Below header

କାଲିଠୁ କୁମ୍ଭ ରାଶି ସମେତ ଏହି ସମସ୍ତ ରାଶି ଉପରେ ରହିବ ଶନିଙ୍କ ବକ୍ରଦୃଷ୍ଟି, କୁପ୍ରଭାବ ଏଡ଼ାଇବାକୁ ଆପଣାନ୍ତୁ ଏହି ୭ଟି ଉପାୟ

ଅଢ଼େଇ ବର୍ଷରେ ଥରେ ଶନି ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଯାଇଥାନ୍ତି। ଶନିଙ୍କ ପ୍ରଭାବ ଏହି ସମୟରେ ଅନେକ ଶୁଭ-ଅଶୁଭ ଫଳ ପ୍ରଦାନ କରିଥାଏ। ଯେଉଁ ରାଶିରେ ଶନି ସାଢ଼େ ସାତୀ, ଅଢ଼େଇ ଓ ମହାଦଶା ଚାଲିଥାଏ ସେମାନେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଜାନୁଆରୀ ୨୪ ତାରିଖ ଅମାବାସ୍ୟାରେ ଶନି ରାଶି ପରିବର୍ତ୍ତନ କରିବେ। ଏ ଅବସରରେ ଶନି କୁମ୍ଭ ରାଶିରେ ପ୍ରବେଶ କରି ପ୍ରଥମ ପର୍ଯ୍ୟାୟ ଆରମ୍ଭ କରିବେ। ଏଥିସହ ମକରରେ ଦ୍ୱିତୀୟ ଓ ଧନୁରେ ତୃତୀୟ ପର୍ଯ୍ୟାୟ ଆରମ୍ଭ କରିବେ। ସେହିପରି ବୃଷ ଓ କନ୍ୟା ରାଶିରେ ଶନିଙ୍କ ପ୍ରଭାବ ମଧ୍ୟ ରହିବ। ଏଭଳି ସ୍ଥିତିରେ ଶନିଙ୍କ ଅଶୁଭ ପ୍ରଭାବରୁ ବର୍ତ୍ତିବାରେ ଆପଣଙ୍କୁ ଏହି ଉପାୟ ସାହାଯ୍ୟ କରିବ…

 

  • ଯଦି ଆପଣଙ୍କ ଉପରେ ଶନିଙ୍କ ଅଢ଼େଇ ବା ସାଢ଼େସାତୀ ପ୍ରଭାବ ଚାଲିଛି ତେବେ ସମି ବୃକ୍ଷରେ ଡାହାଣ ହାତରେ ଏକ କଳା କପଡ଼ା ଶନିବାର ସନ୍ଧ୍ୟାରେ ବାନ୍ଧନ୍ତୁ। ଏଥିସହ ଓଁ ପ୍ରାଂ ପ୍ରିଂ ପ୍ରୋଂ ସଃ ଶନିଶ୍ଚରାୟଃ ନମଃ ମନ୍ତ୍ରକୁ ତିନି ମାଳା ଜପ କରନ୍ତୁ।
  • ଶିବ ସହସ୍ରନାମ କିମ୍ବା ଶିବଙ୍କ ପଞ୍ଚାକ୍ଷରୀ ମନ୍ତ୍ର ପାଠ କରିବା ଦ୍ୱାରା ଶନିଙ୍କ ପ୍ରକୋପ କମ୍‌ ହୋଇଯାଏ ଓ ସମସ୍ତ ସମସ୍ୟା ଦୂର ହୋଇଥାଏ।
  • ଜାତକରେ ଶନିଙ୍କ ସମ୍ବନ୍ଧୀୟ ସମସ୍ୟା ଦୂର କରିବାକୁ ପ୍ରତିଦିନ ସୁନ୍ଦରକାଣ୍ଡ ପାଠ କରନ୍ତୁ ଓ ହନୁମାନଙ୍କ ମନ୍ଦିରକୁ ଯାଇ ନିଜ କ୍ଷମତା ଅନୁସାରେ ମିଠା ପ୍ରସାଦ ଭୋଗ କରନ୍ତୁ।

shani dev

  • ଶନିଙ୍କ ପ୍ରକୋପକୁ ଶାନ୍ତ କରିବା ପାଇଁ ଏହି ମନ୍ତ୍ର ଖୁବ୍‌ ଲାଭକାରୀ ହୋଇଥାଏ। ‘ସୂର୍ଯ୍ୟ ପୁତ୍ରୋ ଦୀର୍ଘ ଦେହୋ ବିଶାଳାକ୍ଷଃ ଶିବ ପ୍ରିୟଃ। ମନ୍ଦାଚାରାହ ପ୍ରସନ୍ନାତ୍ମା ପୀଡ଼ାଂ ଦହତୁ ମେ ଶନିଃ।’
  • ସମି ବୃକ୍ଷ ଘରେ ଲଗାନ୍ତୁ ଓ ପ୍ରତିଦିନ ଏହାକୁ ପୂଜା କରନ୍ତୁ। ଏହା ଦ୍ୱାରା ବାସ୍ତୁ ଦୋଷ ଦୂର ହେବା ସହ ଶନିଦେବ ମଧ୍ୟ ପ୍ରସନ୍ନ ହୋଇଥାନ୍ତି।

shanidev

  • ଶନିବାର ଦିନ ଅଶ୍ୱତଥ ଗଛ ମୂଳେ ପାଣି ଦେବା ସହ ତେଲର ଦୀପ ଜାଳିବା ଦ୍ୱାରା ମଧ୍ୟ ଶନିଙ୍କ କୃପା ପ୍ରାପ୍ତ ହୋଇଥାଏ।
  • ଶନିବାର ଦିନ ଶନିଦେବଙ୍କୁ ନୀଳ ରଙ୍ଗର ଅପରାଜିତା ଫୁଲ ଅର୍ପଣ କରନ୍ତୁ। ଏଥିସହ କଳା ରଙ୍ଗର ବତୀରେ ରାଶି ତେଲର ଦୀପ ଜଳାନ୍ତୁ। ଏହା ସହ ଶନିବାର ଦିନ ମହାରାଜ ଦଶରଥଙ୍କ ଲିଖିତ ଶନି ସ୍ତ୍ରୋତ୍ର ପଢ଼ନ୍ତୁ। ଶନି ଦେବ ପ୍ରସନ୍ନ ହେବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.