ଘର ବନ୍ଧା ରଖି କର୍ମଚାରୀଙ୍କୁ ଦରମା ଦେଲେ Byju’s ମାଲିକ

ଧୀରେ ଧୀରେ BYJU'sର ଆର୍ଥିକ ଅବସ୍ଥା ଖରାପ ହେବାରେ ଲାଗିଛି । ପରିସ୍ଥିତି ଏଭଳି ହୋଇଛି ଯେ କର୍ମଚାରୀମାନଙ୍କୁ ଦରମା ଦେବା ପାଇଁ କମ୍ପାନୀର ପ୍ରତିଷ୍ଠାତା ବାୟଜୁ ରାଭେନ୍ଦ୍ରନଙ୍କୁ ନିଜ ଘର ବନ୍ଧକ ରଖିବାକୁ ପଡିଛି । ଏହା କରି ସେ ପ୍ରାୟ ୧୦୦ କୋଟି ଟଙ୍କା ଯୋଗାଡ଼ କରିଥିଲେ ଯାହା ଦ୍ୱାରା କର୍ମଚାରୀଙ୍କୁ ଦରମା ଦିଆଯାଇପାରିବ ।

ସମୟ ପରିବର୍ତ୍ତନଶୀଳ । କଥାରେ ଅଛି ଆଜି ଯିଏ ରାଜା କାଲି ସେ ରଙ୍କ । ତେବେ ଏହିଭଳି କିଛି ଘଟିଛି ଏଡ଼ଟେକ କମ୍ପାନୀ ବାୟଜୁସ ସହ । BYJU’s ଏବେ ଗଭୀର ସଙ୍କଟରେ ଫସି ରହିଛି । ଧୀରେ ଧୀରେ ବାୟଜୁସର ଆର୍ଥିକ ଅବସ୍ଥା ଖରାପ ହେବାରେ ଲାଗିଛି । ପରିସ୍ଥିତି ଏଭଳି ହୋଇଛି ଯେ କର୍ମଚାରୀମାନଙ୍କୁ ଦରମା ଦେବା ପାଇଁ କମ୍ପାନୀର ପ୍ରତିଷ୍ଠାତା ବାୟଜୁ ରାଭେନ୍ଦ୍ରନଙ୍କୁ ନିଜ ଘର ବନ୍ଧକ ରଖିବାକୁ ପଡିଛି । ସୂଚନାନୁସାରେ, ବାୟଜୁସର ପ୍ରତିଷ୍ଠାତା ବେଙ୍ଗାଲୁରୁରେ ଥିବା ତାଙ୍କର ଦୁଇଟି ଘର ସହିତ ଏକ ନିର୍ମାଣାଧୀନ ଘର ବନ୍ଧକ ରଖିଛନ୍ତି । ଏହା କରି ସେ ୧୨ ମିଲିୟନ୍ ଡଲାର୍ ଅର୍ଥାତ୍ ପ୍ରାୟ ୧୦୦ କୋଟି ଟଙ୍କା ଯୋଗାଡ଼ କରିଥିଲେ ଯାହା ଦ୍ୱାରା କର୍ମଚାରୀଙ୍କୁ ଦରମା ଦିଆଯାଇପାରିବ ।

ଏଡଟେକ୍ ଷ୍ଟାର୍ଟଅପ୍ ବାୟଜୁସର ପ୍ରାୟ ୮୦୦ ମିଲିୟନ୍ ଡଲାରର ଋଣ ରହିଛି । ଏହା ବ୍ୟତୀତ, ପ୍ରତିଷ୍ଠାତାଙ୍କର ୪୦୦ ମିଲିୟନ୍ ଡଲାରର ଋଣ ଅଛି । ଖବର ଅନୁଯାୟୀ ବାୟଜୁସ ୧.୫ ବିଲିୟନ ଡଲାର ଟର୍ମ ଋଣ ଉପରେ ସୁଧ ଦେଇ ପାରିନଥିଲେ, ଯେଉଁ କାରଣରୁ କମ୍ପାନୀ ଏକ ଆଇନଗତ ସମସ୍ୟାର ସମ୍ମୁଖୀନ ହୋଇଛି । ଏହା ବ୍ୟତୀତ ନିକଟରେ କମ୍ପାନୀ ଆମେରିକାର କିଡ୍ସ ଡିଜିଟାଲ୍ ରିଡିଂ ପ୍ଲାଟଫର୍ମକୁ ୪୦୦ ମିଲିୟନ୍ ଡଲାରରେ ବିକ୍ରି କରିଛି । ଏହା ସତ୍ୱେ କମ୍ପାନୀ ଆର୍ଥିକ ସଙ୍କଟରୁ ମୁକ୍ତି ପାଇବାକୁ ସକ୍ଷମ ନୁହେଁ ।

