ସୀମା ଓ ସଚିନ୍‌ଙ୍କ ପ୍ରେମ କାହାଣୀ କେତେ ସତ କେତେ ମିଛ : ନେପାଳ ହୋଟେଲର ରୁମ୍‌ ନଂ ୨୦୪ ଗୁମର ଫିଟିଲା

ନିଜ ନାଁ ବଦଳାଇ ‘ପ୍ରୀତି’ ନାମରେ ଭାରତରେ ଅନୁପ୍ରବେଶ କରିଥିଲେ । ସୁରକ୍ଷା କର୍ମୀଙ୍କୁ ଚକମା ଦେବା ଲାଗି ସମ୍ପୂର୍ଣ୍ଣ ଭାବରେ ଭାରତୀୟ ବେଶଭୁଷାରେ ଥିଲେ । ଆହୁରି ମଧ୍ୟ ଦୁବାଇରୁ ନେପାଳ ଆସି ପ୍ରେମିକ ସଚିନ୍‌ ସହିତ ଏକ ହୋଟେଲରେ ଛଦ୍ମ ନାମରେ ରହିଥିଲେ ।

() ସୀମା ପାର କରି ବେଆଇନ୍‌ ଭାବେ ଭାରତ ଆସିଥିବା ପାକିସ୍ତାନୀ ମହିଳା ସୀମା ହାଇଦର ରହସ୍ୟ ଫିଟୁଛି ଧୀରେ ଧୀରେ । ଯଦିଓ ଆଣ୍ଟି ଟେରରିଷ୍ଟ ସ୍କ୍ଵାର୍ଡ ‘ଏଟିଏସ୍‌’ ତାଙ୍କୁ ଜେରା କରି କୌଣସି ସନ୍ଦିଗଧ ସୂଚନା ପାଇ ପାରି ନାହିଁ ତେଣୁ ସୀମାଙ୍କୁ ପୁଣି ପାକିସ୍ତାନ ପଠାଇ ଦିଆଯିବାର ସମ୍ଭାବନା ବଢ଼ିଛି । ୪ଟି ପିଲାଙ୍କୁ ସାଥୀରେ ଧରି ନିଜ ପ୍ରେମକୁ ପାଇବା ପାଇଁ ସୀମା ହାଇଦର ସୀମା ପାରି ହୋଇ ଭାରତ ଆସିଥିଲେ । ତେବେ ତାଙ୍କର ଅନେକ କଥାକୁ ନେଇ ସନ୍ଦେହ ସୃଷ୍ଟି ହେବା ଫଳରେ ତାଙ୍କୁ ଜେରା କରାଯାଇଥିଲା । ଉତ୍ତର ପ୍ରଦେଶ ଏଟିଏସ୍‌ ତାଙ୍କୁ କବଜାକୁ ନେଇ ଜେରା କରିଥିଲା । କିନ୍ତୁ ସେ ଭାରତକୁ ଗୋଇନ୍ଦାଗିରି କରିବା ଉଦ୍ଦେଶ୍ୟରେ ଆସିଥିବା କଥା ସ୍ପଷ୍ଟ ହେଲା ନାହିଁ । ଗତ ୧୭ ଓ ୧୮ ତାରିଖ ଦୁଇ ଦିନ ଧରି ଏଟିଏସ୍‌ ସୀମାଙ୍କୁ ଜେରା କରିଥିଲା । ଏବେ ଏହି ରିପୋର୍ଟ ଏଟିଏସ୍‌ ଗୃହ ବିଭାଗକୁ ପ୍ରଦାନ କରିବ । ଏହାପରେ ସୀମାଙ୍କୁ ତାଙ୍କ ଚାରି ପିଲାଙ୍କ ସମେତ ପାକିସ୍ତାନ ପଠାଇ ଦିଆଯିବାର ନିଷ୍ପତ୍ତି ନିଆଯିବ । ପାକିସ୍ତାନର ଗୋଇନ୍ଦା ବିଭାଗ ଆଇଏସ୍‌ଆଇ ସହ ସୀମାଙ୍କର ସମ୍ପର୍କ ଅଛି ବୋଲି ସନ୍ଦେହ କରାଯାଉଥିଲା । ତେବେ ତାଙ୍କୁ ଜେରା ପରେ ସେଭଳି କିଛି ତଥ୍ୟ ମିଳିଲା ନାହିଁ । ଅବଶ୍ୟ ପାକିସ୍ତାନରୁ ଦୁବାଇ ଓ ନେପାଳ ଦେଇ ଭାରତ ଆସିଥିବା ସୀମା ସବୁ ସତ କହି ନଥିଲେ । ଅନେକ କଥା ଲୁଚାଥିଲେ । ଯାହା ପରେ ଜଣାପଡ଼ିଛି । ଯେମିତି କି ସେ ନିଜ ନାଁ ବଦଳାଇ ‘ପ୍ରୀତି’ ନାମରେ ଭାରତରେ ଅନୁପ୍ରବେଶ କରିଥିଲେ । ସୁରକ୍ଷା କର୍ମୀଙ୍କୁ ଚକମା ଦେବା ଲାଗି ସମ୍ପୂର୍ଣ୍ଣ ଭାବରେ ଭାରତୀୟ ବେଶଭୁଷାରେ ଥିଲେ । ଆହୁରି ମଧ୍ୟ ଦୁବାଇରୁ ନେପାଳ ଆସି ପ୍ରେମିକ ସଚିନ୍‌ ସହିତ ଏକ ହୋଟେଲରେ ଛଦ୍ମ ନାମରେ ରହିଥିଲେ । ପୁଣି ପଶୁପତି ନିକଟ ଏକ ମନ୍ଦିରରେ ସେମାନେ ବିବାହ କରିଥିବା ସୀମା କହୁଥିଲେ । ତେବେ ମନ୍ଦିରରେ ବାହାଘର ହୋଇଥିବାର କୌଣସି ପ୍ରମାଣ ମିଳିଲା ନାହିଁ । ନେପାଳର ଏକ ହୋଟେଲରେ ସଚିନ୍‌ ଓ ସୀମା ସିଙ୍ଗଲ ବେଡ୍‌ରୁମ୍‌ ନେଇ ଏକାଠି ରହୁଥିଲେ । ରୁମ୍‌ ଭଡ଼ା ଦିନକୁ ୭୦୦ ଟଙ୍କା ଥିଲା । ସେମାନେ ସେଠାରେ ୭ ଦିନ ରହିଥିଲେ । ସଚିନ୍‌ ପ୍ରଥମେ ଭାରତରୁ ଯାଇ ହୋଟେଲରେ ପହଞ୍ଚିଥିଲେ ଏବଂ ପରେ ତାଙ୍କ ପତ୍ନୀ ଆସୁଛନ୍ତି ବୋଲି କହିଥିଲେ । ଏହାପରେ ସୀମା ନିଜ ୪ ପିଲାଙ୍କ ସହିତ ହୋଟେଲରେ ପହଞ୍ଚିଥିଲେ । ରୁମ୍‌ ନମ୍ବର ଥିଲା ୨୦୪ । ସେହି ରୁମ୍‌୍‌ରେ ହିଁ ସେମାନେ ବାହା ହୋଇଥିବା ଜଣାପଡ଼ିଛି ।
ଏମିତି ବି କଥା ଉଠିଛି କି ସୀମା ଜଣେ ବେଶ୍‌ ସୁନ୍ଦରୀ ମହିଳା । ହେଲେ ନିଜକୁ ଗରିବ ଦେଖାଇବା ପାଇଁ ସେ ଅତି ସାଧାରଣ ବେଶରେ ରହୁଛନ୍ତି । ସେ ନିଜେ ମାନିଛନ୍ତି କି ଏକ ଗରିବ ପରିବାରର ବୋଲି ହେଲେ ତାଙ୍କ ପାଖରେ ଏତେ ଟଙ୍କା ଆସିଲା କେଉଁଠୁ ? ସେ କହିଥିଲେ କି ନିଜ ପୈତୃକ ସମ୍ପତ୍ତି ବିକି ଟଙ୍କା ଆଣିଥିଲେ । ହେଲେ ତାଙ୍କର ଜଣେ ଭାଇ ପାକିସ୍ତାନ ସେନାରେ କାମ କରନ୍ତି । ଭାଇର ଅଜାଣତରେ କଣ ପୈତୃକ ସମ୍ପତ୍ତି ବିକିବା ସମ୍ଭବ ହୋଇଥିବ ସୀମାଙ୍କ ପକ୍ଷରେ ?

