Below header

ସୋନିଆଙ୍କ ପାଖକୁ ଯାଇ ସ୍ୱାସ୍ଥ୍ୟବସ୍ଥା ବୁଝିଲେ ପ୍ରଧାନମନ୍ତ୍ରୀ ମୋଦି

ସୋନିଆଙ୍କ ପାଖକୁ ଯାଇ ସ୍ୱାସ୍ଥ୍ୟବସ୍ଥା ବୁଝିଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସଂସଦ ଭିତରେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧିଙ୍କ ପାଖକୁ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ବୁଝିଛନ୍ତି ।

ସୋନିଆଙ୍କ ପାଖକୁ ଯାଇ ସ୍ୱାସ୍ଥ୍ୟବସ୍ଥା ବୁଝିଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସଂସଦ ଭିତରେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧିଙ୍କ ପାଖକୁ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ବୁଝିଛନ୍ତି । ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଓ ସୋନିଆ ଗାନ୍ଧି ଗୃହ କାର୍ଯ୍ୟରେ ଯୋଗ ଦେବାକୁ ଆସିଥିଲେ ।

ଏହି ସମୟରେ ମୋଦି ହଠାତ ଚାଲିଚାଲି ସୋନିଆଙ୍କ ପାଖରେ ପହଞ୍ଚିଥିଲେ । ଏହାପରେ ତାଙ୍କ ଦେହ କେମିତି ଅଛି ବୋଲି ପ୍ରଶ୍ନ କରିଥିଲେ । ଏହାର ଜବାବରେ ସୋନିଆ ଗାନ୍ଧି ସବୁ କିଛି ଠିକଠାକ ରହିଥିବା କହିଥିଲେ । ତେବେ ସୋନିଆ ମଣିପୁର ଭାଇରାଲ ଭିଡିଓ ପ୍ରସଙ୍ଗରେ ସଂସଦରେ ଆଲୋଚନା କରିବାକୁ ମୋଦିଙ୍କୁ କହିଥିଲେ ।

ବେଙ୍ଗାଲୁରୁରେ ବିରୋଧୀଙ୍କ ମହାବୈଠକ ପରେ ସୋନିଆଙ୍କ ସହ ମୋଦି ପ୍ରଥମଥର ପାଇଁ କଥା ହୋଇଛନ୍ତି। ବେଙ୍ଗାଲୁରୁରେ ଅନୁଷ୍ଠିତ ହୋଇଥିବା ବିରୋଧୀଙ୍କ ମହାବୈଠକ ପରେ ସୋନିଆ ଓ ତାଙ୍କ ପୁଅ ରାହୁଲ ଗାନ୍ଧି ପ୍ରାଇଭେଟ ଜେଟରେ ଦିଲ୍ଲୀ ଫେରୁଥିଲେ ।

ଏହି ସମୟରେ ଖରାପ ପାଗ ଯୋଗୁ ବିମାନରେ ବୈଷୟିକ ତ୍ରୁଟି ଦେଖାଯାଇଥିଲା । ଫଳରେ ଭୋପାଲରେ ବିମାନର ଜରୁରୀ ଅବତରଣ କରାଯାଇଥିଲା ।ବିମାନରେ ବୈଷୟିକ ତ୍ରୁଟି ଯୋଗୁ ସୋନିଆଙ୍କୁ ଅକ୍ସିଜେନ ମାସ୍କ ମଧ୍ୟ ପିନ୍ଧିବାକୁ ପଡ଼ିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.