Below header

ଭାରତରେ ରହିଛି ଭିନ୍ନ ଏକ ଦୁନିଆ, ଯେଉଁଠାରେ ଦେଖାଯାଏ ଏକବିଂଶ ଶତାବ୍ଦୀର ଆଦିମାନବ

ଆଜି ମଧ୍ୟ ଦେଶରେ ଏପରି ଅନେକ ରହସ୍ଯମୟ ସ୍ଥାନ ରହିଛି ଯାହାର ସତ୍ଯତା ଏବେବି ଅଜଣା। ସେହିପରି ରହସ୍ୟ ଘେରରେ ରହିଛି ଭାରତର ଏକ ସୁନ୍ଦର ଦୀପପୁଞ୍ଜ । ଆଜ୍ଞା ହଁ, ଦେଶର ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜର ଉତ୍ତରରେ ରହିଛି ସେଣ୍ଟିନେଲ ଦ୍ୱୀପ। ଏହାକୁ ଦୁନିଆର ସବୁଠାରୁ ଭୟଙ୍କର ତଥା ମୃତ୍ୟୁର ଦ୍ବୀପପୁଞ୍ଜ ବୋଲି କୁହାଯାଏ । ବର୍ତ୍ତମାନର ସମୟରେ ମଧ୍ୟ ଯଦି ସେହି ଦୀପରେ କିଏ ପ୍ରବେଶ କରନ୍ତି , ତାଙ୍କୁ ନିଜ ଜୀବନକୁ ହାତ ଛଡ଼ା କରିବାକୁ ପଡ଼ିଥାଏ ।

uncontacted-tribe

ଭାରତର ଉତ୍ତର ସେଣ୍ଟିନେଲ ଦ୍ୱୀପ ଏତେ ଭୟଙ୍କର ଯେ ତାହାକୁ ମୃତ୍ୟୁର ଟାପୁ ମଧ୍ୟ କୁହାଯାଇଥାଏ। ଏଠାରେ ବାସ କରନ୍ତି ଭୟଙ୍କର ଆଦିବାସୀ । ଏପରିକି ଭାରତ ସରକାରଙ୍କ ତରଫରୁ  ଏହି ଦ୍ୱୀପପୁଞ୍ଜକୁ ପ୍ରବେଶ ଉପରେ କଟକଣା ମଧ୍ୟ ଲଗାଇଛି । ଏହାର ଚାରିପାଖରେ ସମୁଦ୍ର ରହିଥିବା ବେଳେ, ଏହାକୁ ଦୂରରୁ ଦେଖିବା ମାତ୍ରେ ସମସ୍ତେ ଏହାର ସୌନ୍ଦର୍ଯ୍ୟରେ ବିମୋହିତ ହୋଇଯାଇଥାନ୍ତି । ତେବେ ଦୂର ପାହାଡ଼ ସୁନ୍ଦର ସଦୃଶ ଏହି ଦ୍ୱୀପପୁଞ୍ଜ ବା ଟାପୁ ମଧ୍ୟ କେବଳ ଦୂରରୁ ହିଁ ସୁନ୍ଦର । ବର୍ତ୍ତମାନ ପର୍ଯ୍ଯନ୍ତ ଏହି ଦ୍ବୀପକୁ ଯିବାପାଇଁ କୌଣସି ରାସ୍ତା ନାହିଁ । କେବଳ ସମୁଦ୍ର ମାର୍ଗ ଦ୍ବାରା ହିଁ ଏଠାକୁ ଯିବାର ସୁବିଧା ରହିଛି।

ancient-tribe-

ଏହି ଦୀପପୁଞ୍ଜକୁ ଭୟଙ୍କର ଏଥିପାଇଁ କୁହାଯାଇଥାଏ କାରଣ ଏଠାରେ ରହିଛି ଏକ ଅଜ୍ଞାନ ଜନଜାତି । ଏମାନେ ଏବେ ପର୍ଯ୍ଯନ୍ତ ଆଧୁନିକ ସଭ୍ୟତାରୁ କୋଷେ ଦୂରରେ ରହିଛନ୍ତି। ଏପରିକି ତାଙ୍କ ମନରେ କୌଣସି ଇଛା ମଧ୍ୟ ନାହିଁ ଆଧୁନୀକିକରଣକୁ ଆପଣାଇବା ପାଇଁ । ଭାରତ ସମେତ ପୁରା ବିଶ୍ୱ ସହ ଏହି ଦ୍ବୀପପୁଞ୍ଜର କୌଣସି ସମ୍ପର୍କ ମଧ୍ୟ ରହିନାହିଁ। ଏଠାରେ ବସବାସ କରୁଥିବା ଲୋକେ ଆକାଶରେ ଉଡ଼ୁଥିବା ବିମାନକୁ ମଧ୍ୟ ନିଜ ପ୍ରତି ଆସୁଥିବା କିଛି ଅସୁବିଧା ଭାବି ତାହା ଉପରକୁ ତୀର, ପଥର ଓ ନିଆଁ ଗୁଳା ଫୋପାଡ଼ୁଥିବା କଥା ଆଦି ଶୁଣିବାକୁ ମିଳିଥାଏ ।