SEEMA-2
IMAGE SOURCE : INDIA POST ENGLISH

ସେପଟେ ପାକିସ୍ତାନରୁ ସୀମାଙ୍କ ସ୍ୱାମୀ ପ୍ରତିଦିନ କିଛି ନା କିଛି କଥା କହୁଛନ୍ତି । ଏବେ କହିଛନ୍ତି କି ସୀମାଙ୍କ ପ୍ରେମରେ ପଡ଼ି ତାଙ୍କରି କଥାରେ ନିଜ ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ିଥିଲେ । ଆହୁରି ମଧ୍ୟ ଭାରତ ସୀମା ଭିତରେ ପ୍ରବେଶ କରିବା ପୂର୍ବରୁ ସୀମା ନିଜକୁ ଏବଂ ନିଜ ପିଲାମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଭାରତୀୟ ପୋଷାକରେ ସଜାଇ ଦେଇଥିଲେ । ପାକିସ୍ତାନରୁ ଦୁବାଇ ଓ ସେଠାରୁ ନେପାଳ ଆସିବା ପଛରେ ସୀମାଙ୍କୁ ସହାୟତା କରିବାରେ କେହି ତୃତୀୟ ବ୍ୟକ୍ତି ମଧ୍ୟ ରହିଛି ।

ତାଙ୍କର ଆଇ-କାର୍ଡ଼ରୁ ଜଣାପଡ଼ିଛି କି ସୀମାଙ୍କ ଜନ୍ମ ୨୦୦୨ ମସିହା ଜାନୁଆରୀ ୧ ତାରିଖ । ସେହି ହିସାବରେ ସୀମାଙ୍କ ବୟସ ହେଉଛି ୨୧ ବର୍ଷ । ହେଲେ ତାଙ୍କ ଚେହେରା କିନ୍ତୁ କହୁଛି ତାଠାରୁ ସେ ଅଧିକ ବୟସର । ପୁଣି ଚାରିଟି ପିଲାର ମା । …. ତେବେ ଏଟିଏସ୍‌ ହେଉ କି ଗଣମାଧ୍ୟମ, ସମସ୍ତଙ୍କ ଆଗରେ ସୀମା ଅତି ସ୍ପଷ୍ଟ ଭାବେ ନିଜ କଥା କହି ଚାଲିଛନ୍ତି । ଲାଗୁଛି ଯେମିତି ଏସବୁ ଘଟଣାକୁ ନେଇ ତାଙ୍କ ମନରେ ଟିକିଏ ବି ଡର ନାହିଁ । କିଛି ତ ଜଣାପଡ଼ିଲା ହେଲେ ଆହୁରି ଅନେକ କିଛି ରହସ୍ୟ ରହି ଯାଇଛିି ସୀମାଙ୍କୁ ନେଇ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.