ବାୟଜୁ ରବୀନ୍ଦ୍ରନ୍ ଏବଂ ତାଙ୍କ ପତ୍ନୀ ଦିବ୍ୟା ଗୋକୁଲନାଥଙ୍କ ଦ୍ୱାରା ବାୟଜୁସ କମ୍ପାନୀର ଆରମ୍ଭ ହୋଇଥିଲା । ଏହାପରେ ସେ ନିଜ ନାମରେ ହି ଏହି କମ୍ପାନୀକୁ ନାମିତ କରିଥିଲେ । ୨୦୧୧ ରେ ‘ଥିଙ୍କ୍ ଆଣ୍ଡ୍ ଲର୍ନ୍’ ନାମକ ଏକ କମ୍ପାନୀ ଗଠନ କରି ରେଭେନ୍ଦ୍ରନ୍ ୧-୧୨ ଶ୍ରେଣୀର ଛାତ୍ରମାନଙ୍କୁ କୋଚିଂ ଦେବା ଆରମ୍ଭ କରିଥିଲେ । ୨୦୧୫ ରେ, କମ୍ପାନୀ BYJU’s ର ଲର୍ଣ୍ଣିଂ ଆପ୍ ଲଞ୍ଚ କଲା । ମାର୍ଚ୍ଚ ୨୦୧୮ରେ ବାୟଜୁସ ଏକ ୟୁନିକର୍ନ ହୋଇଯାଇଥିଲା । ୨୦୧୯-୨୦୨୦ ରେ, ବାୟଜୁସ ଦୁନିଆର ସର୍ବାଧିକ ମୂଲ୍ୟବାନ ଏଡ଼ଟେକ ଷ୍ଟାର୍ଟଅପ୍ ହୋଇଗଲା ।

କରୋନା ସମୟରେ ଅର୍ଥାତ୍ ୨୦୧୯-୨୦ ସମୟରେ କମ୍ପାନୀ ଏହାର ପିକରେ ଥିଲା । ଏହି ସମୟରେ କମ୍ପାନୀ ବମ୍ପର ଇନକମ କରିଥିଲା ​​। କୋଭିଡ ସମୟରେ କମ୍ପାନୀର ମୂଲ୍ୟ ୮୫ ହଜାର କୋଟିରେ ପହଞ୍ଚିଯାଇଥିଲା । ଯାହା ପରେ କମ୍ପାନୀ ଆକାଶ ଏଜୁକେସନାଲ ସର୍ଭିସ, ଗ୍ରେଟ୍ ଲର୍ନିଂ ଏବଂ ହ୍ୱାଇଟ ହେଟ ଜୁନିଅର ପରି ଅନେକ କମ୍ପାନୀ କିଣିନେଇଥିଲା ​​। ଏହା ସହିତ ଶାହାରୁଖ ଖାନ, ଲିଓନେଲ ମେସିଙ୍କ ସମେତ ଅନେକ ସେଲିବ୍ରିଟି ତାଙ୍କ ଆଡ଼ଭର୍ଟାଇଜରେ ନଜର ଆସିଥିଲେ ।

ଧୀରେ ଧୀରେ ବାୟଜୁସ୍ ଆଇସିସି ଏବଂ ଫିଫା ଭଳି ଇଭେଣ୍ଟରେ ମଧ୍ୟ ନଜର ଆସିଲେ । ଏଥି ସହିତ, କୋଭିଡ ମହାମାରୀର ଶେଷ ହେବା ପରେ ସ୍କୁଲ-କୋଚିଂ ଖୋଲିବା ମାତ୍ରେ କମ୍ପାନୀ ଧୀରେ ଧୀରେ କ୍ଷତି ଆଡକୁ ଗତି କରିବାକୁ ଲାଗିଲା । ପ୍ରଥମେ ସର୍ବସାଧାରଣରେ ବାୟଜୁସର ପତନ ସେତେବେଳେ ପ୍ରକାଶ ପାଇଲା ଯେତେବେଳେ କମ୍ପାନୀ ୨୦୨୧ ବର୍ଷ ପାଇଁ ଆର୍ଥିକ ଆକଳନକୁ ୧୮ ମାସ ବିଳମ୍ବରେ ପ୍ରକାଶ କଲା । କର୍ମଚାରୀଙ୍କ ଛଟେଇଠୁ ଆରମ୍ଭ କରି ନୂଆ ଭାବରେ ଫଣ୍ଡ ସଂଗ୍ରହ ପର୍ଯ୍ୟନ୍ତ କମ୍ପାନୀ ସବୁକିଛି ଚେଷ୍ଟା କରିଛି ।

ଏହା ବ୍ୟତୀତ ବୈଦେଶିକ ବିନିମୟ କାରବାର ଆଇନର କିଛି ନିୟମ ଉଲଘଂନ କରି ଏହା ଇଡି ଯାଞ୍ଚର ସମ୍ମୁଖୀନ ହୋଇଛି । ଏହି ମାମଲାରେ ପ୍ରାୟ ୯୦୦୦ କୋଟି ଟଙ୍କାର ହେରଫେର ହୋଇଛି, ଯାହା ଦ୍ୱାରା କମ୍ପାନୀର ଆର୍ଥିକ ସଙ୍କଟ ବଢ଼ିବାରେ ଲାଗିଛି । ଏହି ଭିତରେ ମଧ୍ୟ ପ୍ରତିଷ୍ଠାତାମାନେ କମ୍ପାନୀ ଚଳାଇବାକୁ ଚେଷ୍ଟା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.