Below header

କରୋନା ଯୋଦ୍ଧାଙ୍କୁ କରୋନା ହେବାରୁ ଗାଁ ରାସ୍ତା ବନ୍ଦ କଲେ ଗ୍ରାମବାସୀ, ଗଛକାଟି କଲେ ରାସ୍ତା ସିଲ

ମୋହନା(କେନ୍ୟୁଜ): ଗଜପତି ଜ଼ିଲ୍ଲା ରା.ଉଦୟଗିରି ବ୍ଲକର ଜଣେ କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ ହୋଇଛନ୍ତି l ଆକ୍ରାନ୍ତ ଜଣକ ଶବରପଲ୍ଲୀ ପଞ୍ଚାୟତର ଜଣେ ସରକାରୀ କର୍ମଚାରୀ ବୋଲି ଜଣାପଡିଛି l ପଜିଟିଭ ଚି଼ହ୍ନଟ ହେବା ପରେ ପଞ୍ଚାୟତର ଜ଼ିରାଙ୍ଗ, ୠମ୍ବାଲିଆ ସାହି, ରୁଗୁଡ଼ି ସାହି, ବନ୍ତଡା ସାହି ଆଦି ଗ୍ରାମକୁ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି l ଆକ୍ରାନ୍ତ ଜଣକ ବହୁ ଲୋକଙ୍କ ସଂପର୍ଶରେ ଆସିଥିବା ସନ୍ଦେହ କରି ମେଡିକାଲ ଟିମ ପକ୍ଷରୁ ଆକ୍ରାନ୍ତଙ୍କ ସଂପର୍ଶ ରେ ଆସିଥିବା ବ୍ୟକ୍ତିଙ୍କ ଯାଞ୍ଚ କରାଯାଇ ସେମାନଙ୍କ ସ୍ୱାବ ପରୀକ୍ଷା କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି l

ମିଳିଥିବା ସୂଚନା ଅନୁଯାୟୀ ଆକ୍ରାନ୍ତ ସରକାରୀ କର୍ମଚାରୀ ଜଣକ ଜିରାଙ୍ଗ ଗ୍ରାମର ହୋଇଥିବା ଯୋଗୁଁ ଭୟରେ ଲୋକେ ଗଛକାଟି ରାସ୍ତା ଅବରୋଧ କରିଥିଲେ ଯେପରି ବାହାର ଲୋକ ଅଞ୍ଚଳକୁ ପ୍ରବେଶ କରିପାରିବେ ନାହିଁ l ପରେ ରା. ଉଦୟଗିରି ତହସିଲଦାର ସ୍ମୃତିରଞ୍ଜନ ଶତପଥି ଏବଂ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ସଫା କରିବା ସହ ସରକାରୀ ନିୟମାବଳି ପ୍ରକାରେ କଣ୍ଟେନମେଣ୍ଟ ଜୋନକୁ ସିଲ କରିଥିଲେ l ଜ଼ିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଅଞ୍ଚଳରେ ଥିବା ଜନସାଧାରଣଙ୍କୁ ସମସ୍ତ ସୁବିଧା ଯୋଗାଇଦିଆଯିବ ବୋଲି ଗଜପତି ଜ଼ିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.