IDBI ବ୍ୟାଙ୍କରେ SCO ପଦବୀ ଖାଲି, ଦରମା ଦେଢ ଲକ୍ଷ

ବ୍ୟାଙ୍କ ଚାକିରି ପାଇଁ ତୁରନ୍ତ କରନ୍ତୁ ଆବେଦନ । ଗ୍ରାଜୁଏସନ କରିଥିଲେ ଆଇଡିବିଆଇ ବ୍ୟାଙ୍କ ପାଇଁ କରିପାରିବେ ଆବେଦନ । ଏଥିପାଇଁ ରେଜିଷ୍ଟ୍ରେସନ ୯ ତାରିଖରୁ ଆରମ୍ଭ ହେବ ।

ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ ବ୍ୟାଙ୍କ ଅଫ ଇଣ୍ଡିଆ(IDBI) ବ୍ୟାଙ୍କରେ SCO ପଦବୀ ଖାଲିପଡିଛି । ଚୟନିତ ପ୍ରାର୍ଥୀଙ୍କୁ ଭଲ ଦରମା ମିଳିବ । ଯେଉଁମାନେ ଖାଲିପଡିଥିବା ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ତେବେ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ବ୍ୟାଙ୍କର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍‌ କରିବାକୁ ହେବ ।

ପଦବୀ ବିବରଣୀ : ୮୯

ଜେନେରାଲ ମ୍ୟାନେଜର, ଡେପୁଟି ଜେନେରାଲ ମ୍ୟାନେଜର, ମ୍ୟାନେଜର ଇତ୍ୟାଦି ।

ଜରୁରୀ ତାରିଖ : ଆବେଦନ କରିବା ପାଇଁ ରେଜିଷ୍ଟ୍ରେସନ ଲିଙ୍କ ଡିସେମ୍ବର ୯ ତାରିଖରେ ଖୋଲିବାକୁ ଥିବା ବେଳେ ଶେଷ ୨୫ ଡିସେମ୍ବରରେ ହେବ ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ପଦବୀ ଅନୁସାରେ ଅଲଗା ଅଲଗା ରହିବ । ଆବେଦନ କରିବା ପାଇଁ ନୋଟିଫିକେସନ ଚେକ୍‌ କରିପାରିବେ । ତେବେ ମାନ୍ୟତାପ୍ରାପ୍ତ ୟୁନିଭରସିଟିରୁ ଗ୍ରାଜୁଏସନ ପାସ୍‌ କରିଥିବା ଜରୁରୀ ।

ବୟସ ମୀମା : ପ୍ରାର୍ଥୀଙ୍କ ବୟସ ସୀମା ୨୮ରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ । ଡେପୁଟି ମ୍ୟାନେଜର ପଦବୀ ପାଇଁ ୩୫ରୁ ୪୫ ବର୍ଷ ଧାର୍ଯ୍ୟ କରାଯାଇଛି ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ଅଲଗା ଅଲଗା ଦରମା ମିଳିବ । ଡେପୁଟି ମ୍ୟାନେଜର ଗ୍ରେଡ ଡି ପାଇଁ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ । ସେହିପରି ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ଗ୍ରେଡ ସି ପାଇଁ ମାସକୁ ଦରମା ୧ ଲକ୍ଷରୁ ୨୮ ହଜାର ପର୍ଯ୍ୟନ୍ତ ମିଳିବ । ସେହିପରି ଗ୍ରେଡ ବି ପାଇଁ ଦରମା ୯୮,୦୦୦ ଟଙ୍କା ମିଳିବ ।

ଆବେଦନ ଶୁଳ୍କ : ଇଚ୍ଛୁକ ସାଧାରଣ ବର୍ଗ ପ୍ରାର୍ଥୀ ୧୦୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି ଏବଂ ଜନଜାତି ପ୍ରାର୍ଥୀ ୨୦୦ ଟଙ୍କା ଦେବାକୁ ହେବ ।

କେମିତି ହେବ ଚୟନ : ଆବେଦନ କରିଥିବା ପ୍ରାର୍ଥୀମାନଙ୍କ ଡକ୍ୟୁମେଣ୍ଟ ଦେଖି ଚୟନ କରାଯିବ । ତା’ ପରେ ପର୍ସନାଲ ଇଣ୍ଟରଭ୍ୟୁ ଏବଂ ଗ୍ରୁପ ଡିସକସନ ପ୍ରକ୍ରିୟା ହେବ । ଏହାପରେ ପ୍ରାର୍ଥୀଙ୍କୁ କନଫର୍ମ କରି ଡକାଯିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.