ହୁତୁହୁତୁ ହୋଇ ଜଳିଗଲା ଇଲେକ୍ଟ୍ରିକ କାର, ଭିଡିଓ ଭାଇରଲ

ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା ଇଲେକ୍ଟ୍ରିକ କାର । ବେଙ୍ଗାଲୁରୁ ରାସ୍ତାରେ ହଠାତ୍‌ ଏକ ଇଲେକ୍ଟ୍ରି କାରରେ ନିଆଁ ଲାଗିଯାଇଥିଲା । ଫଳରେ ଚାରିଆଡେ ଧୂଆଁମୟ ପରିସ୍ଥିତି ହୋଇଯାଇଥିଲା। ଏହାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି ।

କର୍ଣ୍ଣାଟକ ବେଙ୍ଗାଲୁରୁରେ ଧୁ ଧୁ ହୋଇ ଜଳିଗଲା ଇଲେକ୍ଟ୍ରିକ କାର । କାରରେ ନିଆଁ ଲାଗିବାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଭିଡିଓରେ ଦେଖିବାକୁ ମିଳିଛି କି, କିପରି କାର୍‌ ହୁତୁହୁତୁ ହୋଇ ଜଳିବାରେ ଲାଗିଛି । ନିଆଁ ଲାଗିବା ପରେ କାରରେ ଥିବା ଲୋକ ବାହାରି ଆସିଥିଲେ । ଏଥିରେ କେହି ବି ହତାହତ ହୋଇନାହାନ୍ତି । ତେବେ କାର କେଉଁ କମ୍ପାନୀର ଥିଲା, ତାହା ଏଯାଏଁ ଜଣାପଡିନି । ଘଟଣା ଶନିବାର ଦିନ ଘଟିଥିଲା । ନିଆଁ ଲାଗିବାର କାରଣ ପୋଲିସ ଖୋଜୁଛି ।

ଖବର ମୁତାବକ, କର୍ଣ୍ଣାଟକ ବେଙ୍ଗାଲୁରୁର ଜେପି ନଗର ଅଞ୍ଚଳରେ ଡାଲମିୟା ସର୍କଲ ପାଖରେ ଏକ ଇଲେକ୍ଟ୍ରିକ କାରରେ ନିଆଁ ଲାଗିଯାଇଥିଲା । ପୋଲିସ ମୁତାବକ, ଘଟଣାରେ କେହି ହତାହତ ହୋଇନାହାନ୍ତି । ଧୁ ଧୁ ହୋଇ କାର ଜଳିଯାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ଇଲେକ୍ଟ୍ରିକ ଗାଡିରେ ନିଆଁ ଲାଗିବା ଘଟଣା ପୂର୍ବରୁ ଅନେକ ସାମ୍ନାକୁ ଆସିଛି । ତେବେ ଏହି ଘଟଣା କେମିତି ହୋଇଛି, ତାହା ଜଣାପଡିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.