Below header

ମାଛର ଗୁପ୍ତାଙ୍ଗ ଖାଇଥାଆନ୍ତି ଏହି ଦେଶର ଲୋକେ, ଜାଣନ୍ତୁ ବିଶ୍ୱର ଏମିତି ୭ଟି ଅଦ୍ଭୁତ ବ୍ୟଞ୍ଜନ ବିଷୟରେ

ଆପଣ କେବେ ଏମିତି ବ୍ୟଞ୍ଜନ ଖାଇଛନ୍ତି କି, ଯାହା ଦେଖିବାକୁ ଯେତିକି ଭୟଙ୍କର, ଖାଇବାରେ ମଧ୍ୟ ସେତିକି ଅଦ୍ଭୁତ। ଆଜି ଆମେ ଆପଣଙ୍କୁ ବିଶ୍ୱର ୭ଟି ଅଜବ ବ୍ୟଞ୍ଜନ ବିଷୟରେ କହିବାକୁ ଯାଇଛୁ, ଯାହା ବିଷୟରେ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ପ୍ରଥମତଃ ଆପଣ ଏଭଳି ବ୍ୟଞ୍ଜନ ଦେଖିଲେ ମନା କରିଦେବେ, କିନ୍ତୁ ଜାଣି ଆଶ୍ଚଯ୍ୟର୍ ହେବେ ଯେ ଦୁନିଆରେ ବି ଲୋକେ ଏହାକୁ ବଡ଼ ଆଗ୍ରହର ସହ ଖାଇଥାଆନ୍ତି। ଆସନ୍ତୁ ଜାଣିବା ଏହା ବିଷୟରେ।

f3

୧. ଜୁମିଲ୍ସ

ଏହା ମେକ୍ସିକୋ ଲୋକଙ୍କର ଏକ ଲୋକପ୍ରିୟ ଖାଦ୍ୟ। ଜୁମିଲ୍ସ ୬ ଗୋଡ଼ ଥିବା ଏକ ପ୍ରକାର ପୋକ, ଯାହାଠାରୁ ଲୁଣ ଆବଶ୍ୟକ ମାତ୍ରାରେ ମିଳିଥାଏ।

୨. ସନ୍ନାକଜି

ଏହା ଏକ କୋରିୟାନ୍‌ ଡିସ୍‌। ଏଥିରେ ୮ଟି ଗୋଡ଼ ଥିବା ଅକ୍ଟୋପସ୍‌କୁ କାଟି ଫଟାଫଟ୍‌ ଖାଇବା ପାଇଁ ପ୍ରସ୍ତୁତ କରାଯାଇଥାଏ। ଏହା ସମୁଦ୍ରରେ ମିଳିଥାଏ।

f5

୩. ଷ୍ଟିଙ୍କ୍‌ ହେଡ୍‌ସ

ଏହି ବ୍ୟଞ୍ଜନକୁ ଅଲାସ୍କାରେ ଖୁବ୍‌ ପସନ୍ଦ କରାଯାଇଥାଏ। ଏହା କିଙ୍ଗ୍‌ ସାଲ୍‌ମନ ନାମକ ମାଛରୁ ପ୍ରସ୍ତୁତ ହୋଇଥାଏ।

୪. ଫ୍ରଗ୍‌ ଶଶିମୀ

ଏହାର ନାଁରୁ ଆପଣ ଜାଣିପାରୁଥିବେ ଏହା ବେଙ୍ଗରୁ ପ୍ରସ୍ତୁତ କରାଯାଇଥାଏ। ଜାପାନବାସୀ ଏହାକୁ ଖୁବ୍‌ ପସନ୍ଦ କରିଥାଆନ୍ତି। ଏହି ବ୍ୟଞ୍ଜନ ତିଆରି କରିବା ପାଇଁ ଯେତେବେଳେ ବେଙ୍ଗକୁ କାଟି ପ୍ଲେଟ୍‌ରେ ପରସାଯାଏ, ସେତେବେଳେ ଏହାର ହୃତ୍‌ପିଣ୍ଡ ସ୍ପନ୍ଦନ କରୁଥାଏ।

f8

୫. କୋବ୍ରା ଡିସ୍‌

ସାଧାରଣତଃ କୋବ୍ରା ନାଁ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିଥାଏ। କିନ୍ତୁ ଏଠି ଭିଏତ୍‌ନାମର ଲୋକେ କୋବ୍ରାର ହୃତ୍‌ପିଣ୍ଡ ଖାଇଥାଆନ୍ତି। ଗ୍ରାହକଙ୍କ ସାମ୍ନାରେ ହିଁ ସାପ କଟାଯାଇ ଏହାର ହୃତ୍‌ପିଣ୍ଡକୁ ପ୍ଲେଟ୍‌ରେ ପରସା ଯାଇଥାଏ।

f33

୬. ଶିରାକୋ

ଏହା ଏକ ଜାପାନୀ ଖାଦ୍ୟ। ଏହା ମାଛର ଗୁପ୍ତାଙ୍ଗରୁ ପ୍ରସ୍ତୁତ ହୋଇଥାଏ। ରୁଷ, ରୋମାନିଆ ଏବଂ ସିସିଲିରେ ଏହି ବ୍ୟଞ୍ଜନକୁ ଲୋକେ ଖୁବ୍‌ ପସନ୍ଦ କରିଥାଆନ୍ତି।

୭. ହୋଲ୍‌ ଶିପ୍‌ ହେଡ୍‌

ଏହାକୁ ଆଇସ୍‌ଲ୍ୟାଣ୍ଡରେ ଖିଆଯାଇଥାଏ। ଏଠାରେ ମେଣ୍ଢାର ମୁଣ୍ଡକୁ ଲୋକେ ଖାଇଥାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.