Below header

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ଜାଣନ୍ତୁ ଶିବଙ୍କୁ କେଉଁ ଜିନିଷ ଅର୍ପଣ କଲେ ତାହାର ପ୍ରଭାବ କଣ ପଡେ…

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଶାସ୍ତ୍ର ଅନୁଯାୟୀ ଏହି ମାସରେ ବ୍ରତ ପାଳନ କରିବା ଉଚିତ। ଏହି ମାସର ସୋମବାର ଉପବାସ କରିବା ଉଚିତ। ଏହି ମାସରେ ପୁରା ଦିନ ବ୍ରତ ରଖିବାର ପରମ୍ପରା ରହିଛି, କିନ୍ତୁ ଯେଉଁ ଲୋକମାନେ ବ୍ରତ ରଖିପାରିବେ ନାହିଁ ସେମାନେ କେବଳ ସୋମବାର ଦିନ ଉପବାସ କରିପାରିବେ। କାରଣ ଶ୍ରାବଣ ମାସର ସୋମବାର ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ଏହି ମାସରେ ଉପବାସ କରିବା ଦ୍ୱାରା ମାନସିକ ଏବଂ ଶାରୀରିକ ରୋଗ ଦୂର କରାଯାଇପାରିବ। ଶ୍ରାବଣ ସୋମବାର ବ୍ରତ ସୂର୍ଯ୍ୟଦ୍ୱୟ ପ୍ରାରମ୍ଭରୁ ଆରମ୍ଭ କରି ଦ୍ୱିତୀୟ ପ୍ରହର ପର୍ଯ୍ୟନ୍ତ କରାଯାଇଥାଏ। ବ୍ରତ ସମୟରେ ଥରେ ଭୋଜନ କରିବାର ନିୟମ ରହିଛି। ଏହି ବ୍ରତ ଅତ୍ୟନ୍ତ କଠିନ ହୋଇଥାଏ। ଆପଣ ଚାହିଁଲେ ସକାଳ ସମୟରେ ଫଳ ଆହାର କରି ମଧ୍ୟାହ୍ନରେ ଭୋଜନ କରିପାରିବେ। ପୁରାଣ ଏବଂ ଶାସ୍ତ୍ର ଅନୁଯାୟୀ ସୋମବାର ବ୍ରତ ତିନି ପ୍ରକାର ହୋଇଥାଏ। ଯେପରି ଶ୍ରାବଣ ସୋମବାର, ଷୋହଳ ସୋମବାର ଏବଂ ସୋମ ପ୍ରଦୋଷ। ବିଶେଷ ରୂପେ ମହିଳାମାନଙ୍କ ପାଇଁ ଶ୍ରାବଣ ସୋମବାର ବ୍ରତ କରିବା ଅନେକ ଫଳଦାୟୀ ହୋଇଥାଏ। ବିଧି ବିଧାନର ସହ ଉପବାସ କରିବା ଦ୍ୱାରା ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ। ସେହିଭଳି ଯେଉଁମାନେ ୧୬ ସୋମବାର ବ୍ରତ କରିବାକୁ ଚାହୁଁଛନ୍ତି ସେମାନେ ଶ୍ରାବଣ ମାସର ପ୍ରଥମ ସୋମବାର ଅର୍ଥାତ ଆଜି ଠାରୁ ଆରମ୍ଭ କରିପାରିବେ। ଏହି ମାସରେ ଭଗବାନ ଶିବଙ୍କୁ ବେଲପତ୍ର ଅର୍ପଣ କରି ପୂଜା କରିବା ଶ୍ରେଷ୍ଠ ଏବଂ ଶୁଭ ଫଳଦାୟକ ହୋଇଥାଏ।

