ଆଜି ଶ୍ରାବଣ ମାସ ପ୍ରଥମ ସୋମବାର: ବୋଲ ବମ୍ ହରହର ବମ୍‌ ଧ୍ୱନିରେ କମ୍ପୁଛି ବିଭିନ୍ନ ଶୈବପୀଠ, ହଜାର ହଜାର କାଉଡିଆଙ୍କ ଭିଡ଼

ଭୁବନେଶ୍ୱର(କେନ୍ୟୁଜ୍): ଆଜି ଶ୍ରାବଣ ମାସ ପ୍ରଥମ ସୋମବାର । ବୋଲ ବମ୍‌, ହରହର ବମ୍‌ ଧ୍ୱନିରେ କମ୍ପୁଛି ଏକାମ୍ର କ୍ଷେତ୍ର । ଦୁଇ ବର୍ଷ କରୋନା କଟକଣା ଯୋଗୁ ନିରାଶ ହୋଇଥିବା ମାନସିକଧାରୀ ଦୂରଦୂରାନ୍ତରୁ ଆସି ଲିଙ୍ଗରାଜଙ୍କ କ୍ଷେତ୍ରରେ ଜଳଲାଗି କରିଛନ୍ତି। ଆଡକାଠ ନିକଟରେ କାଉଡିଆ ମାନେ ଜଳ ଲାଗି କରିଛନ୍ତି।

ମନ୍ଦିରରେ ଭିଡ଼କୁ ଦୃଷ୍ଟିରେ ରଖି ଆଜି ରାତି ୩ଟାରୁ ପହଡ ଖୋଲାଯାଇ ମଙ୍ଗଳ ଆଳତୀ ଓ ଅବକାଶ ନୀତି କରାଯିବା ପରେ ୪ଟାରେ ଭକ୍ତଙ୍କ ପାଇଁ ସାହାଣ ମେଲା ଦର୍ଶନ ଆରମ୍ଭ ହୋଇଥିଲା। ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି କାଉଡିଆ ଓ ଭକ୍ତଙ୍କ ପାଇଁ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି । ମନ୍ଦିର ବାହାରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୂତୟନ କରାଯାଇଛି । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ମନ୍ଦିର ଭିତରକୁ ଛୁରୀ, ପଲିଥିନ ଓ ପ୍ଲାଷ୍ଟିକ୍‌ ସାମଗ୍ରୀ ବାରଣ କରାଯାଇଛି ।

ସେହିଭଳି, ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥଙ୍କ ପାଖରେ ଜଳଲାଗି ପାଇଁ ଜମିଛି ହଜାର ହଜାର କାଉଡିଆଙ୍କ ଭିଡ଼। ରାତି ଗୋଟାଏରୁ ଆରମ୍ଭ ହୋଇଛି ଜଳଲାଗି। ମନ୍ଦିରର ରୋଷଦ୍ୱାର ପଛପଟ ରାସ୍ତା ଦେଇ ପ୍ରବେଶ କରି ଜଳଲାଗି ଓ ଦର୍ଶନ ପରେ ବଉଳ ଦ୍ୱାର ଦେଇ ବାହାରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.