ଦାମୀ ହେବା ପଛରେ ଏକ ବଡ଼ କାରଣ ରହିଛି । ଏହା ଦାମୀ ହେବାର କାରଣ ହେଉଛି ଏହା ବହୁତ ପୁରୁଣା ।

ମଣିଷ ବିକାଶ ଦିଗକୁ ବଢ଼ିବା ସମୟରେ ଖାଦ୍ୟ ସହିତ ନିଜ ପାଇଁ ବସ୍ତ୍ରର ବ୍ୟବସ୍ଥା ମଧ୍ୟ କରିଥିଲା । ପ୍ରଥମେ ବସ୍ତ୍ର ଭାବେ ପତ୍ର ବ୍ୟବହାର କରିଥିଲା ପରେ ଚମଡ଼ା ଏହାର ସ୍ଥାନ ନେଇଥିଲା । ଏବଂ ବର୍ତ୍ତମାନ ଜିନ୍ସ ଆଧୁନିକ ମଣିଷର ଅଙ୍ଗକୁ ଲୁଚେଇବା ପାଇଁ ବ୍ୟବହାର ହେଉଛି । ବର୍ତ୍ତମାନ ସମୟରେ ଜିନ୍ସ ପୁରୁଷ ଏବଂ ମହିଳା ଉଭୟ ପିନ୍ଧୁଛନ୍ତି । ଜିନ୍ସର କପଡ଼ା ଅଧିକ ମୋଟା ଏବଂ ମଜବୁତ ହୋଇଥାଏ । ଏଥିପାଇଁ ଅଧିକ ଲୋକ ଏହି କପଡ଼ାର ପ୍ୟାଣ୍ଟ ପିନ୍ଧିବାକୁ ପସନ୍ଦ କରନ୍ତି ।

ଯଦି ଏହାର ମୂଲ୍ୟ ବିଷୟରେ କହିବାକୁ ଯିବା ମାର୍କେଟରେ ଆପଣଙ୍କୁ ଜିନ୍ସ ୧୦୦ ଟଙ୍କାରୁ ଆରମ୍ଭ କରି ୧ ଲକ୍ଷ ଉପରେ ମଧ୍ୟ ମିଳିଯିବ । କିନ୍ତୁ ଅଧିକାଂଶ ଲୋକ ହଜାର ହଜାର ଟଙ୍କା ଦେଇ ଜିନ୍ସ ପିନ୍ଧିଥାନ୍ତି । ଏହା ଠାରୁ ଅଧିକ ଦାମୀ ଜିନ୍ସ କିଛି ଲୋକ ହିଁ ପିନ୍ଧିଥାନ୍ତି । କିନ୍ତୁ ଆମେ ଆପଣଙ୍କୁ ଯେଉଁ ଜିନ୍ସ ବିଷୟରେ କହିବାକୁ ଯାଉଛୁ ତାର ଦାମ ୫ କି ୧୦ ଲକ୍ଷ ନୁହେଁ ଏହାର ମୂଲ୍ୟ ୯୪ ଲକ୍ଷ ଟଙ୍କା । କଣ ଆପଣଙ୍କୁ କଥାଟା ବିଶ୍ୱାସ ହେଉନି କି ? ବିଶ୍ୱାସ ନହେଉଥିଲେ ବି ଏହି ଜିନ୍ସର ମୂଲ୍ୟ ୯୪ ଲକ୍ଷ । ଏହାର ଦାମ ଶୁଣି ଆପଣଙ୍କୁ ଲାଗୁଥିବ ଯେ ଏହି ଜିନ୍ସରେ ସୁନା ଲାଗିଥିବ । କିନ୍ତୁ ଏମିତି କିଛି ବି ନୁହେଁ, ଏହି ଜିନ୍ସ ସାଧାରଣ କପଡ଼ାରେ ତିଆରି ହୋଇଛିି ।

ତେବେ ପ୍ରଶ୍ନ ଉଠୁଛି ଏହି ଜିନ୍ସରେ ଯଦି କିଛି ଦାମୀ ଜିନିଷ ଲଗା ଯାଇ ନାହିଁ ତେବେ ଏହାର ମୂଲ୍ୟ କାହିଁକି ଏତେ ଅଧିକ ରହିଛି । ଏଠାରେ ଆମେ କହି ରଖିବାକୁ ଚାହିଁବୁ କି ଏହି ଜିନ୍ସ ଏତେ ଦାମୀ ହେବା ପଛରେ ଏକ ବଡ଼ କାରଣ ରହିଛି । ଏହା ଦାମୀ ହେବାର କାରଣ ହେଉଛି ଏହା ବହୁତ ପୁରୁଣା ।

ଏହି ଜିନ୍ସକୁ ନେଇ କୁହାଯାଏ ଯେ, ଏହା ୧୮୫୭ ମସିହାରେ ହୋଇଥିବା ଏକ ବାତ୍ୟାରେ ବୁଡ଼ି ଯାଇଥିବା ଜାହାଜରୁ ମିଳିଥିଲା । କିନ୍ତୁ ଏକ୍ସପର୍ଟଙ୍କ କହିବା ଅନୁସାରେ ଜିନ୍ସ ବହୁତ ଅଧିକ ପୁରୁଣା । ତାଙ୍କ କହିବା ଅନୁସାରେ ୧୮୫୭ ମସିହାରେ ବୁଡ଼ି ଯାଇଥିବା ଜାହାଜରୁ ଏହି ଜିନ୍ସ ମିଳିଥିଲେ ମଧ୍ୟ ଏହି ଜିନ୍ସ ତା ଠାରୁ ବି ୧୬ ବର୍ଷ ଅଧିକ ପୁରୁଣା ।

ସୂଚନା ଥାଉ କି, ଆମେରିକାର ଲେବି ଷ୍ଟ୍ରାସ୍‌ କମ୍ପାନୀର ଏହି ଜିନ୍ସ । କିନ୍ତୁ ଅଫିସିଆଲ ଭାବେ ଦେଖିବାକୁ ଗଲେ କମ୍ପାନୀର ପ୍ରଥମ ଜିନ୍ସ ୧୮୭୩ରେ ପ୍ରସ୍ତୁତ ହୋଇଥିଲା । ଏହି କାରଣରୁ ଏକ୍ସପର୍ଟମାନେ ଏହି ଜିନ୍ସକୁ ଟ୍ରାଏଲ ପାଇଁ ପ୍ରସ୍ତୁତ ହୋଇଥିବା କୁହାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.