Below header

ଇଏ ବି ଜଣେ ଗୁରୁ: ଉଦଣ୍ଡି କୀର୍ତ୍ତନ କରିବା ସହିତ ଅନେକଙ୍କୁ ଶିକ୍ଷ୍ୟା ଦେଇଛନ୍ତି ରବିଚନ୍ଦ୍ର ଦେହୁରୀ

ଏଠାରେ ଯେଉଁ ଗୁରୁଙ୍କୁ ନେଇ ପୂଜା ଚାଲିଛି ସେ ହେଉଛନ୍ତି, ରେଢାଖୋଲ ବ୍ଲକ ତ୍ରୀବଣପୁର ପଞ୍ଚାୟତ ଅର୍ଖକୁଦ ଗାଁର ୬୫ବର୍ଷୀୟ ରବିଚନ୍ଦ୍ର ଦେହୁରୀ । ଯିଏ ଅଂଚଳରେ ରବି ଗୁରୁ ଭାବରେ ପରିଚିତ ।

ରେଢାଖୋଲ(କେନ୍ୟୁଜ):  ଗତକାଲି ସାରା ଦେଶ ପାଳନ କରିଥିଲା ଗୁରୁ ଦିବସ । ଏହି ଅବସରରେ ସବୁଠି ଦେଖିବାକୁ ମିଳିଥିଲା ଗୁରୁ ଶିଷ୍ୟଙ୍କ ଭିତରେ ଥିବା ସେହି ସୁମଧୁର ସମ୍ପର୍କର ଝଲକ । ତେବେ ଏଠାରେ ଯେଉଁ ଗୁରୁଙ୍କୁ ନେଇ ପୂଜା ଚାଲିଛି ସେ ହେଉଛନ୍ତି, ରେଢାଖୋଲ ବ୍ଲକ ତ୍ରୀବଣପୁର ପଞ୍ଚାୟତ ଅର୍ଖକୁଦ ଗାଁର ୬୫ବର୍ଷୀୟ ରବିଚନ୍ଦ୍ର ଦେହୁରୀ । ଯିଏ ଅଂଚଳରେ ରବି ଗୁରୁ ଭାବରେ ପରିଚିତ ।

ଉଦଣ୍ଡି କୀର୍ତ୍ତନ କରିବା ସହିତ ଅନେକ ଲୋକଙ୍କୁ ଶିକ୍ଷ୍ୟାଦାନ ଦେଇଛନ୍ତି ରବି ଗୁରୁ । ମୃଦଙ୍ଗ, ଖୋଳ, ଗିନିକୁ ହାତରେ ଧରି ସମସ୍ତ କଳାକାରକୁ ସେ ଶିକ୍ଷା ଦେଇଥାନ୍ତି । ତେବେ ଅନେକ ସମ ବୟସ୍କ ଲୋକମାନେ ଶିଷ୍ୟ ସାଜିଛନ୍ତି ଏହି ରବି ଗୁରୁଙ୍କର । ଛୋଟପିଲା ମାନଙ୍କୁ ଯେମିତି ପାଠ ପଢାଯାଏ ସେହିଭଳି ନିଜ ଶିକ୍ଷ୍ୟମାନଙ୍କୁ ରବି ଗୁରୁ ଶିକ୍ଷା ଦେଇଥାନ୍ତି । ବିଭିନ୍ନ ଅଂଚଳ ଯାଇ କୀର୍ତ୍ତନ ଶିଖାଇଛନ୍ତି ସେ। ତେବେ ଗତକାଲି ଗୁରୁ ଦିବସରେ ତାଙ୍କୁ ଯେଉଁ ସମ୍ମାନ ମିଳିଛି ତାଙ୍କ ଜୀବନ ସାର୍ଥକ ହୋଇଯାଇଛି ବୋଲି ଖୁସିର ସହ କହିଛନ୍ତି ରବି ଗୁରୁ ।

rabi guru

ରବି ଗୁରୁଙ୍କର ଛୋଟବେଳୁ ଗୀତ ସଂଗୀତ ପ୍ରତି ଦୁର୍ବଳତା ଥିଲା । ୧୯୭୭ ମସିହାରୁ ସେ ପ୍ରଥମେ ନିଜ ଗାଁରେ କୀର୍ତ୍ତନ ଶିଖାଇଲେ । ଗୌରାଙ୍ଗ ପ୍ରଭୁଙ୍କ ଆର୍ଶିବାଦରୁ ନାମ ସଂକୀର୍ତ୍ତନ କଲେ ପାପର କ୍ଷୟ ହେବା ସହ ଅଂଚଳରେ ଶୁଭ ଦୃଷ୍ଟି ପଡିଥାଏ ବୋଲି ତାଙ୍କର ବିଶ୍ୱାସ ରହିଥାଏ । ଯୁଆଡେ ଗଲେ ରବି ଗୁରୁ ବୋଲି ସମସ୍ତେ ସମ୍ବୋଧନ କରନ୍ତି ।

ସମ ବୟସ ଲୋକ ହେଉ କି ତାଙ୍କ ଠୁ ବଡହେଉ ,ବାନ୍ଧବ ହେଉ କି ଛୋଟପିଲା ସମସ୍ତେ ଡାକନ୍ତି ଗୁରୁ । ସେହି ପରିଚୟ ପାଇ ବଂଚିଥିବାବେଳେ ବହୁତ ଆତ୍ମସନ୍ତୋଷ ମିଳେ ବୋଲି ରବିଗୁରୁ କହିଛନ୍ତି । ରବିଗୁରୁଙ୍କ ଶିଷ୍ୟ ହୋଇ ଆମେ ନିଜକୁ ଧନ୍ୟମଣୁଛୁ ବୋଲି କହିଛନ୍ତି ତାଙ୍କ ଶିଷ୍ୟମାନେ । ସତରେ କେବଳ ପାଠ ପଢାଏ ସେ ଯେ କେବଳ ଜଣେ ଗୁରୁ ତାହା ନୁହେଁ ବରଂ କଳାର ଶିକ୍ଷା ଦେଉଥିବା ଜଣେ ମଣିଷ ବି ଗୁରୁ ହୋଇପାରେ ତାର ଉପହାରଣ ଏହି ରବି ଗୁରୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.