ରାଘବଙ୍କ ନାଁର ମେହେନ୍ଦୀ କଲେ ପରିଣୀତି, ସାମ୍ନାକୁ ଆସିଲା ଫଟୋ

ସେପ୍ଟେମ୍ବର ୨୪ରେ ବିବାହ ବନ୍ଧନରେ ବାନ୍ଧି ହେବେ ପରିଣୀତି ଓ ରାଘବ । ସେମାନଙ୍କ ବିବାହ କାର୍ଯ୍ୟ ଆରମ୍ଭ ହୋଇସାରିଛି। ସାମ୍ନାକୁ ଆସିଛି ମେହେନ୍ଦି ଫଟୋ ।

ସେପ୍ଟେମ୍ବର ୨୪ରେ ବିବାହ ବନ୍ଧନରେ ବାନ୍ଧି ହେବେ ପରିଣୀତି ଓ ରାଘବ । ସେମାନଙ୍କ ବିବାହ କାର୍ଯ୍ୟ ଆରମ୍ଭ ହୋଇସାରିଛି। ସାମ୍ନାକୁ ଆସିଛି ମେହେନ୍ଦି ଫଟୋ । ପରିଣୀତି ଚୋପ୍ରା ଓ ରାଘବ ଚଢାଙ୍କ ବିବାହକୁ ଫ୍ୟାନ୍ସମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ବହୁତ ଶୀଘ୍ର ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ବିବାହ କାର୍ଯ୍ୟ ଦିଲ୍ଲୀରେ ଆରମ୍ଭ ହୋଇସାରିଛି । ୧୯ ସେପ୍ଟେମ୍ବରରେ ପରିଣୀତି-ରାଘବଙ୍କ ମେହେନ୍ଦି ସେରେମନି ଥିଲା । ମେହେନ୍ଦି ସେରେମନିର ଏକ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି । ଏହା ଗୁରୁଦ୍ୱାରର ଏକ ଫଟୋ ଯେଉଁଥିରେ ପରିଣୀତି ହାତରେ ମେହେନ୍ଦି ଲଗେଇଥିବାର ନଜର ଆସିଛନ୍ତି ।

ଦିଲ୍ଲୀରେ ରାଘବ ଓ ପରିଣୀତିଙ୍କ ମେହେନ୍ଦି ସମାରୋହ ଅନୁଷ୍ଠିତ ହୋଇଥିଲା । ରାଘବଙ୍କ ଘର ବାହାରେ କଡା ସୁରକ୍ଷା ରହିଛି । ସେଥିପାଇଁ ଏହି ସେରେମନୀର କୌଣସି ଫଟୋ କିମ୍ବା ଭିଡିଓ ଆସିନାହିଁ । ଏହି ସେରେମନୀର ଏକ ଫଟୋ ପରିଣୀତିଙ୍କ ଫ୍ୟାନ ପେଜ୍‌ ଦ୍ୱାରା ସେୟାର କରାଯାଇଛି। ଫଟୋରେ ଉଭୟ ରାଘବ ଓ ପରିଣୀତି ପେଷ୍ଟେଲ ପିଙ୍କ ରଙ୍ଗର ଆଉଟଫିଟରେ ନଜର ଆସିଛନ୍ତି। ପରିଣୀତି ହାତ ଯୋଡିଛନ୍ତି ଏବଂ ତାଙ୍କ ହାତରେ ମେହେନ୍ଦି ଲାଗିଛି। ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି ।

ଦୁହିଁଙ୍କ ବିବାହ ଉଦୟପୁରରେ ହେବାକୁ ଯାଉଛି । ବିବାହର ସମସ୍ତ କାର୍ଯ୍ୟକ୍ରମ ସେପ୍ଟେମ୍ବର ୨୩ରୁ ଆରମ୍ଭ ହେବ । ପରିଣୀତିଙ୍କ ଆଉ ଏକ ସେରେମନୀ ସେପ୍ଟେମ୍ବର ୨୩ରେ ହେବ । ଏହାପରେ ୨୪ ସେପ୍ଟେମ୍ବର  ଅପରାହ୍ନରେ ବିବାହ ଏବଂ ରାତିରେ ରିସେପ୍ସନ ହେବାକୁ ଯାଉଛି । ଯେଉଁଥିରେ ପରିବାର ସଦସ୍ୟ ଏବଂ କିଛି ବିଶେଷ ବନ୍ଧୁ ସାମିଲ ହେବେ । ଉଦୟପୁର ପରେ ଚଣ୍ଡିଗଡରେ ମଧ୍ୟ ଏକ ରିସେପ୍ସନ ହେବ । ଚଣ୍ଡିଗଡର ତାଜ ହୋଟେଲରେ ଏହି ଗ୍ରାଣ୍ଡ ରିସେପ୍ସନ ଅନୁଷ୍ଠିତ ହେବ । ରିପୋର୍ଟ ଅନୁସାରେ, ଏଥିରେ ଅନେକ ରାଜନେତା ବି ସାମିଲ ହେବେ । ପରିଣୀତି ନିଜ ବଲିଉଡର ବନ୍ଧୁମାନଙ୍କ ପାଇଁ ମଧ୍ୟ ଏକ ରିସେପ୍ସନ ରଖିପାରନ୍ତି । କିନ୍ତୁ ଏହା କେଉଁଠାରେ ହୋଇପାରେ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ ।

ସୂଚନାଯୋଗ୍ୟ ଯେ, ରାଘବ ଓ ପରିଣୀତିଙ୍କ ନିର୍ବନ୍ଧ ଚଳିତ ବର୍ଷ ମେ ମାସରେ ହୋଇଥିଲା । ଏହି ସମାରୋହ ଦିଲ୍ଲୀରେ ହୋଇଥିଲା । ଯେଉଁଥିରେ ପରିବାର ସଦସ୍ୟ ଏବଂ କିଛି ବିଶେଷ ବନ୍ଧୁ ଅଂଶଗ୍ରହଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.