ପୂର୍ବେ ରାଜାଙ୍କୁ ଆକର୍ଷିତ କରିବା ପାଇଁ ରାଣୀମାନେ କରୁଥିଲେ ଅଜବ ପ୍ରକାର କାମ ! ଗାଧୋଉଥିଲେ ଗାଈ କ୍ଷୀରରେ, କେଶରେ ଲଗାଉଥିଲେ ମଦ

ପୂର୍ବେ ରାଜା, ମହାରାଜାଙ୍କ ଶାସନ ଚାଲିଥିଲା। ରାଜାମାନେ ନିଜ ଶାସନ କ୍ଷେତ୍ର ବା ନିୟନ୍ତ୍ରଣାଧୀନ ଅଞ୍ଚଳର ପ୍ରଜାଙ୍କ ପାଇଁ ଅନେକ ନିୟମ, କାନୁନ ପ୍ରଚଳନ କରିଥିଲେ। ସେହି ସମୟରେ ଜଣେ ରାଜାଙ୍କର ଏକାଧିକ ରାଣୀ ରହୁଥିଲେ। ରାଣୀମାନେ ରାଜାଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଅଜବ ପ୍ରକାର କାମ କରୁଥିଲେ। ଆଜି ଆମେ ଆପଣଙ୍କୁ ପୁରୁଣା ସମୟରେ ରାଣୀମାନେ କିପରି ରାଜାଙ୍କୁ ଆକର୍ଷିତ କରୁଥିଲେ, ସେ ବିଷୟରେ କହିବାକୁ ଯାଉଛୁ।

ssv

୧. ଏହା ସତ ଯେ ପୁରୁଣା ଜମାନାରେ ରାଣୀମାନେ ଗାଈ କ୍ଷୀରରେ ଗାଧୋଉଥିଲେ। କୁହାଯାଏ କି, ସେମାନେ ଗାଈ କ୍ଷୀରରେ ମହୁ ଏବଂ ଅଲିଭ ଅଏଲ ମିଶାଇ ଲଗାଉଥିଲେ, ଯାହାକି ତ୍ୱଚା ପାଇଁ ବହୁତ ଉପଯୋଗୀ ହୋଇଥାଏ। ଏଥିରେ ଯୁବା ଦେଖାଯିବାର ସମସ୍ତ ଗୁଣ ଭରପୂର ରହିଛି।

୨. ବିୟର କେଶ ପାଇଁ ବହୁତ ଭଲ ହୋଇଥାଏ। ଏହା ତ୍ୱଚା ପାଇଁ ବି ବହୁତ ଫଳପ୍ରଦ। ଆଗେ ରାଣୀମାନେ ସୁନ୍ଦର ଚେହେରା ପାଇଁ କ୍ଷୀରରେ ଅଣ୍ଡାର ଧଳା ଅଂଶ, ଲେମ୍ବୁ ରସ ଏବଂ ମଦ ମିଶାଇ ମୁହଁରେ ଲଗାଉଥିଲେ।

qw

୩. ଚେହେରାରେ ଯେପରି ବୟସର ଚିହ୍ନ ନଜର ନ ଆସିବ, ସେଥିପାଇଁ ରାଜା, ରାଣୀମାନେ ପ୍ରତ୍ୟେକ ଦିନ ଅଖରୋଟ ସେବନ କରୁଥିଲେ। ଏହାଦ୍ୱାରା ଶରୀର ସୁସ୍ଥ ଏବଂ ସୁନ୍ଦର ଗଢ଼ଣରେ ରହୁଥିଲା। ଅଖରୋଟ ବହୁତ ଫଳପ୍ରଦ ହୋଇଥାଏ। ଏଥିରେ ଆଣ୍ଟି-ଏଜିଂର ଗୁଣ ଭରପୂର ମାତ୍ରାରେ ରହିଥାଏ।

ssz

୪. ପୂରା ଦିନ ତାଜା ଅନୁଭବ କରିବା ପାଇଁ ରାଣୀମାନେ ଗାଧୋଇ ସାରିବା ପରେ ଇତର ନିଶ୍ଚିତ ଲଗାନ୍ତି, ଯେପରି ରାଜା ତାଙ୍କ ଆଡ଼କୁ ଆକର୍ଷିତ ହୋଇ ଚାଲିଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.