ଏବେ ଆଉ ଲେଖିକି ନୁହେଁ ଭଏସ ରେକର୍ଡିଙ୍ଗ କରି ବି କରିପାରିବେ ଟ୍ୱିଟ, ଆସିଲା ନୂଆ ଫିଚର

ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ଏହାର ଆଇଓଏସ୍ ବ୍ୟବହାରକାରୀଙ୍କ ପାଇଁ ଏକ ନୂଆ ଫିଚର ଲଞ୍ଚ କରିଛି । ଯାହାକୁ ଭଏସ୍ ଟ୍ୱିଟ୍ ଫିଚର କୁହାଯାଉଛି । ଉପଭୋକ୍ତାମାନେ ଏହା ମାଧ୍ୟମରେ ନିଜର ଭଏସ ରେକର୍ଡ କରି ଟ୍ୱିଟ୍ କରିପାରିବେ । ଏହି ଅଡିଓ ଟ୍ୱିଟ ସର୍ବାଧିକ 140 ସେକେଣ୍ଡର ହୋଇପାରିବ ।

Twitter | No more fake news: Twitter will label tweets that ...

ସୂଚନା ଅନୁଯାୟୀ କମ୍ପାନୀ ନିଜର ବ୍ଲଗ୍ ପୋଷ୍ଟରେ ଲେଖିଛି ଯେ ଉପଭୋକ୍ତାମାନେ GIF, ଭିଡିଓ ମାଧ୍ୟମରେ ଟ୍ୱିଟ୍ ରେ ସେମାନଙ୍କର ବ୍ୟକ୍ତିତ୍ୱ ଏବଂ ସ୍ୱଭାବକୁ ଟ୍ୱିଟରେ ଯୋଡି ଦେଇଥାନ୍ତି । ବେଳେବେଳେ 280 ଅକ୍ଷର ପର୍ଯ୍ୟାପ୍ତ ନହେବାରୁ ଟ୍ୱିଟର ଅର୍ଥ ବି ଲୁଚିଯାଇଥାଏ । ତେଣୁ ଆଜିଠାରୁ ଆମେ ଏକ ନୂତନ ଫିଚର ପରୀକ୍ଷା କରୁଛୁ ଯେଉଁଥିରେ ଟ୍ୱିଟର ବ୍ୟବହାର କରିବାର ତରିକାରେ ମାନବୀୟ ସ୍ପର୍ଶ ଆସିଯିବ । ଏହା ଆପଣଙ୍କ କଣ୍ଠସ୍ୱର ପାଇଁ ହେବ ।


ଆଇଓଏସ୍ ବ୍ୟବହାରକାରୀମାନେ ଟ୍ୱିଟ୍ କରିବା ସମୟରେ ୱେଭ ପରି ଏକ ଆଇକନ୍ ଦେଖିବେ । ଏହା ଉପରେ ଟ୍ୟାପ୍ କରିବା ପରେ, ଉପଭୋକ୍ତାମାନେ ସେମାନଙ୍କର ସ୍ୱର ରେକର୍ଡ କରିପାରିବେ । ଏହି ଟୁଇଟ୍ ଏକ ଅଡିଓ ଫାଇଲ୍ ଭାବରେ ପୋଷ୍ଟ ହେବ । ଯଦି ଆପଣ ଚାହାଁନ୍ତି, ଆପଣ ନିଜର ଭଏସ ସହିତ କ୍ୟାପସନ୍ ମଧ୍ୟ ଦେଇପାରିବେ । ଭଏସ୍ ଟ୍ୱିଟର ସୀମା 140 ସେକେଣ୍ଡ ରହିବ ଏବଂ ଯଦି ଉପଭୋକ୍ତା ଅଧିକ ସମୟ ନିଅନ୍ତି, ତେବେ ଏହି ଅଡିଓକୁ ଥ୍ରେଡ୍ ଟ୍ୱିଟ୍ ଆକାରରେ ଅନେକ ଭାଗରେ ବିଭକ୍ତ କରାଯିବ । ଯେତେବେଳେ ଆପଣ ଏହା କରିସାରିବେ ସେହି ସମୟରେ ରେକର୍ଡିଂ ଶେଷ କରିବାର ବଟନକୁ ଦବାନ୍ତୁ ଏବଂ କମ୍ପୋଜର ସ୍କ୍ରିନକୁ ଯାଇ ଏହାକୁ ଟ୍ୱିଟ୍ କରନ୍ତୁ । ଯାହାଦ୍ୱାରା ଲୋକମାନେ ଅନ୍ୟ ଟ୍ୱିଟ୍ ପରି ଟାଇମଲାଇନରେ ଆପଣଙ୍କ ଟ୍ୱିଟ୍ ଦେଖିପାରିବେ ।

Read before retweeting: Twitter aims to limit sharing unread ...

କମ୍ପାନୀ କହିଛି ଯେ ଟ୍ୱିଟ୍ ଲେଖିବାବେଳେ ଅନେକ ଜିନିଷ ଏବଂ ଭାବନା ରହିଯାଇଥାଏ, ଏହି ଅଭାବ ବର୍ତ୍ତମାନ ଭଏସ୍ ଟ୍ୱିଟ୍ ମାଧ୍ୟମରେ ପୁରଣ ହେବ । ଯଦିଓ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଏହା କେବେ ଲଞ୍ଚ ହେବ ତାହା କମ୍ପାନୀ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ । ଟ୍ୱିଟର କିଛି ଦିନ ପୂର୍ବରୁ ଭାରତରେ Fleets ଫିଚର ଲଞ୍ଚ କରିଥିଲା, ଯେଉଁଥିରେ ପୋଷ୍ଟ ହୋଇଥିବା କଣ୍ଟେଣ୍ଟ 24 ଘଣ୍ଟା ପରେ ଆପେ ଆପେ ଅଦୃଶ୍ୟ ହୋଇଯାଏ । ବ୍ରାଜିଲ ଏବଂ ଇଟାଲୀ ପରେ ଟ୍ୱିଟରରେ Fleets ଫିଚର ପାଇଥିବା ଭାରତ ତୃତୀୟ ଦେଶ ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.