andaman-men-boat

ଏହି ଦ୍ବୀପପୁଞ୍ଜ ଏବଂ ଏଠାରେ ରହୁଥିବା ଜନଜାତିଙ୍କର ଭୟ ଏତେମାତ୍ରାରେ ବ୍ଯାପ୍ତ ଯେ କୌଣସି ମତ୍ସ୍ୟଜୀବୀ ମଧ୍ୟ ଏଠାକୁ ଭୁଲରେ ଆସନ୍ତି ନାହିଁ । ମିଳିଥିବା ଖବର ଅନୁଯାୟୀ, ୨୦୦୬ ମସିହାରେ କିଛି ମତ୍ସ୍ୟଜୀବୀ ଭୁଲରେ ସେଠାରେ ପହଞ୍ଚିଯାଇଥିଲେ, ଯାହାପରେ ସେମାନଙ୍କ କୌଣସି ନାଁ ଗନ୍ଧ ମିଳିନଥିଲା । କହିବାକୁ ଗଲେ ଏକବିଂଶ ଶତାବ୍ଦୀର ଆଧୂନିକ ଦୁନିଆରେ ଏହି ଜନଜାତିର ଲୋକେ ସଂପୂର୍ଣ୍ଣ ବିଶ୍ୱରୁ ବିଲକୁଲ ଭିନ୍ନ ହୋଇ ରହିଥାନ୍ତି । ତାଙ୍କ ରୀତିନୀତି, ଭାଷା, ବ୍ୟବହାର, ଚାଲିଚଳନ ଏପରିକି ତାଙ୍କର ଖୁବ କମ ଫଟୋ ବହୁ କଷ୍ଟରେ ବର୍ତ୍ତମାନ ପର୍ଯ୍ଯନ୍ତ ସଂଗ୍ରହ କରାଯାଇପାରିଛି । ଅନୁମାନ ଯେ ଏଠାରେ ପାଖାପାଖି ୬୦ ହଜାର ଲୋକ ବସବାସ କରନ୍ତି । ଏମାନଙ୍କୁ କୌଣସି ପ୍ରକାର ପରିବର୍ତ୍ତନ ପସନ୍ଦ ନୁହଁ । ବର୍ତ୍ତମାନ ପର୍ଯ୍ଯନ୍ତ ସେହି ଦୀପପୁଞ୍ଜକୁ ପାଖକୁ ବା ସେଠାକୁ ଯାଇଥିବା କୌଣସି ବ୍ଯକ୍ତି ଆଜି ପର୍ଯ୍ଯନ୍ତ ଫେରିନାହାନ୍ତି। ଏଣୁ ସରକାରଙ୍କ ତରଫରୁ ମଧ୍ୟ ଏଠାକୁ ଯିବାକୁ କୌଣସି ପ୍ରକାରର ଚେଷ୍ଟା କରାଯାଉନାହିଁ।

tribe

ନିକଟରେ ଘଟିଥିବା ଏକ ଘଟଣା ସୋସିଆଲ ମିଡ଼ିଆ ସହ ସାରା ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଭାରତକୁ ଆଡ଼ଭେଞ୍ଚର ଟ୍ରିପରେ ଆସିଥିବା ଜଣେ ଆମେରିକୀୟ ନାଗରିକ ସେଣ୍ଟିନେଲ ଦ୍ୱୀପ ପହଞ୍ଚିଯାଇଥିଲେ । ବର୍ତ୍ତମାନ ତାଙ୍କୁ ସେଠାରେ ହତ୍ଯା କରାଯାଇଥିବା ଜଣାପଡିଛି। ଆମେରିକୀୟ ପର୍ଯ୍ୟଟକଙ୍କୁ ଧନୁତୀରରେ ଆକ୍ରମଣ କରି ସେଂଟିନେଲୀ ଆଦିବାସୀ ମାନେ ହତ୍ୟା କରିଥିବା ଜଣାପଡ଼ିଛି । ଏନେଇ ପୁଣି ଥରେ ମୃତ୍ୟୁର ଦୀପପୁଞ୍ଜ ଲୋକଲୋଚନକୁ ଆସିବା ସହ ଚର୍ଚ୍ଚାର ବିଷୟ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.