ପିଏମଙ୍କୁ ବି ଛାଡୁନି କରୋନା, ଋଷ ପ୍ରଧାନମନ୍ତ୍ରୀ ମିଖାଇଲ ମିଶୁଷ୍ଟିନ ପଜେଟିଭ୍‌ ଚିହ୍ନଟ

ବିଶ୍ଵ ମହାମାରୀ କରୋନା ଭାଇରସର ପ୍ରକୋପକୁ ରୋକିବା ପାଇଁ ସାରା ଦୁନିଆ ଚେଷ୍ଟା କରୁଛି। ଏହି କିଲର ଭାଇରସ ଧନୀ ଗରିବ କିଛି, ଉଚ୍ଚ ନିଚ୍ଚ କିଛି ଦେଖୁନି, କରିଚାଲିଛି ସଂକ୍ରମିତ। ରୁଷିଆରେ ଏହି ମହାମାରୀ ତାର ପ୍ରଭାବ ବିସ୍ତାର କରିଛି। ତେବେ ଏହାରି ଭିତରେ ଖବର ଆସିଛି ଯେ ଏହି କିଲର ଭାଇରସ ଋଷ ପ୍ରଧାନମନ୍ତ୍ରୀ ମିଖାଇଲ ମିଶୁଷ୍ଟିନ ମଧ୍ୟ କାରୋନା ପଜିଟିଭ। ପ୍ରଧାନମନ୍ତ୍ରୀ ମିଖାଇଲ ନିଜେ ଏହା ବିଷୟରେ ସୂଚନା ଦେଇଛନ୍ତି ଯେ ସେ ଟେଷ୍ଟରେ କରୋନା ଭୁତାଣୁ ସଂକ୍ରମିତ ଥିବା ଜଣାପଡିଛି। ସେହିପରି ଋଷ ରାଷ୍ଟ୍ରପତି କହିଛନ୍ତି ଯେ ସେ ପୃଥକବାସରେ ରହିବ।

mikhaillଏବେ ପ୍ରଥମ ଉପ ପ୍ରଧାନମନ୍ତ୍ରୀ ଆନ୍ଦ୍ରଇ ବେଲୋସୋବଙ୍କୁ ଅସ୍ଥାୟୀ ଭାବରେ ମିଖାଇଲଙ୍କ କାର୍ଯ୍ୟଭାର ଦିଆଯାଇଛି। ଜାନୁଆରୀ ମାସରେ ହିଁ ୫୪ ବର୍ଷୀୟ ମିଖାଇଲଙ୍କୁ ପ୍ରଧାନମନ୍ତ୍ରୀ ନାମିତ କରାଯାଇଥିଲା। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହା ପୂର୍ବରୁ ବ୍ରିଟେନ ପ୍ରଧାନମନ୍ତ୍ରୀ ମଧ୍ୟ କରୋନା ଭାଇରସରେ ସଂକ୍ରମିତ ହୋଇଥିଲେ। କିନ୍ତୁ ସେ ଏବେ ସୁସ୍ଥ ହୋଇ ପୁଣି ତାଙ୍କ କାର୍ଯ୍ୟଭାର ତୁଲାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.