ଶିବଲିଙ୍ଗରେ ଗଂଗାଜଳ, ବେଳପତ୍ର, ଦୁଦୁରା, ଭାଙ୍ଗ, କର୍ପୁର, କ୍ଷୀର , ଚାଉଳ, ଚନ୍ଦନ ଓ ଭସ୍ମ ଆଦି ଜିନିଷ ଅର୍ପଣ କରିପାରିବେ । କିନ୍ତୁ ଗୋଟିଏ ଜିନିଷ ଭଗବାନଙ୍କ ଅତି ପ୍ରିୟ । ଜ୍ୟୋତିଷମାନେ କୁହନ୍ତି ଯେ, ଏହି ଗୋଟିଏ ଜିନିଷ ଭଗବାନ ଶିବଲିଙ୍ଗ ଉପରେ ଚଢ଼ାଇବା ଦ୍ୱାରା ମଣିଷର ଭାଗ୍ୟ ବଦଳିଯାଇପାରେ । ରୁଦ୍ର ଓ ଶିବ ପର୍ଯ୍ୟାୟବାଚୀ ଶବ୍ଦ । ରୁଦ୍ର ହେଉଛି ଶିବଙ୍କ ପ୍ରଚଣ୍ଡ ରୂପ । ଭଗବାନ ଶିବଙ୍କୁ ରୁଦ୍ରାକ୍ଷ ଅର୍ପିତ କଲେ ବହୁତ ଶୁଭ ହୋଇଥାଏ । ଶାସ୍ତ୍ରରେ ରୁଦ୍ରାକ୍ଷଙ୍କୁ ଭଗବାନ ଶିବଙ୍କ ମହାପ୍ରସାଦ ବୋଲି କୁହାଯାଇଛି । ଏହା ମଧ୍ୟ କୁହାଯାଇଥାଏ ଯେ, ଭଗବାନ ଶିବଙ୍କ ଅଶ୍ରୁରୁ ସୃଷ୍ଟି ହୋଇଥିବା ରୁଦ୍ରାକ୍ଷରେ ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିବର୍ତ୍ତନ କରିବାର ବଳ ରହିଛି । ଏହା କେବଳ ଭଗବାନଙ୍କୁ ସମର୍ପିତ କରାଯାଇ ନ ଥାଏ, ବରଂ ଏହାକୁ ଧାରଣା ମଧ୍ୟ କରାଯାଇପାରିବ । ଏହି ଧାରଣା କରିବା ଦ୍ୱାରା ଜୀବନସାରା ସମସ୍ୟା, ରୋଗ, ଶୋକ ଓ ଭୟରୁ ମଧ୍ୟ ମୁକ୍ତି ମିଳିବ ।

ଶ୍ରାବଣ ମାସ ସୋମବାର ବ୍ରତର ସମୟ:

ପ୍ରଥମ ଶ୍ରାବଣ ସୋମବାର ବ୍ରତ: ୧୮ ଜୁଲାଇ,ସୋମବାର

ଦ୍ୱିତୀୟ ଶ୍ରାବଣ ସୋମବାର ବ୍ରତ: ୨୫ ଜୁଲାଇ ସୋମବାର

ତୃତୀୟ ଶ୍ରାବଣ ସୋମବାର ବ୍ରତ: ୧ଅଗଷ୍ଟ, ସୋମବାର

ଚତୁର୍ଥ ଶ୍ରାବଣ ସୋମବାର ବ୍ରତ: ୮ ଅଗଷ୍ଟ ସୋମବାର

ପଞ୍ଚମ ଶ୍ରାବଣ ସୋମବାର ବ୍ରତ: ୧୫ ଜୁଲାଇ ସୋମବାର

ଶ୍ରାବଣ ସମାପ୍ତ: ୧୬ ଅଗଷ୍ଟ, ମଙ୍ଗଳବାର

ଶ୍ରାବଣ ସୋମବାରର ଗୁରୁତ୍ୱ

ଷୋହଳ ସୋମବାର ଉପବାସ କଲେ ଭଗବାନ ଶିବ ସନ୍ତୁଷ୍ଟ ହେବା ସହ ଅନୁଗ୍ରହ ମଧ୍ୟ ପ୍ରାପ୍ତ ହୋଇଥାଏ। ଭଗବାନ ଶିବଙ୍କୁ ପୂଜା କରୁଥିବା ବ୍ୟକ୍ତି ଏହି ଉପବାସ କଲେ ଶିବଙ୍କ ଅପାର ମହିମାର ତାଙ୍କୁ ମିଳିଥାଏ ବୋଲି ଲୋକକଥା ରହିଆସିଛି।

