Below header

ବିଦେଶୀ ମୁଦ୍ରା ସଂଗ୍ରହ କରିବା ନିଶାରେ ରାହିମ୍ ଖାଁ, ୧୦୦ରୁ ଅଧିକ ଦେଶର ବିଦେଶୀ ମୁଦ୍ରାର ମାଲିକ

ବାଲେଶ୍ୱର ସହର ମାଣିଖମ୍ବର ରାହିମ୍ ଖାଁ। ନିଶା ତାଙ୍କର ବିଦେଶୀ ମୁଦ୍ରା ସଂଗ୍ରହ କରିବା। ଦୀର୍ଘ ୨୦ ବର୍ଷ ପରିଶ୍ରମ କରି ୧୦୦ରୁ ଅଧିକ ବିଦେଶୀ ମୁଦ୍ରା ସଂଗ୍ରହ କରିପାରିଛନ୍ତି। ଲକ୍ଷ୍ୟ ତାଙ୍କର ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡସରେ ସ୍ଥାନ ପାଇବା ।

ନିଶା ବିଦେଶୀ ମୁଦ୍ରା ସଂଗ୍ରହ କରିବା। ଲକ୍ଷ୍ୟ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡସ୍ରେ ସ୍ଥାନ ପାଇବା। ବାଲେଶ୍ୱର ସହର ମାଣିଖମ୍ବର ରାହିମ୍ ଖାଁ। ଜଣେ ଘରୋଇ କଂପାନୀର ସାଧାରଣ କର୍ମଚାରୀ। ଆଜି ପର୍ଯ୍ୟନ୍ତ ରାହିମ୍ ୧୦୦ରୁ ଅଧିକ ଦେଶର ବୈଦେଶିକ ମୁଦ୍ରା ସଂଗ୍ରହ କରିସାରିଲେଣି। ଏହାକୁ ସଂଗ୍ରହ କରି ତାଙ୍କୁ ଆତ୍ମସନ୍ତୋଷ ମିଳୁଛି ବୋଲି ସେ କହିଛନ୍ତି।

coins

ରାହିମ୍ ୧୦ ଶ୍ରେଣୀରେ ପଢୁଥିବା ବେଳେ,ତାଙ୍କ ମାଆ ତାଙ୍କୁ ନର୍ଥ ବର୍ଣ୍ଣିଓର ଏକ ମୁଦ୍ରା ଆଣି ଦେଇଥିଲେ। ବାସ୍ ସେହି ଦିନରୁ ହିଁ ମୁଦ୍ରା ସଂଗ୍ରହ କରିବାରେ ସେ ବ୍ୟସ୍ତ। ଦୀର୍ଘ ୨୦ ବର୍ଷ ପରିଶ୍ରମ କରି ୧୦୦ରୁ ଅଧିକ ଦେଶର କଏନ୍ ସଂଗ୍ରହ କରିପାରିଛନ୍ତି। ଆଜି ଯାଏ ରାହିମ୍ କ୍ୱେତ୍,ଜର୍ମାନୀ,ଅଷ୍ଟ୍ରେଲିଆ,ୟୁଏସ୍ ଭଳି ରାଷ୍ଟ୍ରମାନଙ୍କ ସହ ଛୋଟ ବଡ଼ ୧୦୦ରୁ ଉର୍ଦ୍ଧ୍ୱ ଦେଶର ମୁଦ୍ରା ସଂଗ୍ରହ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.