Below header

ଟଙ୍କା ରୋଜଗାର ପାଇଁ ଘରେ ପାଳୁଛନ୍ତି ବିଛା, ବିଷର ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସାପ ଏବଂ ବିଛାର ବିଷ ସଂଗ୍ରହ କରି ଲୋକମାନେ ଏହାକୁ ଅଧିକ ଦାମରେ ବିକ୍ରି କରନ୍ତି । ବଜାରରେ ଏହି ବିଷର ବହୁତ ଚାହିଦା ରହିଛି । ତେଣୁ ଲୋକମାନେ ସାପ ଏବଂ ବିଛାକୁ ଘରେ ପାଳନ୍ତି ଏବଂ ଏମାନଙ୍କ ଠାରୁ ବିଷ ବାହାର କରି ବିକ୍ରି କରନ୍ତି ।

ଦୁନିଆରେ ଏପରି ଅନେକ ବ୍ୟବସାୟ ଅଛି ଯେଉଁଥିରେ ବହୁତ ଲାଭ ମିଳିଥାଏ । ଲୋକମାନେ ଟଙ୍କା ପାଇଁ ବିପଜ୍ଜନକ କାର୍ଯ୍ୟ କରିବାକୁ ମଧ୍ୟ ପଛାନ୍ତି ନାହିଁ । ଭଗବାନ ଅନେକ ଜୀବଙ୍କୁ ନିଜ ସୁରକ୍ଷା ପାଇଁ ସେମାନଙ୍କୁୁ ବିଷ ଦେଇଛନ୍ତି । ସାପ ଓ ବିଛା ସବୁଠାରୁ ବିଷାକ୍ତ ବୋଲି କୁହାଯାଏ । ଏମାନେ ବିଷ ଦ୍ୱାରା ନିଜ ଶତ୍ରୁମାନଙ୍କଠାରୁ ନିଜକୁ ରକ୍ଷା କରନ୍ତି । କିନ୍ତୁ ମଣିଷ ସବୁଠାରୁ ଚାଲାକ ଏବଂ ଏହି ଜୀବମାନଙ୍କଠାରୁ କିପରି ଲାଭ ବାହାର କରି ହେବ ସେକଥା ମଣିଷକୁ ଭଲଭାବେ ଜଣା । ସାପ ଏବଂ ବିଛା ବିଷରୁ ଅନେକ ପ୍ରକାରର ଔଷଧ ତିଆରି କରାଯାଏ । ଏଥିପାଇଁ କିଛି ଲୋକ ଏମାନଙ୍କ ବିଷକୁ ସଂଗ୍ରହ କରି ବିକ୍ରି କରନ୍ତି । ଏହା ଦ୍ୱାରା ସେମାନଙ୍କର ଭଲ ବ୍ୟବସାୟ ହୋଇଥାଏ ।

ସାପ ଏବଂ ବିଛାର ବିଷ ସଂଗ୍ରହ କରି ଲୋକମାନେ ଏହାକୁ ଅଧିକ ଦାମରେ ବିକ୍ରି କରନ୍ତି । ବଜାରରେ ଏହି ବିଷର ବହୁତ ଚାହିଦା ରହିଛି । ତେଣୁ ଲୋକମାନେ ସାପ ଏବଂ ବିଛାକୁ ଘରେ ପାଳନ୍ତି ଏବଂ ଏମାନଙ୍କ ଠାରୁ ବିଷ ବାହାର କରି ବିକ୍ରି କରନ୍ତି । ଏହାର ବ୍ୟବସାୟ ଲୋକମାନଙ୍କୁ ଖୁବ ଲାଭ ଦିଏ । ଏହି କାର୍ଯ୍ୟ ବହୁତ ବିପଜ୍ଜନକ କିନ୍ତୁ ଲୋକମାନେ ବିପଦକୁ ନେଇ ମଧ୍ୟ ଏହି ବ୍ୟବସାୟ କରନ୍ତି । ବିଛା ପାଳିବାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଭିଡିଓରେ ଦେଖାଯାଇଛି ଯେ ବିଛା ଠାରୁ କିପରି ବିଷ ବାହାର କରାଯାଉଛି ।

ବିଛା ଶରୀରରୁ ବିଷ ବାହାର କରିବା ପାଇଁ ଧ୍ୟାନ ଲଗାଇବାକୁ ହୋଇଥାଏ । ଏଥିରେ ବହୁତ ପରିଶ୍ରମ କରିବାକୁ ପଡ଼େ । କିନ୍ତୁ ବିଛା ଶରୀରରୁ ବହୁତ କମ୍ ମାତ୍ରାରେ ବିଷ ବାହାରିଥାଏ । ତେଣୁ ଧୀରେ ଧୀରେ ଏବଂ ଧୈର୍ଯ୍ୟ ଧରି ବିଛା ଶରୀରରୁ ବିଷ ସଂଗ୍ରହ କରାଯାଏ । ପ୍ରତ୍ୟେକ ବିଛାର ଲାଞ୍ଜରୁ ବିଷ ବାହାର କରି ଏକ ବାକ୍ସରେ ସଂଗ୍ରହ କରାଯାଏ । ତେବେ ବିଛା ଶରୀରରୁ ବାହାରୁଥିବା ଧଳା ରଙ୍ଗର ବିଷ ଗୋଟିଏ ମୁହୂର୍ତ୍ତରେ ଜଣଙ୍କ ଜୀବନ ନେଇପାରେ । କିନ୍ତୁ ଏହି ବିଷକୁ ଠିକ୍ ଭାବରେ ବ୍ୟବହାର କଲେ ଏହା ମଣିଷ ପାଇଁ ବହୁତ ଲାଭଦାୟକ ହୋଇପାରେ ।

ବିଛା ବିଷ ବଜାରରେ ଅଧିକ ମୂଲ୍ୟରେ ବିକ୍ରି ହୁଏ । ଅଧିକ ଦାମରେ ଏହି ବିଷ ବିକ୍ରି ହେଉଥିବାରୁ ଲୋକମାନେ ଏହି ବିଷାକ୍ତ ଜୀବକୁ ପାଳୁଛନ୍ତି । ବଜାରରେ ଗୋଟିଏ ଗ୍ରାମ ବିଛା ବିଷର ମୂଲ୍ୟ ପ୍ରାୟ ସାତ ଲକ୍ଷ ଟଙ୍କା । ବିଛା ବିଷ ଅନେକ ପ୍ରକାରର ଔଷଧ ପ୍ରସ୍ତୁତ କରିବାରେ ବ୍ୟବହାର ହୁଏ । ତେଣୁ ବିଛା ବିଷର ମୂଲ୍ୟ ବହୁତ ଅଧିକ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.