ଦୀର୍ଘ ୯ ଘଣ୍ଟାର ପରିଶ୍ରମ ଗଲା ବୃଥା, ବଞ୍ଚିପାରିଲାନି ବୋରୱେଲରୁ ଉଦ୍ଧାର ହୋଇଥିବା ନାବାଳିକାର ଜୀବନ

ଦୀର୍ଘ ୯ ଘଣ୍ଟା ବୋରୱେଲ ଭିତରେ ଛଟପଟ ହୋଇ ଉଦ୍ଧାର ହେବା ପରେ ନାବାଳିକା ଶେଷରେ ଆଖି ବୁଜିଛି । ଉଦ୍ଧାର ହୋଇଥିବା ନାବାଳିକା ମାହିକୁ ଗତକାଲି ବିଳମ୍ବିତ ରାତିରେ ଗୁରୁତର ଅବସ୍ଥାରେ ଭୋପାଳସ୍ଥିତ ହମିଦିୟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଆଜି ଭୋରରୁ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି ।

ଆଖି ବୁଜିଲା ନାବାଳିକା । ଦୀର୍ଘ ୯ ଘଣ୍ଟା ବୋରୱେଲ ଭିତରେ ଛଟପଟ ହୋଇ ଉଦ୍ଧାର ହେବା ପରେ ନାବାଳିକା ଶେଷରେ ଆଖି ବୁଜିଛି । ଉଦ୍ଧାର ହୋଇଥିବା ନାବାଳିକା ମାହିକୁ ଗତକାଲି ବିଳମ୍ବିତ ରାତିରେ ଗୁରୁତର ଅବସ୍ଥାରେ ଭୋପାଳସ୍ଥିତ ହମିଦିୟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।   ତେବେ ଆଜି ଭୋରରୁ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ଖବର ମୁତାବକ, ମଧ୍ୟପ୍ରଦେଶ ରାଜଗଡ଼ ଜିଲ୍ଲା ପିପିଲିୟା ରସୋଡ଼ା ଗାଁରେ ୫ ବର୍ଷୀୟା ନାବାଳିକା ମାହି ଗତକାଲି ସନ୍ଧ୍ୟାରେ ଖେଳୁଥିବା ବେଳେ ଅଜାଣତରେ ଏକ ୩୦ ଫୁଟ ଗଭୀର ବୋରୱେଲ ଗାତ ଭିତରେ ଖସିପଡ଼ିଥିଲା । ନାବାଳିକାକୁ ଉଦ୍ଧାର କରିବା ପାଇଁ ଖବର ପାଇଁ SDRF ଓ NDRF ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଜିଲ୍ଲା ପ୍ରଶାସନ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ।

ଦୀର୍ଘ ୯ ଘଣ୍ଟାରୁ ଅଧିକ ସମୟର ଅକ୍ଳାନ୍ତ ପରିଶ୍ରମ ପରେ ରାତି ପ୍ରାୟ ୨.୩୦ରେ ମାହିକୁ ଉଦ୍ଧାର କରାଯାଇଥିଲା । ମାତ୍ର ଅବସ୍ଥା ଗୁରୁତର ହେବାରୁ ତାକୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତା’ର ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.