ଧୋକା ଦେଇ ଭାରତଠୁ ପାକିସ୍ତାନ ଛଡ଼ାଇ ନେଇଛି ଏହି ପ୍ରମୁଖ ଅଂଶ, ଜାଣନ୍ତୁ ପାକ୍‌ ଅଧିକୃତ କଶ୍ମୀର ବିଷୟରେ କେତେକ ରୋଚକ କଥା

ପାକ୍‌ ଅଧିକୃତ କଶ୍ମୀର ବା ପିଓକେ, ଭାରତ ବର୍ଷର ଏକ ବିବାଦୀୟ ଅଂଶ। ଏହି ଭୂଖଣ୍ଡ ଭାରତର ଅଂଶ ହୋଇଥିବା ବେଳେ ପାକିସ୍ତାନ ଜୋରଜବରଦସ୍ତ ଏହାକୁ ମାଡ଼ି ବସି ନିଜ ଦେଶର ବୋଲି କହୁଛି। ଫଳରେ ବାରମ୍ବାର ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ତଥା ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେଉଛି। ୧୯୪୭ ମସିହାରେ ପାକିସ୍ତାନ ଏହାକୁ ଧୋକାରେ ନିଜ କବ୍‌ଜାକୁ ନେଇଥିଲା। ପାକିସ୍ତାନ ଏହାକୁ ଗିଲଗିତ-ବାଲ୍ଟିସ୍ତାନ ଓ ସ୍ୱାଧୀନ କଶ୍ମୀର ଭାବେ ଦୁଇ ଭାଗରେ ବିଭକ୍ତ କରିଛି। ଆସନ୍ତୁ ଜାଣିବା ପିଓକେ ବିଷୟରେ କେତେକ ରୋଚକ କଥା…

-ପାକିସ୍ତାନର ରାଷ୍ଟ୍ରପତି ହିଁ ପାକ୍‌ ଅଧିକୃତ କଶ୍ମୀରର ମୁଖ୍ୟ। ମାତ୍ର ପ୍ରଧାନମନ୍ତ୍ରୀ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ହୋଇଥାନ୍ତି। ସେ ମନ୍ତ୍ରୀଙ୍କ ଦ୍ୱାରା ନିର୍ବାଚିତ ହୋଇଥାନ୍ତି।

What If India Had PoK? — Indian Defence News

-ପାକ୍‌ ଅଧିକୃତ କଶ୍ମୀର ନିଜ ସ୍ୱଶାସନ ସମ୍ବନ୍ଧୀୟ ବିଧାନସଭା ଦାବି କରୁଥିଲେ ମଧ୍ୟ ସମସ୍ତେ ଜାଣିଛନ୍ତି ଯେ ଏହି ଅଞ୍ଚଳକୁ ପାକିସ୍ତାନ ନିୟନ୍ତ୍ରଣ କରୁଛି।

-୧୯୪୭ ମସିହାରେ ପାକିସ୍ତାନ ଆକ୍ରମଣ କରି ଜୋର ଜବରଦସ୍ତ ପାକ୍‌ ଅଧିକୃତ କଶ୍ମୀରକୁ ନିଜ କବ୍‌ଜାକୁ ନେଇଯାଇଥିଲା।

-ପିଓକେର ସୀମା ପାକିସ୍ତାନୀ ପଞ୍ଜାବ, ଆଫଗାନିସ୍ତାନର ବାଖାନ ଗଲିୟାର, ଚୀନ୍‌ର ଜିଞ୍ଜିୟାଙ୍ଗ୍‌ ଅଞ୍ଚଳ ଓ ଭାରତୀୟ କଶ୍ମୀର ଯାଏଁ ପରିବ୍ୟାପ୍ତ।

-ସ୍ୱାଧୀନ କଶ୍ମୀରର କ୍ଷେତ୍ରଫଳ ୧୩,୩୦୦ ବର୍ଗ କିଲୋମିଟର(ଭାରତୀୟ କଶ୍ମୀରର ପ୍ରାୟ ୩ ଗୁଣ) ଓ ଏଠାକାର ଜନସଂଖ୍ୟା ପ୍ରାୟ ୪୦ ଲକ୍ଷ।

Now Pok Is The Only Issue - अब मुद्दा सिर्फ पाक ...

-ସ୍ୱାଧୀନ କଶ୍ମୀରର ରାଜଧାନୀ ମୁଜଫରାବାଦ। ଏହାର ୮ଟି ଜିଲ୍ଲା, ୧୯ଟି ତହସିଲ ଓ ୧୮୨ଟି ସଂଘୀୟ କାଉନ୍‌ସିଲ୍‌ ରହିଛି।

-ସ୍ୱାଧୀନ କଶ୍ମୀରର ଲୋକମାନେ ପ୍ରାୟତଃ କୃଷିକାର୍ଯ୍ୟ କରିଥାନ୍ତି। ମକା, ଗହମ ଓ ପଶୁଧନ ଏମାନଙ୍କ ରୋଜଗାରର ମୁଖ୍ୟସ୍ରୋତ।

-ଏଠାରେ କୋଇଲା, ଚକ୍‌, ବକ୍‌ସାଇଡ୍‌ର ଭଣ୍ଡାର ରହିଛି।

-ଏହି ଅଞ୍ଚଳରେ ସ୍କୁଲ ଓ କଲେଜର ଅଭାବ ଥିଲେ ବି ଏଠାକାର ସାକ୍ଷରତା ହାର ୭୨ ପ୍ରତିଶତ।

-ଏହି ଅଞ୍ଚଳର ଲୋକମାନେ ଉର୍ଦ୍ଦୁ, କଶ୍ମୀର ଓ ପଞ୍ଜାବୀ ଆଦି ଭାଷାରେ କଥା ବାର୍ତ୍ତା କରିଥାନ୍ତି।

-ପାକ୍‌ ଅଧିକୃତ କଶ୍ମୀରର ନିଜର ସୁପ୍ରିମ୍‌କୋର୍ଟ ଓ ହାଇକୋର୍ଟ ମଧ୍ୟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.