ଏହା ବ୍ରତ ପ୍ରାୟତଃ ଅବିବାହିତ ଝିଅମାନେ ପାଳନ କରିଥାନ୍ତି। କୁହାଯାଏ ଯେ ଏହି ବ୍ରତ କରିବା ଫଳରେ ପସନ୍ଦ କରୁଥିବା ଜୀବନ ସାଥି ଓ ବିବାହ ଜନିତ ଅସୁବିଧା ଦୂର ହୋଇଥାଏ। ଏହି ଷୋହଳ ସୋମବାର ବ୍ରତ ଶ୍ରାବଣ ମାସର ପ୍ରଥମ ସୋମବାରରୁ ଆରମ୍ଭ ହୋଇ ୧୬ ସପ୍ତାହ ପର୍ଯ୍ୟନ୍ତ ଚାଲିଥାଏ। ଭକ୍ତମାନେ ପ୍ରାର୍ଥନା କରନ୍ତି, ରୀତିନୀତି କରନ୍ତି ଓ ଅନ୍ୟ ଉପବାସ ପରି ଷୋହଲ ସୋମବାର ବ୍ରତର ମହିମା ବାବଦରେ ଆଲୋଚନା କରନ୍ତି।

ସୋମବାର ବ୍ରତ ପୂଜା ବିଧି:

୧୬ ସୋମବାର ବ୍ରତ କରିବା ବେଶ ସରଳ। ଏହି ବ୍ରତ ପାଇଁ ମନରେ ଏକାଗ୍ରତା ଓ ଭକ୍ତି ଆବଶ୍ୟକ। ଭଗବାନ ଶିବଙ୍କୁ ହୃଦୟ ସହକାରେ ଆରାଧନା କଲେ ଭଗବାନ ନିଶ୍ଚିତ ଭକ୍ତର ଡାକ ଶୁଣିଥାନ୍ତି।

ସୋମବାର ଦିନ ସକାଳୁ ସ୍ନାନ ସାରି ଏହି ପୂଜା ଆରମ୍ଭ କରାଯାଏ। ପୂର୍ବରୁ ପୂଜା ପାଇଁ ଆବଶ୍ୟକ ପୂଜା ସାମଗ୍ରୀ ଓ ଜିନିଷ ପ୍ରସ୍ତୁତ କରିବାକୁ ପଡ଼େ। ଆପଣ ମନ୍ଦିର ଯାଇ, କିମ୍ବା ଘରେ ରହି ଶିବଙ୍କ ମୂର୍ତ୍ତି ବା ଫଟୋକୁ ପୂଜା କରିପାରିବେ। ପ୍ରଥମେ ଶିବଙ୍କ ମୂର୍ତ୍ତିକୁ ପାଣି ଢାଳି ସ୍ନାନ କରିଦିଅନ୍ତୁ। ଫଟୋ ଉପରେ ଫୁଲ ଓ ବେଲପତ୍ରରେ ସଜାଇଦିଅନ୍ତୁ। ପରେ ଭୋଗ ଲଗାଇ ଶିବ କଥାମୃତ ପଢ଼ନ୍ତୁ।

puja

ଏପରିକି ଭଗବାନ ଶିବଙ୍କୁ କେଉଁ ଜିନିଷ ଗୁଡ଼ିକ ଅର୍ପଣ କଲେ ତାହାର ପ୍ରଭାବ କଣ ରହିଛି ଆସନ୍ତୁ ଜାଣିବା।

୧) ଜଳ :-
ଯଦି ଆପଣ ଶ୍ରାବଣ ମାସରେ ଯେକୌଣସି ସୋମବାର ଦିନ ଓଁ ନମଃ ଶିବାୟ ମନ୍ତ୍ର ଜପ କରି ଶିବ ଲିଙ୍ଗ ଉପରେ ଜଳ ଅର୍ପଣ କରିବେ ତାହେଲେ ଆପଣଙ୍କର ସବୁ ଚିନ୍ତା ଦୂର ହୋଇଯିବ।

