Below header

ଆଜିଠାରୁ ବକ୍ର ହେବେ ଶନି, ଏହାପରେ କମିପାରେ କରୋନା ସଂକ୍ରମଣର ପ୍ରଭାବ, ଜାଣନ୍ତୁ କଣ ରହିଛି ଜ୍ୟୋତିଷ ସଂକେତ

ଆଜି ଠାରୁ ବକ୍ର ହେବେ ଶନି। ଏହାଦ୍ୱାରା କରୋନାକୁ ଭାରତରେ ପ୍ରଭାବହୀନ କରିବାରେ ସନି ଏବଂ ସୂର୍ଯ୍ୟ ଗ୍ରହଙ୍କ ଭୂମିକା ପ୍ରମୁଖ ରହିବ। ବର୍ତ୍ତମାନ କରୋନା ର କାୟା ବଢ଼ିବାରେ ଲାଗିଛି। ସମଗ୍ର ବିଶ୍ୱରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାର ପ୍ରଭାବ କମ କରିବା ପାଇଁ ସରକାର ଏବଂ ସମାଜର ପ୍ରୟାସ ଜାରି ରହିଥିବା ବେଳେ ଜ୍ୟୋତିଷ ଶାସ୍ତ୍ରର ମଧ୍ୟ ନଜର ରହିଛି। ଜ୍ୟୋତିଷ ସଂକେତ ଅନୁଯାୟୀ ଆଗାମୀ ଦିନରେ ଆଜି ଦିନ ପରେ ଏହାର ସ୍ଥିତି କାବୁ ହୋଇପାରେ। କାରଣ ଆଜିଠାରୁ ଶନିଙ୍କ ସ୍ଥାନ ପରିବର୍ତ୍ତନ ହେବ।

1

କରୋନା ଭାଇରସର ସଂକ୍ରମଣ ଗତ ଜାନୁଆରୀ ପରେ ଅଧିକ ମାତ୍ରାରେ ବ୍ୟାପିବା ଆରମ୍ଭ ହୋଇଥିଲା। ଏହାପୂର୍ବରୁ ୨୬ ଡିସେମ୍ବରରେ ସୂର୍ଯ୍ୟ ଗ୍ରହଣ ଲାଗିଥିଲା। ଜ୍ୟୋତିଷ ଗଣନା ଅନୁଯାୟୀ ଏହି ଗ୍ରହଣ ନକାରାତ୍ମକ ପରିଣାମ ଦେବାର ରହିଥିଲା। କାରଣ ଏହା ଚାଲିବା ମାତ୍ରେ ହିଁ ଏହି ମାହାମାରୀ ଉତ୍ପର୍ଣ୍ଣ ହୋଇଥିଲା କିନ୍ତୁ ସବୁଠାରୁ ରୋଚକ କଥା ହରୁଛି ଗ୍ରହଣରୁ ଆରମ୍ଭ ହୋଇଥିବା ଏହି ସଙ୍କଟ ଗ୍ରହଣରେ ହିଁ ସମାପ୍ତ ହେବ। ସୂଚନା ମୁତାବକ ଆଗାମୀ ୨୧ଜୁନରେ ପୁଣି ଥରେ ସୂର୍ଯ୍ୟ ଗ୍ରହଣ ଲାଗିବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ଗ୍ରହଣ ପରେ ଏଭଳି ଯୋଗ ରହିବ, ଯାହା ଦ୍ୱାରା କରୋନା ସଂକ୍ରମଣ ଶେଷ ହେବା ଆରମ୍ଭ ହେବ ଏବଂ ଏହାପରେ ଆସନ୍ତା ସେପ୍ଟେମ୍ବର ପର୍ଯ୍ୟନ୍ତ ଏହା ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯିବ।

2

ଏଭଳି ଜ୍ୟୋତିସିୟ ଦାବି ମଧ୍ୟପ୍ରଦେଶର ସିହୋର ସହରରେ ରହୁଥିବା ଜ୍ୟୋତିଷ ପଣ୍ଡିତ ଡା. ଗଣେଶ ଶର୍ମା ଉଲ୍ଲେଖ କରିଛନ୍ତି। ପଣ୍ଡିତଙ୍କ କହିବାନୁଯାୟୀ ଆଗାମୀ ୨୧ ଜୁନ ୨୦୨୦ ରେ ଯେଉଁ ସୂର୍ଯ୍ୟ ଗ୍ରହଣ ଲାଗିବାକୁ ଯାଉଛି ତାହା କଂକଣାକୃତିର। ଏହାର ଅର୍ଥ ହେଉଛି ଏହାଦ୍ୱାରା କରୋନା ରୋଗ ନିୟନ୍ତ୍ରଣ ହେବା ଆରମ୍ଭ ହେବ। ଏହି ଗ୍ରହଣ ଭାରତରେ ଖଣ୍ଡଗ୍ରସ ରୂପେ ନଜର ଆସିବ। ଭାରତୀୟ ମାନକ ସମୟ ଅନୁସାରେ ଦିନ ୧୦.୪୨ମିନିଟରେ ଗ୍ରହଣ ଆରମ୍ଭ ହେବ। ଯାହା ୩ଘଣ୍ଟା ପର୍ଯ୍ୟନ୍ତ ରହିବ। ଏହା ଅଧିକାଂଶ ଭୂ-ମଣ୍ଡଳରେ ଦେଖାଯିବ।

ଭାରତରେ ଶ୍ରାବଣ ମାସ ଅର୍ଥାତ ସେପ୍ଟେମ୍ବର ପର୍ଯ୍ୟନ୍ତ ସମସ୍ତ ରାଜ୍ୟ ଏହି ରୋଗରୁ ମୁକ୍ତ ହେବାର ସମ୍ଭାବନା ରହିଛି। ଏହି ଅବସ୍ଥା ଆସନ୍ତା ଜୁନ ମାସ ଶେଷ ପର୍ଯ୍ୟନ୍ତ ରହିବା ସହ ମୁକ୍ତ ହେବାର ସମ୍ଭାବନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.