Below header

କରାଟେରେ ପଦକ ଜିତି କନ୍ଧମାଳ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ୭ ବର୍ଷର କୁନି ଝିଅ ସାନଭି

କନ୍ଧମାଳ ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି କୁନି ଝିଅ ସାନଭି। ନିକଟରେ ନୂଆଦିଲ୍ଲୀ ଠାରେ ସମାପ୍ତ ହୋଇଥିବା କରାଟେ ପ୍ରତିଯୋଗିତାରେ କାଂସ୍ୟ ଓ ରାଜ୍ୟସ୍ତରରେ ସ୍ବର୍ଣ୍ଣ ଜିତି କନ୍ଧମାଳ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ପାଲଟିଛି । ସର୍ବ କନିଷ୍ଠ ବର୍ଗରେ ଏହି ସଫଳତା ପାଇଥିବାରୁ ସାନଭିଙ୍କ ପାଇଁ ଛୁଟୁଛି ଶୁଭେଚ୍ଛାର ସୁଅ ।

ରାଇକିଆ(କେନ୍ୟୁଜ): କନ୍ଧମାଳ ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି କୁନି ଝିଅ ସାନଭି। ନିକଟରେ ନୂଆଦିଲ୍ଲୀ ଠାରେ ସମାପ୍ତ ହୋଇଥିବା କରାଟେ ପ୍ରତିଯୋଗିତାରେ କାଂସ୍ୟ ଓ ରାଜ୍ୟସ୍ତରରେ ସ୍ଵର୍ଣ୍ଣ ଜିତି କନ୍ଧମାଳ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ପାଲଟିଛି । ସର୍ବ କନିଷ୍ଠ ବର୍ଗରେ ଏହି ସଫଳତା ପାଇଥିବାରୁ ସାନଭିଙ୍କ ପାଇଁ ଛୁଟୁଛି ଶୁଭେଚ୍ଛାର ସୁଅ ।

ପିତା ଆଶିଷ କୁମାର ଏବଂ ମା ସୁପ୍ରଭାଙ୍କ ଅଲି ଅଳି ଝିଅ ସାନଭି, ବୟସ ୭ ବର୍ଷ । ୫ ଵର୍ଷ ବୟସରେ ଉତ୍କଳ କରାଟେ ସ୍କୁଲ ଟିକାବାଲି ଠାରେ ପ୍ରଶିକ୍ଷଣ ଆରମ୍ଭ କରିଥିଲେ। କୁନି କରାଟେ କୁଇନ ତଥା କାନ୍ଧମାଳର ଗୌରବ ସାନଭି ସାଧନା ଗତ ନଭେମ୍ବର ୧୮ ଓ ୧୯ ରେ ଦିଲ୍ଲୀରେ ଆରମ୍ଭ ହୋଇଥିବା ଜାତୀୟ ସବ ଜୁନିୟର କରାଟେ ଚାମ୍ପିୟନସିପରେ ଓଡିଶା ଟିମକୁ ସଫଳତା ମିଳିଛି। ମୋଟ ୨୫ ଟି ପଦକ ଜିତି ଓଡିଶା ପାଇଁ ଗୌରବ ଆଣିଛନ୍ତି । ସେଥିମଧ୍ୟରୁ ସ୍ଵର୍ଣ୍ଣ -୦୭, ରୌପ୍ୟ -୦୬ ଏବଂ କାଂସ୍ୟ -୧୨ଟି। ଏହି ୨୫ କରାଟେକା ମାନଙ୍କ ଭିତରେ ଅଛନ୍ତି କନ୍ଧମାଳ ସାନଭି । ମାତ୍ର ୭ ବର୍ଷ ବୟସରେ ୨୦ କି.ଗ୍ରା କମ୍ ବର୍ଗରେ ଫାଇଟ କରି କାଂସ୍ୟ ପଦକ ହାତେଇ ଉତ୍କଳ କରାଟେ ସ୍କୁଲ କନ୍ଧମାଳ ଏବଂ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି । ଏହାର ଶ୍ରେୟ ସେ ବାପା ମାଁ ଏବଂ ଗୁରୁଜୀଙ୍କୁ ଦେଇଛନ୍ତି।

ସାଧନା ସାନଭିଙ୍କ ଏହି ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ ବହୁତ ବଡ଼ ଭୂମିକା ଗ୍ରହଣ କରିଛନ୍ତି ଉତ୍କଳ କରାଟେ ସ୍କୁଲ କନ୍ଧମାଳର ପ୍ରତିଷ୍ଠାତା ତଥା ସାଧାରଣ ସମ୍ପାଦକ ଶ୍ରୀ ଜୁନେସ ଦିଗାଳ ଏବଂ ପ୍ରଶିକ୍ଷକ ଶ୍ରୀ ଗୋପାଳ ଚନ୍ଦ୍ର କହଁର। ତାଙ୍କ ଦୃଢ଼ ପ୍ରଚେଷ୍ଟା ଏବଂ ସାନଭିର ଦୃଢ଼ ପରିଶ୍ରମ ଆଜି ତାଙ୍କୁ ଜାତୀୟ ସ୍ତରରେ ପହଞ୍ଚାଇ କାଂସ୍ୟ ପଦକ ଜିତିବାରେ ସଫଳ କରିଛି। ସାନଭିଙ୍କ ପରବର୍ତ୍ତୀ ଲକ୍ଷ୍ୟ ଏବଂ ସଂକଳ୍ପ ସ୍ଵର୍ଣ୍ଣ ପଦକ ।

ସାନ ବେଳୁ ସାନଭିଙ୍କର କରାଟେ ପ୍ରତି ରୁଚି ଥିଲା । ସେ ଦିନେ କରାଟେରେ ଜାତୀୟ ସ୍ତରରେ ଖେଳି ପଦକ ଜିତିବେ ସେହି ଆଶା ଆଜି ସାନଭିଙ୍କର ସାକାର ହୋଇଛି। ବାପା, ମାଙ୍କର ଭଲପାଇବା ଆଜି ଝିଅର ଭବିଷ୍ୟତ ଉଜ୍ବଳ କରିଦେଇଛି । ଝିଅର ସଫଳତାରେ ପିତା, ମାତା ଏବଂ ପରିବାର ବର୍ଗ ବହୁତ ଗର୍ବିତ। ସାନଭି କରାଟେ ଆସୋସେସନ କନ୍ଧମାଳ ପାଇଁ ଗର୍ବ ଓ ଗୌରବ । ସେ ଏକ ମାତ୍ର କୁନି କରାଟେକା ଯିଏକି ପ୍ରଥମ ଜାତୀୟ ପଦକ କରାଟେ ସ୍କୁଲ ଏବଂ କନ୍ଧମାଳ ଜିଲ୍ଲା ପାଇଁ ସମର୍ପିତ କରିଛନ୍ତି।

ତେବେ ଏପଟେ କନ୍ଧମାଳର ପ୍ରଥମ ଜାତୀୟ ପଦକ ବିଜେତା ହିସାବରେ ସାନଭିଙ୍କର ଏହି ସଫଳତାରେ କନ୍ଧମାଳ କରାଟେ ମହଲରେ ଖୁସିର ଲହରୀ ଖେଳିଯାଇଛି ତା ସହିତ କନ୍ଧମାଳବାସୀ ସାନଭିର ସଫଳତାରେ ଭୁରୀ ଭୁରୀ ପ୍ରଶଂସା କରବା ସହିତ ଶୁଭେଚ୍ଛା ଜଣାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.