Below header

ଏବେ ନୁହେଁ ପ୍ରାଚୀନକାଳରେ ମଧ୍ୟ ଶାରୀରିକ ସମ୍ପର୍କକୁ ଦିଆଯାଉଥିଲା ପ୍ରାଥମିକତା, ଏସବୁ ମନ୍ଦିରରେ ଆଜିବି ରହିଛି ଏଭଳି କଳାକୃତି

ଶାରୀରିକ ସମ୍ପର୍କ ବିଷୟରେ ଆଜି ବି କେହି ଖୋଲାଖୋଲି କଥାବାର୍ତ୍ତା କରନ୍ତି ନାହିଁ। ଲୋକଲଜ୍ଜା କାରଣରୁ ବର୍ତ୍ତମାନର ଆଧୁନିକ ଯୁଗରେ ମଧ୍ୟ ଲୋକମାନେ ଗୋପନୀୟତା ରକ୍ଷା କରୁଛନ୍ତି। ମାତ୍ର ପୂର୍ବରୁ ସମୟ ଏଭଳି ନଥିଲା। ପୂର୍ବରୁ ଯୌନ ସମ୍ପର୍କ ଏକ ସାଧାରଣ ବିଷୟ ଥିଲା। ପ୍ରାଚୀନ ଭାରତରେ ଯୌନ ସମ୍ବନ୍ଧ ସମ୍ପର୍କରେ ଲୋକେ ଖୋଲାଖୋଲି ଚର୍ଚ୍ଚା କରୁଥିଲେ। କେବଳ ଏତିକି ନୁହେଁ ପାଠରେ ମଧ୍ୟ ଏହାକୁ ପଢ଼ା ଯାଉଥିଲା। ତ୍ରୟୋଦଶ ଶତାବ୍ଦୀ ପୂର୍ବରୁ ଭାରତରେ ସେକ୍ସକୁ ନେଇ ଲୋକଙ୍କ ଚିନ୍ତାଧାରା ଭିନ୍ନ ଥିଲା। ସେତେବେଳର ଲୋକେ ଖୋଲାଖୋଲି ଏ ନେଇ ଚର୍ଚ୍ଚା କରୁଥିଲେ।

temple2

ସେକ୍ସକୁ ନେଇ ପ୍ରଥମ ଗ୍ରନ୍ଥ କାମସୂତ୍ର ପ୍ରଥମେ ଭାରତରେ ଲିଖିତ ହୋଇଥିଲା। ଏହି ପୁସ୍ତକରୁ ଜଣାପଡ଼େ ଯେ ପ୍ରାଚୀନ‌ ଭାରତରେ ଲୋକଙ୍କ ଚିନ୍ତାଧାରା କେତେ ଉନ୍ନତମାନର ଥିଲା। ଏଣୁ ବହୁ ପ୍ରାଚୀନ ମନ୍ଦିରରେ ମଧ୍ୟ କାମୋତ୍ତେଜକ କଳାକୃତି ଦେଖିବାକୁ ମିଳେ। ଓଡ଼ିଶାର କୋଣାର୍କ ମନ୍ଦିରରେ ମଧ୍ୟ ସେଭଳି ମୂର୍ତ୍ତି ରହିଛି। କୋଣାର୍କ ମନ୍ଦିରରେ ଯୁବକ ଯୁବତୀଙ୍କ ଯୌନକ୍ରୀଡ଼ା ଦୃଶ୍ୟ, ନଗ୍ନ ଯୁବକ ଯୁବତୀଙ୍କ ଫଟୋ ସମେତ ଅନେକ କାମୋତ୍ତେଜକ ଚିତ୍ର ଖୋଦିତ ହୋଇଛି।

temple3

ଏଭଳି ମୂର୍ତ୍ତି ବୌଦ୍ଧ ଧର୍ମ ସହ ଜଡ଼ିତ ଅଜନ୍ତା ଓ ଏଲୋରା ଗୁମ୍ଫାରେ ମଧ୍ୟ ଦେଖିବାକୁ ମିଳେ। ସେଠାରେ ଯୁବତୀଙ୍କ ନଗ୍ନ ମୂର୍ତ୍ତି ରହିଛି। ଏହି ସବୁ ମୂର୍ତ୍ତି ପଞ୍ଚମ-ଷଷ୍ଠ ଶତାବ୍ଦୀ ମଧ୍ୟରେ ନିର୍ମାଣ କରାଯାଇଥିବା ଅନୁମାନ କରାଯାଏ। ଭାରତରେ ସେକ୍ସର ଖୋଲା ଚିତ୍ର ମଧ୍ୟପ୍ରଦେଶର ଖଜୁରାହୋ ମନ୍ଦିରରେ ମଧ୍ୟ ଦେଖିବାକୁ ମିଳେ। ଏହି ମନ୍ଦିର ପ୍ରାୟ ଏକ ହଜାର ବର୍ଷ ପୂର୍ବ ନିର୍ମିତ ହୋଇଥିଲା। ଏହି ମନ୍ଦିରରେ ଯୌନ ସମ୍ବନ୍ଧର ପ୍ରତ୍ୟେକ ରୂପ ଦେଖିବାକୁ ମିଳେ। ମନ୍ଦିର କାନ୍ଥରେ ଶତାଧିକ କାମୋତ୍ତେଜକ ଯୁଗଳ ମୂର୍ତ୍ତି ରହିଛି।

temple4

ଏସବୁ ମନ୍ଦିରକୁ ଦର୍ଶନ କରିବାକୁ ବହୁ ଦୂରଦୂରାନ୍ତରୁ ଲୋକମାନେ ଆସିଥାନ୍ତି। ତେବେ ମୂର୍ତ୍ତିଗୁଡ଼ିକର ପୋଜିସନ୍‌ ଦେଖି କେହି ଏଭଳି ଯୌନକ୍ରିୟା କରେ ବୋଲି ଚିନ୍ତା କରିବା ଅସମ୍ଭବ ମନେ ହୁଏ। ପୁରାତନ ମନ୍ଦିରରେ ଯୌନ କ୍ରୀଡ଼ା ମୂର୍ତ୍ତି ବ୍ୟତୀତ ଦେବାଦେବୀ, ଯୋଦ୍ଧା, ସଙ୍ଗୀତକାର, ପଶୁପକ୍ଷୀଙ୍କ ମୂର୍ତ୍ତି ମଧ୍ୟ ରହିଛି।

ତେବେ ଅଧିକାଂଶ ପୁରାତନ ମନ୍ଦିରରେ ଖାସ୍‌ କରି ମହିଳାଙ୍କର ସମ୍ପୂର୍ଣ୍ଣ ନଗ୍ନ ଚିତ୍ର ଦେଖିବାକୁ ମିଳେ। ଏସବୁ କଳାକୃତିକୁ ଦେଖିଲେ ସହଜରେ ବୁଝାପଡ଼େ ଯେ ପୂର୍ବରୁ ଲୋକଙ୍କ ଚିନ୍ତାଧାରା କେତେ ଉନ୍ନତମାନର ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.