ହୋଣ୍ଡୁରାସରେ ଯାତ୍ରୀବାହୀ ବସ୍‌ ନଦୀକୁ ଖସିଲା, ୧୨ ରୁ ଅଧିକ ମୃତ

ହୋଣ୍ଡୁରାସର ମଙ୍ଗଳବାର ଦିନ ବସ୍ ୬୦ ଜଣଙ୍କୁ ନେଇ ଯାଉଥିବା ଦୁର୍ଘଟଣା ଘଟିଥିଲା । ଏହି ବସ୍ ତେଗୁସିଗାଲ୍ପା ଠାରୁ ପ୍ରାୟ ୪୧ କିଲୋମିଟର ଦୂରରେ ଭାରସାମ୍ୟ ହରାଇ ଏକ ନଦୀରେ ପଡ଼ିଯାଇଥିଲା । ଏହି ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି ।

ସେଣ୍ଟ୍ରାଲ ଆମେରିକାର ହୋଣ୍ଡୁରାସରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇ ଏକ ନଦୀରେ ଖସିପଡି ୧୨ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଏହି ଦୁର୍ଘଟଣାରେ ୨୪ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମଳିଛି ।

ଖବର ମୁତାବକ, କେନ୍ଦ୍ରୀୟ ଆମେରିକୀୟ ଦେଶ ହୋଣ୍ଡୁରାସର ମଙ୍ଗଳବାର ଦିନ ବସ୍ ୬୦ ଜଣଙ୍କୁ ନେଇ ଯାଉଥିବା ଦୁର୍ଘଟଣା ଘଟିଥିଲା । ଏହି ବସ୍ ତେଗୁସିଗାଲ୍ପା ଠାରୁ ପ୍ରାୟ ୪୧ କିଲୋମିଟର ଦୂରରେ ଭାରସାମ୍ୟ ହରାଇ ଏକ ନଦୀରେ ପଡ଼ିଯାଇଥିଲା । ବସଟି ନଦୀରେ ପଡ଼ିବା ପୂର୍ବରୁ ବ୍ରିଜ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କର ଘଟଣାସ୍ଥଳରେ ଏବଂ ବାକି ୨ ଜଣଙ୍କର ତେଗୁସିଗାଲପା ଡାକ୍ତରଖାନାରେ ମୃତ୍ୟୁ ଘଟିଛି । ଗୁରୁତର ଆହତମାନଙ୍କୁ ଆମ୍ବୁଲାନ୍ସ ଏବଂ ହେଲିକପ୍ଟର ଯୋଗେ ଡାକ୍ତରଖାନା ନିଆଯାଇଥିବା ଅଧିକାରୀମାନେ କହିଛନ୍ତି ।

ଦୁର୍ଘଟଣା ପରେ ସୋସିଆଲ ମିଡିଆ ଜରିଆରେ ହୋଣ୍ଡୁରାସର ରାଷ୍ଟ୍ରପତି ଜିଆମାରା କାଷ୍ଟ୍ରୋ ଶୋକ ପ୍ରକାଶ କରିଛନ୍ତି । ଏହା ସହିତ ତିନି ଦିନିଆ ଜାତୀୟ ଶୋକ ମଧ୍ୟ ସେଠାରେ ଘୋଷଣା କରାଯାଇଛି । ମୃତକଙ୍କ ଶେଷକୃତ୍ୟ ପାଇଁ ଖର୍ଚ୍ଚ ସରକାର ବହନ କରିବେ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଅକ୍ଟୋବର ମାସରେ ହୋଣ୍ଡୁରାସରେ ଏକ ବସ୍‌ ଖାଲରେ ଖସିପଡିଥିଲା । ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୨୦ ଜଣ ଆହତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.