୨) କ୍ଷୀର :-
ଯଦି ଆପଣ ଶ୍ରାବଣ ମାସରେ ଯେକୌଣସି ସୋମବାର ଦିନ କ୍ଷୀରରେ ଶିବ ଅଭିଷେକ କରାଇବେ, ତାହେଲେ ଆପଣଙ୍କୁ ଲାଭ ମିଳିବା ଏବଂ ଶାରୀରିକ ରୂପରେ ସୁସ୍ଥ ରହିବେ।

୩) ଚିନି :-
ଯଦି ଆପଣ ଶ୍ରାବଣ ମାସରେ ଯେକୌଣସି ସୋମବାର ଦିନ ଶିବଲିଙ୍ଗ ଉପରେ ଚିନି ଅର୍ପଣ କଲେ ଆପଣଙ୍କ ଘର ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଏହାସହିତ ଭଗବାନ ଶିବଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ରହିବ।

୪) ଘିଅ :-
ଯଦି ଆପଣ ଶିବଲିଙ୍ଗର ଅଭିଷେକ ଘିଅରେ କରିବେ ତାହେଲେ ଆପଣଙ୍କୁ ଶାନ୍ତି ପ୍ରାପ୍ତ ହେବ। ଯେଉଁମାନେ ସନ୍ତାନ ସୁଖ ପ୍ରାପ୍ତ କରି ପାରୁ ନାହାଁନ୍ତି, ସେମାନଙ୍କୁ ସନ୍ତାନ ସୁଖ ପ୍ରାପ୍ତ ହେବ।

୫) ମହୁ :-
ଯଦି ଆପଣ ନିଜର ବାଣୀକୁ ମଧୁର କରିବାକୁ ଚାହୁଁଛନ୍ତି , ତାହେଲେ ଆପଣ ଶିବଲିଙ୍ଗ ଉପରେ ଶ୍ରାବଣ ମାସର ଯେକୌଣସି ସୋମବାର ଦିନ ମହୁ ଅର୍ପଣ କରନ୍ତୁ।

୬) ଭାଙ୍ଗ :-
ଯଦି ଆପଣ ଶ୍ରାବଣ ମାସରେ ଭଗବାନ ଶିବଲିଙ୍ଗ ଉପରେ ଭାଙ୍ଗ ଅର୍ପଣ କରିବେ ତାହେଲେ ଭଗବାନ ମହାଦେବ ପ୍ରସନ୍ନ ହୋଇଯିବେ। କାରଣ ଶିବଙ୍କର ଭାଙ୍ଗ ସହିତ ବହୁତ ଗଭୀର ସମ୍ବନ୍ଧ ରହିଛି। ତେଣୁ ଆପଣ ମାନେ ଶ୍ରାବଣ ମାସରେ ଶିବଲିଙ୍ଗ ଉପରେ ଭାଙ୍ଗ ଅର୍ପଣ କରନ୍ତୁ।

୭) ଚନ୍ଦନ :-
ଯଦି ଆପଣମାନେ ଶିବଲିଙ୍ଗ ଉପରେ ଚନ୍ଦନ ଅର୍ପଣ କରିବେ, ତାହେଲେ ଆପଣଙ୍କର ସବୁ ମନସ୍କାମନା ପୂରଣ ହୋଇଯିବ। ଏହାକୁ ଆପଣ ଶ୍ରାବଣ ମାସରେ ଯେକୌଣସି ସୋମବାର ଦିନ କରି ପାରିବେ।

୮) କେଶର :-
ଯଦି ଆପଣ ଶିବଲିଙ୍ଗ ଉପରେ କେଶର ଆପଣ କରିବେ ତାହେଲେ ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ। ତେଣୁ ଶ୍ରାବଣ ମାସର ଯେକୌଣସି ସୋମବାର ଦିନ ଏହିସବୁ ଜିନିଷ ଗୁଡ଼ିକ ଅର୍ପଣ କରି ଆପଣମାନେ ଦେବଦେବ ମହାଦେବଙ୍କୁ ଅର୍ପଣ କରି ପାରିବେ। ଯାହାଦ୍ଵାରା ଆପଣଙ୍କ ଜୀବନର ସମସ୍ତ ମନସ୍କାମନା ପୂରଣ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.